Posted inଖେଳ

ଗୋଟିଏ ଓଭରରେ ସର୍ବାଧିକ ଉଇକେଟ ନେଇ ରେକର୍ଡ ଭାଙ୍ଗିଲେ

ମୁମ୍ବାଇ,୨୪।୪: କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଲ୍‌ରାଉଣ୍ଡର ଆନ୍ଧ୍ରେ ରସେଲ ଶନିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଇତିହାସର ପ୍ରଥମ ବୋଲର ଭାବେ ଗୋଟିଏ ଓଭର ବୋଲିଂ କରି ୪ ଉଇକେଟ ସଫଳତା ହାସଲ କରିଛନ୍ତି। ଗୁଜରାଟ ଟାଇଟନ୍ସ (ଜିଟି) ବିପକ୍ଷ ମ୍ୟାଚ୍‌ରେ ସେ ଏହି ସଫଳତା ପାଇଥିଲେ। ମ୍ୟାଚ୍‌ରେ ଆଦୌ ବୋଲିଂ କରି ନ ଥିବା ରସେଲ ଅନ୍ତିମ ଓଭର ପକାଇଥିଲେ। ଏଥିରେ ସେ ଅଭିନବ ମନୋହର, ଲୋକି ଫର୍ଗୁସନ, ରାହୁଲ ଟଓ୍ବୋଟିଆ ଓ ୟଶ୍‌ ଦୟାଲଙ୍କୁ ଆଉଟ୍‌ କରିଥିଲେ।
ପୂର୍ବରୁ ଏହି ରେକର୍ଡର ଅଧିକାରୀ ଥିଲେ କୋଲ୍‌କାତାର ପୂର୍ବତନ ଅଲରାଉଣ୍ଡର ଲକ୍ଷ୍ମୀ ରତନ ଶୁକ୍ଳା। ସେ ୨୦୦୮ରେ ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷରେ ଗୋଟିଏ ଓଭର ବୋଲିଂ କରି ୬ ରନ୍‌ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ। କିନ୍ତୁ ଅନ୍ତିମ ଓଭରରେ ରସେଲଙ୍କ ସାହସିକତା ସତ୍ତ୍ୱେ କେକେଆର୍‌କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୧୫୭ ରନ୍‌ର ଟାର୍ଗେଟ ନେଇ ଓହ୍ଲାଇଥିବା କେକେଆର୍‌ ବିଜୟ ଲକ୍ଷ୍ୟଠାରୁ ମାତ୍ର ୯ ରନ୍‌ ପଛରେ ରହି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକାରେ ଭାରତର ସିରିଜ ଜିତିବା ରହିଲା ଅଧୁରା

କେପ୍‌ ଟାଉନ୍‌,୧୪।୧: ସ୍ଥାନୀୟ ନ୍ୟୁଲାଣ୍ଡ ଷ୍ଟାଡିୟମଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଉଇକେଟରେ ପରାସ୍ତ କରିଛି । ଫଳରେ...

ପାକିସ୍ତାନୀ କ୍ରିକେଟରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

କରାଚୀ, ୨୧।୧୨ : ପାକିସ୍ତାନ ଟେଷ୍ଟ ଲେଗ୍‌ ସ୍ପିନର ୟାସିର ଶାହା ଓ ତାଙ୍କର ଜଣେ ସାଙ୍ଗଙ୍କ ବିରୋଧରେ ନାବାଳିକାଙ୍କୁ ଅପହରଣ, ଯୌନ ନିର୍ଯାତନା ଏବଂ...

ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଫାଇନାଲରେ ସ୍ବସ୍ତିକ-ଚିରାଗ

ପ୍ୟାରିସ, ୨୭।୧୦(ପି.ଟି.): ଭାରତର ପୁରୁଷ ଡବଲ୍ସ ଯୋଡ଼ି ସ୍ବସ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରଖି ଫ୍ରେଞ୍ଚ୍‌ ଓପନ ସୁପର ୭୫୦...

ଆଇପିଏଲ୍‌ରେ ମିଳିଲା ଗମ୍ଭୀରଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ,୧୮।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ ପୂର୍ବରୁ ଭାରତର ପୂର୍ବତନ ଓପନର ଗୌତମ ଗମ୍ଭୀର ନୂଆ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍‌ର ଟିମ୍‌ ମେଣ୍ଟର ଭାବେ ନିଯୁକ୍ତି...

ବ୍ଲିଜ୍‌ ପ୍ରତିଯୋଗିତା: ହମ୍ପିଙ୍କୁ ଦ୍ୱାଦଶ ସ୍ଥାନ

ମସ୍କୋ, ୩୧ା୧୨ (ପି.ଟି.)-ଗତ ତିନୋଟି ରାଉଣ୍ଡରେ ହ୍ୟାଟ୍ରିକ୍‌ ପରାଜୟ ଦ୍ୱାରା ଭାରତୀୟ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ଏଠାରେ ଚାଲିଥିବା ମହିଳା ଓ୍ବାଲର୍‌ଡ ରାପିଡ୍‌ ଏବଂ ବ୍ଲିଜ୍‌...

ଆରସିବିର ନୂଆ କୋଚ୍‌

ବେଙ୍ଗାଲୁରୁ, ୧୦।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସଞ୍ଜୟ ବାଙ୍ଗରଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି। ପୂର୍ବରୁ...

ଜାତୀୟ ଏକାଡେମୀ ମହିଳା ହକି : ସାଇ ଏକାଡେମୀ ଚାମ୍ପିୟନ

ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ସବ୍‌ଜୁନିୟର ବିଭାଗରେ ସାଇ ଏକାଡେମୀ ଚାମ୍ପିୟନ...

ଭାଇରାଲ ହେଉଛି ମହମ୍ମଦ ଆଝାରୁଦ୍ଦିନଙ୍କ ବକେଟ୍‌ ଲିଷ୍ଟ

ମୁମ୍ବାଇ,୧୫।୧: ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ୩୭ ବଲରେ ବିସ୍ଫୋରକ ଶତକ ହାସଲ କରିଥିବା କେରଳ ଓପନର ମହମ୍ମଦ ଆଝାରୁଦ୍ଦିନ ବେଶ୍‌ କିଛି...

Advertisement
Archives

Model This Week