ଓଡ଼ିଶାର ପ୍ରତ୍ୟେକ ଗଁାର ରହିଛି ନିଜସ୍ବ ଏକ ପରିଚୟ। କେଉଁ ଗାଁ ସ୍ବଚ୍ଛତା ପାଇଁ ପ୍ରସିଦ୍ଧ ତ କେଉଁ ଗାଁ ତା’ର କଳା କାରୀଗରି ପାଇଁ। ସେମିତି ଏକ ଗାଁ ହେଉଛି ସୁନ୍ଦରଗଡ ଜିଲାର କୁତ୍ରାବ୍ଲକ ଅନ୍ତର୍ଗତ କିରିଙ୍ଗିସେରା; ଯିଏ କି ବାଦ୍ୟଯନ୍ତ୍ର ପ୍ରସ୍ତୁତି ପାଇଁ ପ୍ରସିଦ୍ଧି ଲାଭ କରିଛି। ଏହି ଗାଁରେ ପ୍ରସ୍ତୁତ ହେଉଛି ମାଦଳବାଦ୍ୟ। ମାଦଳ ହେଉଛି ଏମିତି ଏକ ବାଦ୍ୟ, ଯାହା ଆଦୀବାସୀ ଜନଜାତିର ସାଂସ୍କୃତିକ ପରମ୍ପରାରେ ବେଶ ଗୁରୁତ୍ୱ ରଖେ। ଯେତେବେଳେ ଆଦିବାସୀ ପଲ୍ଲୀର ଡଙ୍ଗର ତଳେତଳେ ଲୁଚିଯାଆନ୍ତି ସୂର୍ଯ୍ୟ, ସେତିକିବେଳେ କର୍ମକ୍ଳାନ୍ତ ଜୀବନକୁ ସହଜ କରିବା ପାଇଁ ଆଦିବାସୀମାନଙ୍କ ପଲ୍ଲୀରେ ବାଜିଉଠେ ମାଦଳ । ମାଦଳବାଦ୍ୟର ଆକର୍ଷଣରେ ବିଭୋର ହୋଇ ସମସ୍ତେ ଛୁଟି ଆସନ୍ତି ଏକ ନିଦ୍ଧିଷ୍ଟ ଜାଗାକୁ । ନିସ୍ତବ୍ଦ ବନଭୂଇଁରେ ମାଦଳର ସୁମଧୂର ସ୍ବର ସୃଷ୍ଟିକରେ ଝଙ୍କାର । ଆଦିବାସୀ ତରୁଣ ତରୁଣୀଙ୍କ ମନରେ ସୃଷ୍ଟି ହୁଏ ଶିହରଣ । ଏହି ମାଦଳବାଦ୍ୟର ତାଳେ ତାଳେ ଆଦିବାସୀଙ୍କ ଛନ୍ଦ ପାଦର ନୃତ୍ୟରେ ସୃଷ୍ଟି କରେ ନିଆରାଭାବ। ମନହୁଏ ଅଧୀର । କର୍ମକ୍ଳାନ୍ତ ଶରୀରର ଥକାପଣକୁ ଦୂର କରେ ମାଦଳର ସୁମଧୂର ଧ୍ୱନୀ । ଏହି ମାଦଳବାଦ୍ୟ କେବଳ ଆଦିବାସୀ ଜନଜାତିଙ୍କ ଙ୍କ ଅବସର ବିନୋଦନର ମାଧ୍ୟମ ନୁହେଁ, ଏହା ତାଙ୍କ ସାଂସ୍କୃତିକ ପରମ୍ପରା ସହିତ ଓତପ୍ରୋତଃ ଭାବରେ ଜଡିତ; ଯାହା ତାଙ୍କ ଲୋକନୃତ୍ୟ, ଲୋକସଂଗୀତକୁ କରିଥାଏ ସମୃଦ୍ଧ।
ଏହି ମାଦଳବାଦ୍ୟର ଗାଁ ଭାବେ ପ୍ରସିଦ୍ଧି ଲାଭ କରିଛି ସୁନ୍ଦରଗଡ ଜିଲାର କୁତ୍ରାବ୍ଲକ ଅନ୍ତର୍ଗତ କିରିଙ୍ଗିସେରା ଗ୍ରାମ; ଯେଉଁଠି ପ୍ରାୟ ୫୦ରୁ ୬୦ଟି ପରିବାର ଦେଶୀୟ ଶୈଳିରେ ମାଦଳ ବାଦ୍ୟ ଓ ଅନ୍ୟାନ୍ୟ ବାଦ୍ୟ ତିଆରି କରି ଜୀବିକା ନିର୍ବାହ କରିଥାନ୍ତି। ଏହି ଗାଁର(ଘାସି)ସଂପ୍ରଦାୟର କାରିଗରମାନେ ପିଢି ପରେ ପିଢି ଏହି କାଯର୍ୟ କରିଆସୁଛନ୍ତି । ଏମାନେ ମାଦଳ ସହିତ ମୃଦଙ୍ଗ, କିଶାନ ବାଜା, ନେଗେଡା (ବଡବାଦ୍ୟ) ଆଦି ବାଦ୍ୟ ଉପକରଣ ତିଆରି