Posted inଖେଳ

କେକେଆର୍‌-ଆର୍‌ସିବି ହୋଇଥିଲା ରୋଚକ ମୁକାବିଲା: ୧୭ ବର୍ଷ ପରେ ପ୍ରଥମଥର ଆଇପିଏଲ୍‌ରେ ଘଟିବ ଏମିତି…

ନୂଆଦିଲ୍ଲୀ,୨୨।୩: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଆଇପିଏଲ୍‌ ଇତିହାସର ପ୍ରଥମ ମ୍ୟାଚରେ ମୁହଁାମୁହିଁ ହୋଇଥିଲେ। ୧୭ ବର୍ଷ ପରେ ଦୁଇ ଦଳ ପ୍ରଥମ ଥର ପାଇଁ ସିଜନର ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ବର୍ଷ ବର୍ଷ ଧରି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା କିଛି ରୋଚକ ମ୍ୟାଚ୍‌କୁ ନେଇ ପ୍ରସ୍ତୁତ ରିପୋର୍ଟ…

୨୦୦୮, ମ୍ୟାଚ୍‌ ନଂ-୧, ବେଙ୍ଗାଲୁରୁ
ଆଇପିଏଲ୍‌କୁ ଏହାଠାରୁ ଭଲ ଆରମ୍ଭ ମିଳିପାରି ନ ଥାନ୍ତା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ବ୍ରେଣ୍ଡନ ମ୍ୟାକଲମ ୭୩ ବଲରେ ୧୫୮ ରନର ଅପରାଜିତ ପାଳି ଖେଳିଥିଲେ। ତାଙ୍କ ବିସ୍ଫୋରକ ଇନିଂସ ଯୋଗୁ କେକେଆର୍‌ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୨୨୨ ରନ କରିଥିଲା। ଜବାବରେ ଆର୍‌ସିବି ୮୨ ରନରେ ଅଲଆଉଟ୍‌ ହୋଇଯାଇଥିଲା।
୨୦୦୯, ମ୍ୟାଚ ନଂ-୪୧, ସେଞ୍ଚୁରିଅନ
ମ୍ୟାକଲମଙ୍କ ଅପରାଜିତ ୮୪ ରନର ଇନିଂସ ବଳରେ କେକେଆର୍‌ ପ୍ରତିପକ୍ଷ ଆରସିବି ଆଗରେ ୧୭୪ ରନର ଟାର୍ଗେଟ ଧାର୍ଯ୍ୟ କରିଥିଲା। ଜବାବରେ ୧୧ ଓଭର ଶେଷ ସୁଦ୍ଧା ଆର୍‌ସିବି ୩ ଉଇକେଟ ହରାଇ ୭୪ ରନ କରିଥିଲା। ଦଳକୁ ଅନ୍ତିମ ୯ ଓଭରରେ ୧୦୦ ରନ ଦରକାର ଥିବା ବେଳେ ରସ ଟେଲର ୩୩ ବଲରେ ବିସ୍ଫୋରକ ୮୧ ରନର ଇନିଂସ ଖେଳିଥିଲେ। ଫଳରେ ଆର୍‌ସିବି ୪ ବଲ ପୂର୍ବରୁ ବିଜୟଲକ୍ଷ୍ୟରେ ପହଞ୍ଚିଥିଲା।
୨୦୧୩, ମ୍ୟାଚ ନଂ-୧୨, ବେଙ୍ଗାଲୁରୁ
କ୍ରିସ୍‌ ଗେଲ୍‌ଙ୍କ ଅପରାଜିତ ୮୫ ରନର ଇନିଂସ ଯୋଗୁ ଆର୍‌ସିବି ସହଜରେ ୧୫୫ ରନର ଟାର୍ଗେଟକୁ ହାସଲ କରି ନେଇଥିଲେ। ହେଲେ ଏହି ମ୍ୟାଚ ବେଳେ ଦୁଇ ଦଳର ଅଧିନାୟକ ବିରାଟ କୋହଲି ଓ ଗୌତମ ଗମ୍ଭୀର ପଡ଼ିଆରେ ମୁହଁାମହିଁ ହୋଇଥିଲେ। କୋହଲି ଡିପ ପଏଣ୍ଟରେ କ୍ୟାଚ ଆଉଟ ହେବା ପରେ ଗମ୍ଭୀର ଖୁବ୍‌ ଉତ୍ସାହିତ ହୋଇଯାଇଥିଲେ। ଏହାକୁ ନେଇ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପୂର୍ବତନ ଦିଲ୍ଲୀ ଖେଳାଳି ରଜତ ଭାଟିଆଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଥିଲା।
