Posted inଖେଳ

IPL ଆରମ୍ଭ ପୂର୍ବରୁ ମହାଲଢ଼େଇ! RCBର କଟା ଘା’ରେ ଚୂନ ମାରିଲା KKR, କାବା ହେଲେ… 

ନୂଆଦିଲ୍ଲୀ,୧୪।୩: ଆଇପିଏଲ ୨୦୨୬ ସିଜନ ଆରମ୍ଭ ହେବାକୁ ମାତ୍ର ଦିନ କେଇଟା ବାକି। ନିକଟରେ ଟି-୨୦ ବିଶ୍ୱକପ ଶେଷ ହେବା ପରେ ଏବେ ପ୍ରଶଂସକ ଏହି ଟୁର୍ନାମେଣ୍ଟକୁ ଅପେକ୍ଷା କରି ରହିଛନ୍ତି। ମାର୍ଚ୍ଚ ୨୮ରୁ ଲିଗ୍‌ର ୧୯ତମ ସିଜନ ଆରମ୍ଭ ହେବ। ସବୁଥର ପରି ଏଥର ମଧ୍ୟ ୧୦ଟି ଦଳ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ। କିନ୍ତୁ ପଡ଼ିଆରେ ଖେଳ ଆରମ୍ଭ ହେବା ପୂର୍ବରୁ ହିଁ ଦଳଗୁଡ଼ିକ ମଧ୍ୟରେ ଶବ୍ଦ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପୂର୍ବତନ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ (KKR) ଏକ ଭିଡିଓ ଜରିଆରେ ବର୍ତ୍ତମାନର ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)କୁ ଟାର୍ଗେଟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଶନିବାର, ୧୪ ମାର୍ଚ୍ଚରେ କୋଲକାତା ନାଇଟ ରାଇଡର୍ସ ନିଜର ନୂଆ ଜର୍ସି ଲଞ୍ଚ କରିଛି। ଏଥିପାଇଁ ଦଳ ପକ୍ଷରୁ ଏକ ପ୍ରମୋସନାଲ ଭିଡିଓ ରିଲିଜ କରାଯାଇଛି। ଏହି ଭିଡିଓରେ କିଛି ନିର୍ଦ୍ଦିଷ୍ଟ ସଂଖ୍ୟା (Numbers)ର ବ୍ୟବହାର କରାଯାଇଛି, ଯାହାଦ୍ୱାରା RCBର ମଜା ଉଡ଼ା ଯାଇଛି।
ଭିଡିଓର ଏକ ଦୃଶ୍ୟରେ ଟ୍ରାଫିକ ସିଗ୍‌ନାଲ ଦେଖାଯାଇଛି, ଯେଉଁଠାରେ ଟାଇମରେ ‘୪୯’ ଲେଖା ହୋଇଛି। ସାଧାରଣ ଭାବେ ଏହା ୪୯ ସେକେଣ୍ଡକୁ ବୁଝାଉଥିଲେ ମଧ୍ୟ, ଆଇପିଏଲ ଇତିହାସରେ ଏହି ନମ୍ବର RCB ପାଇଁ ଏକ କଳା ଇତିହାସ। ଆଇପିଏଲ ଇତିହାସରେ RCB ମାତ୍ର ୪୯ ରନ୍‌ରେ ଅଲ୍‌-ଆଉଟ୍‌ ହୋଇଯାଇଥିଲା, ଯାହା ଲିଗ୍‌ର ସର୍ବନିମ୍ନ ସ୍କୋର। ଏହି ମ୍ୟାଚ୍‌ KKR ବିପକ୍ଷରେ ହିଁ ଖେଳାଯାଇଥିଲା।
କେବଳ ୪୯ ନୁହେଁ, KKR ନିଜର ସଫଳତା ଦେଖାଇବା ସହ RCB କୁ ଚିଡ଼ାଇବା ପାଇଁ ଆହୁରି କିଛି ନମ୍ବର ବ୍ୟବହାର କରିଛି।  ଯେମିତିକି, ୧୫୮, ଆଇପିଏଲ୍‌ର ପ୍ରଥମ ମ୍ୟାଚ୍ରେ ବ୍ରାଣ୍ଡନ ମ୍ୟାକକୁଲମଙ୍କ ସ୍କୋର, ଯାହା RCB ବିପକ୍ଷରେ ଥିଲା। ୧୦୫/୬, ପାୱାର-ପ୍ଲେ (୬ ଓଭର) ରେ KKR ର ସର୍ବାଧିକ ସ୍କୋର, ଏହା ମଧ୍ୟ ୨୦୧୭ରେ RCB ବିପକ୍ଷରେ ଆସିଥିଲା।୨୭୨/୭, ଏକ ସ୍କୁଟର ନମ୍ବର ପ୍ଲେଟ ଜରିଆରେ KKR ନିଜର ସର୍ବାଧିକ ସ୍କୋରକୁ ଦର୍ଶାଇଛି, ଯାହା ଗତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ହୋଇଥିଲା।
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଭୟ ଦଳର ପ୍ରଶଂସକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଛି। ଆଗାମୀ ମ୍ୟାଚ୍‌ରେ RCB ଏହାର ଜବାବ ପଡ଼ିଆରେ କିଭଳି ଦେଉଛି, ତାହା ଦେଖିବାକୁ ବାକି ରହିଲା।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?