କରି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଯେଉଁ ବାଦ୍ୟଯନ୍ତ୍ରର ଦୁଇ କିମ୍ବା ଏକ ପାଖରେ ଚମଡ଼ାର ଆବରଣ କରାଯାଇ ହାତ କିମ୍ବା ବାଡ଼ି ସାହାଯ୍ୟରେ ବଜାଯାଏ, ତାହାକୁ ଅବନଦ୍ଧ କୁହାଯାଏ। ଯଥା- ମୃଦଙ୍ଗ, ଢୋଲ, ମର୍ଦ୍ଦଳ, ଚାଙ୍ଗୁ। ଏହି ବାଦ୍ୟଗୁଡିକ ତିଆରିରେ ବ୍ୟବହୃତ ସମସ୍ତ ସାମଗ୍ରୀ ଚମଡା, କାଠର ଗଣ୍ଡି, ରଂଗ, ଫୋମ୍, କିରଣ, ମୋଟା ଟିଣ ପ୍ରଭୃତିକୁ ଏହି କାରିଗରମାନେ ଝାଡଖଣ୍ଡର ଗୁମଲା ବଜାରରୁ ଆଣିଥାଆନ୍ତି ।
ମାଦଳର ବିକ୍ରୟ ମୂଲ୍ୟ ତିନି ହଜାରରୁ ସାଢେ ତିନିହଜାର ଟଙ୍କା ହୋଇଥିବା ବେଳେ ନେଗେଡା (ବଡବାଦ୍ୟ) ଦଶହଜାର ଟଙ୍କା ହୋଇଥାଏ । ଏହି ବାଦ୍ୟ ଗୁଡିକ ତିଆରିରେ ଘାସି ସଂପ୍ରଦାୟର ପରିବାର ସଦସ୍ୟ କାର୍ଯ୍ୟ କରିଥାନ୍ତି। ଏହି କାର୍ଯ୍ୟରେ ମହିଳାମାନଙ୍କ ଭୂମିକା ଅଧିକ। ସେମାନେ ଏହି ବାଦ୍ୟର କିରଣକୁ ଘସିଘସି ଚିକ୍କଣ କରିଥାନ୍ତି। ଏହି ବାଦ୍ୟଯନ୍ତ୍ର ତିଆରି କରି ସେମାନେ ନିଜର କୌଳିକ ବୃତ୍ତିକୁ ପିଢି ପରେ ପିଢି ବଜାୟ ରଖିଛନ୍ତି। ମାତ୍ର ଆଜିକାଲି ଏହି ପରମ୍ପରାଗତ ବୃତ୍ତି ସଙ୍କଟରେ ।
ଏ ସମ୍ପର୍କରେ ବାଦ୍ୟ ତିଆରି କରୁଥିବା କିରିଙ୍ଗିସେରା ଗ୍ରାମର ବର୍ଷୀୟାନ ମାଦଳବାଦ୍ୟ କାରିଗର ପହଲ ନାଏକ କୁହନ୍ତି, ଆମ ବାପ ଅଜା ଅମଳରୁ ଆମେ ଏହି କାମ କରିଆସୁଛୁ । ଏହି ବାଦ୍ୟଗୁଡିକ ତିଆରିରେ ନିୟୋଜିତ ପରିବାରଙ୍କୁ ଏପଯର୍ୟନ୍ତ କୌଣସି ସରକାରୀ ପ୍ରୋତ୍ସାହନ ମିଳିପାରିନାହିଁ। ସେହିପରି ମୂଲ ନାଏକ କୁହନ୍ତି, ଆମ ଅଂଚଳରେ ଏହି ବାଦ୍ୟ ଗୁଡିକର ଆଦର ରହିଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ବିବାହ ଆଦି ସାମାଜିକ ଉତ୍ସବରେ ଏହି ବାଦ୍ୟର ତାଳେ ତାଳେ ନାଚଗୀତରେ ଲୋକେ ଝୁମି ଉଠନ୍ତି ।
କିନ୍ତୁ ଆବଶ୍ୟକୀୟ ସରକାରୀ ପ୍ରୋତ୍ସାହନର ଅଭାବ ଓ ବଜାର ନଥିବାରୁ କାରିଗରମାନେ ଗାଁ ଗାଁ ବୁଲି ଏହି ବାଦ୍ୟଯନ୍ତ୍ରକୁ ବିକ୍ରୀ କରିଥାନ୍ତି । ପଡୋଶୀ ଝାଡଖଣ୍ଡ ରାଜ୍ୟର ସିମଡେଗାର ଗାନ୍ଧୀ ମେଳାରେ ଏହି ମାଦଳ ଓ ନେଗେଡା (ବଡବାଦ୍ୟ) କୁ ନେଇ ବିକ୍ରୀ ପାଇଁ ଯାଇଥାନ୍ତି। । କିନ୍ତୁ ସୁନ୍ଦରଗଡ ଜିଲାରେ ଏହି ଦେଶୀ ବାଦ୍ୟଯନ୍ତ୍ର ବିକ୍ରି ପାଇଁ ସେମିତି ସ୍ବତନ୍ତ୍ର ବଜାର ହୋଇନାହିଁ ।