୨୦୧୬, ମ୍ୟାଚ ନଂ-୩୦, ବେଙ୍ଗାଲୁରୁ
ଆର୍‌ସିବି ପ୍ରଦତ୍ତ ୧୮୫ ରନର ଟାର୍ଗେଟ ଆଗରେ କେକେଆର୍‌ ୧୩ ଓଭର ଶେଷ ସୁଦ୍ଧା ୪ ଉଇକେଟ ହରାଇ ୯୨ ରନ କରିଥିଲା। ମ୍ୟାଚ ଜିତିବା ପାଇଁ ଅନ୍ତିମ ୭ ଓଭରରେ ୯୩ ରନ ଦରକାର ଥିବାବେଳେ ଆନ୍ଦ୍ରେ ରସେଲ ଓ ୟୁସୁଫ ପଠାନଙ୍କ ଯୋଡ଼ି ମ୍ୟାଚର ଭାଗ୍ୟ ବଦଳାଇ ଦେଇଥିଲା। ୟୁସୁଫ ୨୯ ବଲରେ ୬୦ ରନ କରି କେକେଆର୍‌କୁ ଏହି ରୋମାଞ୍ଚକ ବିଜୟ ଆଣି ଦେଇଥିଲେ।
୨୦୧୭, ମ୍ୟାଚ ନଂ-୨୭, କୋଲ୍‌କାତା
ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍‌ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ଯାହା ଘଟିଗଲା, ତାହା ଇତିହାସରେ ଲିପିବଦ୍ଧ ହୋଇରହିଛି। ତାରକା ଖଚିତ ଆର୍‌ସିବି ୪୯ ରନରେ ଅଲଆଉଟ୍‌ ହୋଇଯାଇଥିଲା, ଯାହା କି ଆଇପିଏଲ୍‌ ଇତିହାସରେ ସର୍ବନିମ୍ନ ଦଳଗତ ସ୍କୋର।
୨୦୧୯, ମ୍ୟାଚ-୧୭, ବେଙ୍ଗାଲୁରୁ
ଲଗାତର ୪ ମ୍ୟାଚରେ ପରାଜିତ ହୋଇଥିବା ଆର୍‌ସିବି ପ୍ରତିପକ୍ଷ କେକେଆର୍‌ ଆଗରେ ୨୦୬ ରନର ବିଶାଳ ଟାର୍ଗେଟ ରଖିଥିଲା। ଅନ୍ତିମ ୪ ଓଭରରେ କେକେଆର୍‌କୁ ଜିତିବା ପାଇଁ ୬୬ ରନ ଦରକାର ଥିଲା। ଆନ୍ଦ୍ରେ ରସେଲଙ୍କ ୧୩ ବଲରେ ଅପରାଜିତ ୪୮ ରନର ପାଳି ଯୋଗୁ କେକେଆର୍‌ ୫ ବଲ ପୂର୍ବରୁ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା।
୨୦୨୪, ମ୍ୟାଚ ନଂ-୩୬, କୋଲ୍‌କାତା
ମିଚେଲ ଷ୍ଟାର୍କଙ୍କୁ ଅନ୍ତିମ ଓଭରରେ ୨୦ ରନର ଡିଫେଣ୍ଡ କରିବାକୁ ଥିବାବେଳେ ତାଙ୍କ ସାମ୍ନାରେ କର୍ନ ଶର୍ମା ଥିଲେ। ପ୍ରଥମ ୪ ବଲରେ ୩ ଛକା ମାରିବା ପରେ ପଞ୍ଚମ ବଲରେ ଦୁଇ ରନ ନେବାକୁ ଯାଇ କର୍ନ ରନଆଉଟ୍‌ ହୋଇଥିଲେ। ଫଳରେ କେକେଆର୍‌ ୧ ରନର ରୋମାଞ୍ଚକ ବିଜୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?