Posted inଫୁରସତ

ବେଣୀ ପାଇଁ…

କେଶସଜ୍ଜା ନାରୀ ଶୃଙ୍ଗାରର ଏକ ମୁଖ୍ୟ ଅଂଶ। ବିଭିନ୍ନ ପ୍ରକାରର କେଶସଜ୍ଜା ମଧ୍ୟରେ ବେଣୀର ଫ୍ୟାଶନ ବହୁ ପୁରାତନ କାଳରୁ ଚାଲି ଆସିଛି। ତେବେ ଆଜିକାଲି ବେଣୀକୁ ଟିକେ ମଡର୍ନ ଲୁକ୍‌ ଦେବା ପାଇଁ ବିଭିନ୍ନ ପ୍ରକାର ବେଣୀ ବାନ୍ଧିବା ଶୈଳୀ ଆରମ୍ଭ ହୋଇଛି। ମାସିଡୋନିଆର ଟ୍ରେଣ୍ଡାଫିଲ୍କା କିରୋଭା ନାମ୍ନୀ ଜଣେ ମହିଳା ମଧ୍ୟ ନିଜସ୍ବ ଉଦ୍ୟମରେ କରୁଛନ୍ତି ବିଭିନ୍ନ ପ୍ରକାରର ବେଣୀ। ତାଙ୍କ ବେଣୀ ବାନ୍ଧିବା ଶୈଳୀ ବେଶ୍‌ ଭିନ୍ନ ଓ ଆକର୍ଷକ। ଲାଗେ ସତେଯେମିତି ପରୀ ରାଇଜର ରାଜକୁମାରୀଙ୍କ କେଶରେ ହୋଇଥିବା ସୁନ୍ଦର କେଶସଜ୍ଜା ଭଳି। ତେବେ ଏଥିପାଇଁ ସେ କେଉଁଠାରୁ ତାଲିମ ନେଇ ନାହାନ୍ତି। ବରଂ ସେ ଗର୍ଭବତୀ ଥିବାବେଳେ ବେଣୀ ନିଜେ ନିଜେ କରିବା ଆରମ୍ଭ କରିଥିଲେ। ଇଣ୍ଟରନେଟ୍‌ରୁ ବିଭିନ୍ନ ଟ୍ୟୁଟୋରିଆଲ ସର୍ଚ୍ଚ କରି ଦେଖି ଜଟିଳରୁ ଅତି ଜଟିଳ ବେଣୀ ମଧ୍ୟ କରିବା ଶିଖିଲେ। ଏବେ ସେ ନିଜସ୍ବ ଶୈଳୀରେ ବିଭିନ୍ନ ପ୍ରକାରର ସୁନ୍ଦର ବେଣୀ କରିପାରୁଛନ୍ତି। ଏହି ନିଶାକୁ ସେ ନିଜର ପେସା କରିବା ଲାଗି ପୂର୍ବରୁ କରୁଥିବା ଆକାଉଟାଣ୍ଟ ଚାକିରି ଛାଡିଦେଇଛନ୍ତି। ଆଉ ପାଲଟିଯାଇଛନ୍ତି ଜଣେ ହେୟାର୍‌ଷ୍ଟାଇଲିଷ୍ଟ। କିରୋଭା କହନ୍ତି, ‘ବିଭିନ୍ନ ପ୍ରକାର ବେଣୀ କରିବାରେ ମତେ ଆନନ୍ଦ ମିଳେ। ଏଥିରୁ ମନକୁ ଶାନ୍ତି ବି ମିଳିଥାଏ।’ କିରୋଭା ନିଜ ଷ୍ଟୁଡିଓରେ ମାନେକୁଇନ୍‌ଙ୍କ ଓ୍ବିଗ୍‌ରେ ବିଭିନ୍ନ ପ୍ରକାରର ବେଣୀ କରି ଇନଷ୍ଟାଗ୍ରାମ୍‌ରେ ଫଟୋ ଶେୟାର କରିଥାଆନ୍ତି। ଯାହାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଅଛି, ଯେଉଁଥିରେ ସେ ବେଣୀ କରିବାର ବିଭିନ୍ନ ଶୈଳୀ ଶିଖାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?