ଷ୍ଟେଜ୍‌ ଉପରେ ବାରମ୍ବାର ଝାଳ ପୋଛୁଥିଲେ, ପାଣି ପିଉଥିଲେ; ଶେଷରେ ପଡ଼ି ଯାଇ…

ବମ୍ବେ: ମୃତ୍ୟୁ ଏକ ଅନିମନ୍ତ୍ରିତ ଅତିଥି। ସେ ଲୁଚିଛପି କେତେବେଳେ ଯେ ଆସିଯାଏ କହିହୁଏନା। ଠିକ୍‌ ଏଭଳି କିଛି ଘଟିଛି ବଲିଉଡ୍‌ର ଖ୍ୟାତନାମା କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ କ୍ଷେତ୍ରରେ। କୋଲକାତାର ନଜୁରଲ ମଞ୍ଚରେ ଆୟୋଜିତ କନସର୍ଟରେ ଗାଇବା ପରେ ହଠାତ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ହେଁ ବିଳମ୍ବ ହୋଇଯାଇଥିଲା। ଶେଷରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ବିଳମ୍ବିତ ରାତିର ଏହି ଘଟଣା କେକେଙ୍କ ପ୍ରଶଂସକଙ୍କୁ ଦୋହଲାଇ ଦେଇଛି। କେହି ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ବୋଧହୁଏ କେକେ ମଧ୍ୟ କନସର୍ଟରେ ଗାଇବା ବେଳେ ଏଭଳି କିଛି ତାଙ୍କ ସହ ଘଟିଯିବ ବୋଲି କଳ୍ପନା କରି ନ ଥିବେ।

କେକେଙ୍କ ଆକସ୍ମିକ ମୃତ୍ୟୁ ପରେ କନସର୍ଟ ସମୟର ଏବଂ ପରର କିଛି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। କନସର୍ଟ ଆରମ୍ଭରୁ କେକେ ଜୋସ୍‌ରେ ନଜର ଆସୁଥିବା ବେଳେ ଧିରେ ଧିରେ ତାଙ୍କୁ ଅସହଜ ମନେ ହୋଇଥିଲା। ଭାଇରାଲ ହେଉଥିବା ଏକ ଭିଡିଓରେ ସେ ବାରମ୍ବାର ନିଜର ଝାଳ ପୋଛୁଥିବା ଦେଖାଯାଉଛି। ଏଥିସହ ସେ ଉପରକୁ ଦେଖିବା ସହ ପାଣି ମଧ୍ୟ ପିଉଛନ୍ତି। ଠିକ୍‌ ଅନୁଭବ କରିବା ଲାଗି ସେ ଷ୍ଟେଜ ଉପରେ ଏଣେତେଣେ ବୁଲୁଥିଲେ ମଧ୍ୟ। ଏସବୁ ସତ୍ତ୍ୱେ ସେ ବେଳକୁ ବେଳ ଅସୁସ୍ଥ ଅନୁଭବ କରିଥିଲେ। କନସର୍ଟ ପରେ ତଳେ ମଧ୍ୟ ପଡ଼ିଯାଇଥିଲେ। ଫଳରେ ତାଙ୍କୁ ପୁଣିଥରେ ହୋଟେଲକୁ ନିଆଯାଇଥିଲା। ସେଠାରୁ ତାଙ୍କୁ କୋଲକାତାର ସିଏମ୍‌ଆର୍‌ଆଇ ହସ୍ପିଟାଲ ନିଆଯାଇଥିଲା। ହେଲେ ସେତେବେଳକୁ ସେ ଆଉ ଜୀବିତ ନ ଥିଲେ।

କେକେଙ୍କ ମୃତ୍ୟୁ ପରେ ପ୍ରଶଂସକମାନେ ଶେଷ ସମୟର ଭିଡିଓକୁ ଶେୟାର କରି ନଜରୁଲ ମଞ୍ଚ ବିପକ୍ଷରେ ମାମଲା ଦାୟର କରିବାକୁ ଦାବି କରୁଛନ୍ତି। ସେ ଅସୁସ୍ଥତା ଅନୁଭବ କରିବା ସତ୍ତ୍ୱେ ତାଙ୍କୁ ଗାଇବାକୁ ପଡ଼ିଥିବା ସେମାନେ କହୁଛନ୍ତି।

Watch: KK was not feeling comfortable during the concert is clearly visible from this video. Fans are complaining against the Nazrul Manch Authority along with the authority of both the college.#KK #KKLive #KKRIP #KKKolkata pic.twitter.com/j5zq3ruI19

— Tirthankar Das (@tirthaMirrorNow) May 31, 2022


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ସାଜିଛି ବାଧକ, ଭାରରେ ବୁହା ହେଲେ ମହିଳା ରୋଗୀ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ…

ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?