Posted inଖେଳ

ବୟସକୁ ନେଇ ହେଉଥିଲେ ଟ୍ରୋଲ; ଏବେ କେକେଆର୍‌ର ଅଧିନାୟକ କହିଲେ …

ମମ୍ବାଇ,୭।୪: ବୟସାଗତ ତାରତମ୍ୟକୁ ନେଇ ପ୍ରଥମେ ଟ୍ରୋଲିଂର ଶିକାର ହୋଇଥିଲେ ୪୦ ବର୍ଷୀୟ ହରଭଜନ ସିଂହ। କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ସେ ଆସନ୍ତା ଆଇପିଏଲ୍‌ ଖେଳିବାକୁ ଯିବାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏସବୁ ଭିତରେ କେକେଆର୍‌ ଟିମ୍‌ର ଅଧିନାୟକ ଦିନେଶ କାର୍ତ୍ତିକ ହରଭଜନଙ୍କ ପ୍ରଶଂସା କରିଛନ୍ତି। ଜଣେ ଅନୁଭବୀ ଅଫ୍‌ ସ୍ପିନରଙ୍କ ଖେଳ ଏବେ ବି ଦୃଢ଼ ଏବଂ ପ୍ରତିସ୍ପର୍ଦ୍ଧାପ୍ରିୟ ରହିଛି। କ୍ରିକେଟ ପ୍ରତି ତାଙ୍କର ରୁଚି ତାଙ୍କର ଚରିତ୍ର ଦର୍ଶାଉଛି ବୋଲି ସେ କହିଛନ୍ତି।

ଆଇପିଏଲ୍‌ ଖେଳାଳି ନିଲାମ ପ୍ରକ୍ରିୟାର ପ୍ରଥମ ଚରଣରେ କେହି ଫ୍ରାଞ୍ଚାଇଜ୍‌ ନ କିଣିବା ପରେ କେକେଆର୍‌ ପକ୍ଷରୁ ୨ କୋଟି ଟଙ୍କାରେ ହରଭଜନଙ୍କୁ କିଣାଯାଇଛି। ସେ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ସାରିଥିବା ବେଳେ ଚଳିତ ଥର ନୂଆ ଟିମ୍‌ରୁ ଖେଳିବେ। ଏନେଇ ଖୁସିବ୍ୟକ୍ତ କରିବା ସହ କାର୍ତ୍ତିକ କହିଛନ୍ତି, ହରଭଜନ ଅଭ୍ୟାସ ସମୟରେ ଅନ୍ୟ ସାଥୀ ଖେଳାଳି ପହଞ୍ଚିବା ପୂର୍ବରୁ ଶୀଘ୍ର ପହଞ୍ଚି ଯାଇଥାନ୍ତି। ଗତ ଏକ ସପ୍ତାହ ଧରି ତାଙ୍କର ଖେଳ ପ୍ରଭାବିତ କରିଛି। କେକେଆର୍‌ ପାଇଁ ସେ ଭଲ ସାବ୍ୟସ୍ତ ହେବେ ବୋଲି ଆଶା ରଖାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଦାର୍ପଣ ରଣଜୀ ମ୍ୟାଚ୍‌ରେ ଇତିହାସ ରଚିଲେ ଧୂଲ

ନୂଆଦିଲ୍ଲୀ,୨୦।୨: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଅଧିନାୟକ ୟଶ ଧୂଲ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଛନ୍ତି। ୧୮ ମାସ...

ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସ ଖେଳିବେନି ନାଡାଲ

ମାଡ୍ରିଡ୍‌, ୧୮ା୬ (ଏପି)-ସ୍ବାସ୍ଥ୍ୟଗତ କାରଣ ଦୃଷ୍ଟିରୁ କ୍ଲେ-କୋର୍ଟ ରାଜା ରାଫାଲ ନାଡାଲ ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ନାହିଁ। ନାଡାଲ ଗତ ମାସରେ...

ଧୂଆଁ କାରଣରୁ ଶାରାପୋଭାଙ୍କ ମ୍ୟାଚ୍‌ ସ୍ଥଗିତ

ମେଲବୋର୍ନ, ୧୪।୧ (ଏଏଫ୍‌ପି)- ରୁଷୀୟ ମହିଳା ଟେନିସ ତାରକା ମାରିଆ ଶାରାପୋଭା ଓ ଜର୍ମାନୀୟ ଲୌରା ସିଏଗମୁଣ୍ଡଙ୍କ ମଧ୍ୟରେ ଏଠାରେ ଅନୁଷ୍ଠିତ କୋୟୋଙ୍ଗ କ୍ଲାସିକର ଏକ...

ସିଏସ୍‌କେକୁ କେବଳ ବୋଲର ବଞ୍ଚାଇପାରିବେ

ଦୁବାଇ,୭।୧୦: ପୂର୍ବରୁ ପ୍ଲେ-ଅପ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଜିତିବା ପାଇଁ ବୋଲରଙ୍କ...

ତୃତୀୟ ଟେଷ୍ଟରୁ ପ୍ୟାଟିନସନ ଓହରିଲେ

ସିଡ୍‌ନୀ, ୫।୧(ପି.ଟି.)-ପଞ୍ଜରାରେ ଆଘାତ ଯୋଗୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେମ୍ସ ପ୍ୟାଟିନସନ ଭାରତ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରୁ ଓହରି ଯାଇଛନ୍ତି। ସୋମବାର କ୍ରିକେଟ ଅଷ୍ଟ୍ରେଲିଆ...

ସୋମବାର ଷ୍ଟୋକ୍ସଙ୍କ ଅଙ୍ଗୁଳି ଅସ୍ତ୍ରୋପଚାର

ଲଣ୍ଡନ, ୧୭।୪(ପି.ଟି.)- ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ବାମହାତ ବିଶି ଅଙ୍ଗୁଳିରେ ଅସ୍ତ୍ରୋପଚାର ଆସନ୍ତା ସୋମବାର ହେବ। ଫଳରେ ସେ ଅତିକମ୍‌ରେ ୧୨ ସପ୍ତାହ ପାଇଁ...

ଜେମିସନଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ

ଖ୍ରୀଷ୍ଟଚର୍ଚ୍ଚ, ୧୬ା୫ (ପି.ଟି.)-ପେସ୍‌ ବୋଲର କାଇଲ ଜେମିସନ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) ୨୦୨୦-୨୧ ସିଜନ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକାଭୁକ୍ତ ହୋଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଭାରତ...

ଭାରତୀୟ କ୍ରିକେଟର୍‌ଙ୍କୁ ଟି-ଶାର୍ଟ ପ୍ରଦାନ କରିଥିଲେ ଏହି ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ, ୧।୭- ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁବର୍ଷ ହେବ ଦ୍ୱିପାକ୍ଷିକ କ୍ରିକେଟ୍‌ ସିରିଜ ଅନୁଷ୍ଠିତ ହୋଇନାହିଁ। ଦୁଇଦେଶର କ୍ରିକେଟ୍‌ ପ୍ରଶଂସକ...

Advertisement
Archives

Model This Week