ଜିଲା ପ୍ରଶାସନଙ୍କ ଜରିଆରେ ବାଦ୍ୟଯନ୍ତ୍ରର ସ୍ବତନ୍ତ୍ର ବଜାର ବ୍ୟବସ୍ଥା ପାଇଁ ଦୋକାନ ଗୃହ ଓ ଋଣ ସହାୟତା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ଯାହାଦ୍ୱାରା ଏହି ବାଦ୍ୟଯନ୍ତ୍ରର ଅଧିକ ବିକ୍ରୟ ସୁବିଧା ହୋଇପାରିବ ।
ମାତ୍ର ଏହି ଜିଲାରେ ଏମିତି ପରମ୍ପରାଗତ ବାଦ୍ୟ ତିଆରି ବୃତ୍ତିକୁ ବଂଚାଇ ରଖିବା ପାଇଁ ନୂତନ ପିଢି ତଥା ଯୁବ ଓ ମହିଳା ଗୋଷ୍ଠୀଙ୍କୁ ଉପଯୁକ୍ତ ତାଲିମ ଦେବାର ଆବଶ୍ୟକତା ରହିଛି। କେବଳ ଜିଲାର କିରିଙ୍ଗିସେରା ନୁହେଁ ବରଂ କୁତ୍ରା ବ୍ଲକର ତେଲିଘଣା, ଜୋରାମୁଡା, ଖତକୁର ବାହାଲ ଗ୍ରାମରେ ବସବାସ କରୁଥିବା ଅନେକ ଆଦିବାସୀ ପରିବାରର କାରିଗରମାନେ ବାଦ୍ୟ ତିଆରି କଳା ଭଳି କୌଳିକ ବୃତ୍ତିକୁ ଆପଣେଇ ନିଜର ଜୀବିକା ନିର୍ବାହ କରିଆସୁଛନ୍ତି। ତେବେ ମାଦଳ ଅବନଦ୍ଧ ଲୋକବାଦ୍ୟ ରୂପେ ପରିଚିତ। ଓଡ଼ିଶାର ଅନେକ ସ୍ଥାନରେ ଏହି ବାଦ୍ୟ ତିଆରି କାରିଗର ରହିଥିବା ବେଳେ କିରିଙ୍ଗିସେରା ଗ୍ରାମ ମାଦଳବାଦ୍ୟ କାରିଗରଙ୍କ ପାଇଁ ନିଆରା ପରିଚୟ ପାଇଛି।
-ଜୟ ନାରାୟଣ ମେଣ୍ଡୁଳି
Posted inHome Left, Uncategorized View All
ସୀମାଟପିଲାଣି ଦୁର୍ନୀତି: ଭିମାଗୁଡ଼ି-କର୍ଲାମୁଣ୍ଡା କଂକ୍ରିଟ ରାସ୍ତା ନିମ୍ନମାନର ନିର୍ମାଣ
ରିଷିଡା, ୮।୮ (ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକରେ ଦୁର୍ନୀତି ଦିନକୁ ଦିନ ସୀମା ଟପୁଥିବା ଅଭିଯୋଗ ହୋଇଛି। ବ୍ଲକ ଅଧିକାରୀଙ୍କ ଦାୟିତ୍ୱହୀନତା ତଥା ଅପାରଗତା ଯୋଗୁ ଠିକାଦାରଙ୍କ…
ଭୂତଳ କେବୁଲ ଯୋଗେ ଜିଲାପାଳ -ଏସ୍ପିଙ୍କ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ
ଛତ୍ରପୁର, ୮।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବହୁଦିନର ଅପେକ୍ଷା ପରେ ଶନିବାର ଆଧୁନିକ ଯାନ୍ତ୍ରିକ ଜ୍ଞାନକୌଶଳରେ ଟିପିଏସ୍ଓଡିଏଲ୍ ପକ୍ଷରୁ ୧୧ କେଭି ବିଶିଷ୍ଟ ଭୂତଳ କେବୁଲ ଯୋଗେ…
ଗୁପ୍ତରେ ବିବାହ କଲେ KKRର ଅଲରାଉଣ୍ଡର, ଟିଭି ଅଭିନେତ୍ରୀଙ୍କ ହାତ ଧରିଲେ…
ନୂଆଦିଲ୍ଲୀ,୮।୮: କ୍ରିକେଟର ଏବଂ ଟେଲିଭିଜନ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କର ତାଲିକା ବହୁତ ଲମ୍ବା, ଏବଂ ଏବେ ଏଥିରେ ଆଉ ଏକ ନାମ ଯୋଡି ହୋଇଛି। ପ୍ରଶ୍ନର ସମ୍ମୁଖୀନ…
ଶୌଚ ପାଇଁ ଯାଇଥିଲେ ମାଡ଼ିବସି ଦେହରେ ଢ଼ାଳିଦେଲେ ପେଟ୍ରୋଲ, ପରେ ହୁହୁ ହୋଇ ଜଳିଲେ
ଲହୁଣୀପଡ଼ା, ୮।୮ (ଦାଶରଥି ପଣ୍ଡା/ ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘସା ଗ୍ରାମରେ ଶନିବାର ସକାଳ ପ୍ରାୟ ସାଢ଼େ ୫ଟା ସମୟରେ…
‘ପାକିସ୍ତାନୀମାନେ ଭାରତୀୟଙ୍କ ଶତ୍ରୁ ନୁହଁନ୍ତି,’ ଏମିତି କହି ଚର୍ଚ୍ଚାରେ ଆରଏସଏସ ମୁଖ୍ୟ ମୋହନ ଭାଗବତ
ନୂଆଦିଲ୍ଲୀ,୮।୮: ଭାରତ-ପାକିସ୍ତାନ ସମ୍ପର୍କ ଉଲ୍ଲେଖ କରିବା ସାଧାରଣତଃ ଉତ୍ତେଜନା, ସୀମା ବିବାଦ ଏବଂ ଶତ୍ରୁତାର ଚିତ୍ର ସୃଷ୍ଟି କରେ। ଏହା ମଧ୍ୟରେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)…
ମାଈ ହାତୀର କଙ୍କାଳ ଠାବ: ବନବିଭାଗର ତଦନ୍ତ ଆରମ୍ଭ
ରିଆମାଳ, ୮।୮( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ନୂଆଁଡ଼ିହି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖିଲେଇ ଗ୍ରାମ ନିକଟବର୍ତ୍ତୀ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ…
ପୁଣି ସୃଷ୍ଟି ହେଲା ଲଘୁଚାପ: ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୮।୮: ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହୋଇଛି। ଫଳରେ ରାଜ୍ୟରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ…
କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…
ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…
Archives

