ସୁନ୍ଦର କରିବ କିସ୍‌ମିସ୍‌

ଡ୍ରାଏଫ୍ରୁଟ୍‌ଭାବେ କିସ୍‌ମିସ୍‌ ବ୍ୟବହାର କରାଯାଏ। କିନ୍ତୁ ତ୍ୱଚାକୁ ସୁନ୍ଦର ଓ ଅଧିକ ଗ୍ଲୋ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିହେବ। ଏଥିପାଇଁ ଜାଣିରଖନ୍ତୁ ଉପାୟ….

ପ୍ରଥମେ ରାତିରେ ୧ କପ୍‌ କିସ୍‌ମିସ୍‌କୁ ୧ ଗ୍ଲାସ୍‌ ପାଣିରେ ଭିଜାଇ ଦିଅନ୍ତୁ। ରାତି ସାରା ଭିଜିବା ପରେ ସକାଳେ ସେଥିରୁ କିସ୍‌ମିସ୍‌ ସବୁ ବାହାରକରି ଦିଅନ୍ତୁ।
କିସ୍‌ମିସ୍‌ ପାଣିରେ ୧ଚାମଚ ଚାଉଳଗୁଣ୍ଡ ସହ ୧ ଚାମଚ ମହୁ ମିଶାନ୍ତୁ। ଏହାକୁ ଭଲଭାବେ ଗୋଳାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ୍‌ ରଖି ଉଷୁମ ପାଣିରେ ଧୋଇଦିଅନ୍ତୁ।
ଅଧା ଗ୍ଲାସ୍‌ କିସ୍‌ମିସ୍‌ ପାଣିରେ ଅଧା ଭାଗ ଗୋଲାପ ଜଳ ମିଶାନ୍ତୁ। ଏଥିରେ କିଛି ଲେମ୍ବୁରସ ମିଶାନ୍ତୁ। ଏବେ ଏହି ମିଶ୍ରଣରେ ଅଳ୍ପ ଲେମ୍ବୁରସ ମିଶାଇ ଟୋନର ଭଳି ଲଗାନ୍ତୁ। କିଛିଦିନ ପରେ ତ୍ୱଚା ବହୁତ ସୁନ୍ଦର ଦେଖାଯିବ।
କିସ୍‌ମିସ୍‌ରେ ସ୍କ୍ରବ୍‌ ତିଆରିକରି ଲଗାନ୍ତୁ। ଏଥିପାଇଁ କସ୍‌ମିସ୍‌କୁ ଗ୍ରାଇଣ୍ଡିଂ କରି ଏଥିରେ କିଛି ଅଲିଭ୍‌ ଅଏଲ ମିଶାଇ ସ୍କ୍ରବ୍‌ ଭଳି ସପ୍ତାହକୁ ଥରେ ଲଗାନ୍ତୁ। କିଛିଦିନ ପରେ ତ୍ୱଚା ଅଧିକ ଉଜ୍ଜ୍ୱଳ ଦେଖାଯିବ।
କିସ୍‌ମିସ୍‌ ପାଣିରେ ଆଇରନ, ଭିଟାମିନ୍‌ ଓ ମିନେରାଲ ରହିଛି। ତେଣୁ ଏହାର ପାଣିକୁ କେଶ ମୂଳରେ ଲଗାଇଲେ କେଶ ଝଡ଼ିବା ବନ୍ଦ ହେବା ସହ ଉଜ୍ୱଳତା ବଢ଼ିପାରିବ ଓ ଏହା ଶୀଘ୍ର ଧଳା ହେବ ନାହିଁ।
ସ୍କିନ୍‌ ସୁନ୍ଦର କରିବା ପାଇଁ ଏଥିରେ ଆପଣ ଫେସ୍‌ପ୍ୟାକ୍‌ ବି ତିଆରି କରିପାରିବେ। ଏଥିପାଇଁ ୪ ଚାମଚ କିସ୍‌ମିସ୍‌୍‌ ରାତିରେ ପାଣିରେ ଭିଜାଇ ଦିଅନ୍ତୁ। ସକାଳୁ ଏହାକୁ ଗ୍ରାଇଣ୍ଡିଂ କରି ପେଷ୍ଟ ତିଆରି କରନ୍ତୁ। ଏଥିରେ ମହୁ ଓ ଅଳ୍ପ କିସ୍‌ମିସ୍‌ ପାଣି ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ। ଏହି ପ୍ୟାକ୍‌ ଲଗାଇଲେ ମୁହଁରେ ବ୍ରଣ ସମସ୍ୟା ଦେଖାଦେଇ ନ ଥାଏ।
ସ୍କିନ୍‌ର ସବୁ ସମସ୍ୟା ଓ ଇନ୍‌ଫେକ୍‌ଶନ ଦୂରକରିବା ପାଇଁ ଏଥିରୁ ଜେଲ୍‌ ପ୍ରସ୍ତୁତ କରିପାରିବେ। ଏଥିପାଇଁ ୬ ଚାମଚ କିସମିସ୍‌କୁ ରାତିରୁ ପାଣିରେ ଭିଜାଇ ଦିଅନ୍ତୁ। ସକାଳୁ ଏହାକୁ ଛାଣି ପେଷ୍ଟ ତିଆରି କରନ୍ତୁ। ଏବେ ଏଥିରେ ଆଲୋଭେରା ଜେଲ୍‌ ଓ ଭିଟାମିନ୍‌-ଇ କ୍ୟାପ୍‌ସୁଲ ମିଶାନ୍ତୁ। ମିଶ୍ରଣକୁ ପତଳା କରିବା ପାଇଁ ଭିଜା ହୋଇଥିବା କିସ୍‌ମିସ୍‌ ପାଣି ମଧ୍ୟ ବ୍ୟବହାର କରିପାରିବେ। ଏସବୁକୁ ଭଲଭାବେ ମିଶାଇ ଡବାରେ ଭର୍ତ୍ତିକରି ରଖନ୍ତୁ। ପ୍ରତିଦିନ ଏହି ଜେଲ୍‌ ଲଗାଇବା ଫଳରେ ସ୍କିନ୍‌ରେ ଥିବା ଇନ୍‌ଫେକଶନ ଦୂରହୋଇଥାଏ ଓ ସ୍କିନ୍‌ ସୁନ୍ଦର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri