Posted inଖେଳ

୭୨ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲେ କିରଣ

ହାଙ୍ଗଝୋ, ୩୦୯ (ପି.ଟି.): ଚଳିତ ଏସିଆନ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରୁ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି କିରଣ ବଳିୟାନ। ଦୀର୍ଘ ୭୨ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ମହିଳା ଶଟ୍‌ପୁଟ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୨୪ ବର୍ଷୀୟା ବଳିୟାନ ନିଜର ତୃତୀୟ ଉଦ୍ୟମରେ ୧୭.୩୬ ମିଟର ଶଟ୍‌ପୁଟ୍‌ ଫିଙ୍ଗିଥିଲେ। ଯାହାକି ତାଙ୍କୁ ବ୍ରୋଞ୍ଜ ପଦକ ସଫଳତା ଦେଇଥିଲା। ଏସିଆନ ଗେମ୍ସ ଇତିହାସରେ କିରଣ ଦ୍ୱିତୀୟ ଭାରତୀୟ ଭାବେ ମହିଳା ଶଟ୍‌ପୁଟ୍‌ ଇଭେଣ୍ଟରେ ପଦକ ହାସଲ କରିଛନ୍ତି। ୧୯୫୧ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସଂସ୍କରଣରେ ମୁମ୍ବାଇର ଆଙ୍ଗ୍ଲୋ-ଇଣ୍ଡିଆନ ବାର୍ବରା ଓ୍ବେବଷ୍ଟର ଏହି ଇଭେଣ୍ଟରୁ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଚଳିତ ସିଜନରେ କିରଣଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଥ୍ରୋ ହେଉଛି ୧୭.୯୨ ମିଟର। ସେପ୍ଟେମ୍ବର ୧୦ରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ୫ରେ ସେ ଏହି ସଫଳତା ପାଇଥିଲେ। କିରଣଙ୍କ ସହ ଏସିଆନ ଗେମ୍ସରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଅନ୍ୟତମ ଭାରତୀୟ ମନପ୍ରୀତ କୌର ୧୬.୨୫ ମିଟର ସହିତ ୫ମ ସ୍ଥାନରେ ରହିଥିଲେ।
ମହିଳା ୪୦୦ ମିଟର ରେସ୍‌ରେ ହିମାଂଶି ମଲିକ ହିଟ୍‌ରେ ୫ମ ସ୍ଥାନରେ ରହିବାରୁ ଫାଇନାଲ୍ସ ପାଇଁ ଯୋଗ୍ୟତା ପାଇ ନ ଥିଲେ। ୨୧ ବର୍ଷୀୟା ହିମାଂଶି ହିଟ୍‌ ନମ୍ବର ୩ରେ ୫୭.୮୨ ସେକେଣ୍ଡ ସମୟ ନେଇଥିଲେ। ତାଙ୍କ ସହ ରେସ୍‌ କରିଥିବା ଅନ୍ୟତମ ଭାରତୀୟ ଐଶ୍ୱର୍ଯ୍ୟା ମିଶ୍ରା ୫୨.୭୩ ସେକେଣ୍ଡ ସମୟ ନେଇ ଫାଇନାଲ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପୁରୁଷ ୪୦୦ ମିଟର ରେସ୍‌ରେ ମହମ୍ମଦ ଆଜମଲ ୪୫.୭୬ ସେକେଣ୍ଡ ସମୟ ନେଇ ଫାଇନାଲ୍ସରେ ପ୍ରବେଶ କରିଛନ୍ତି। ମହମ୍ମଦ ଆନାସ ୟାହିୟା କିନ୍ତୁ ବିଫଳ ହୋଇଛନ୍ତି। ମହିଳା ହାମର ଥ୍ରୋ ଫାଇନାଲରେ ତାନ୍ୟା ଚୌଧାରୀ ଓ ରଚନା କୁମାର ଯଥାକ୍ରମେ ୬୦.୫୦ ଓ ୫୮.୧୩ ମିଟର ସହିତ ୭ମ ଓ ୯ମ ସ୍ଥାନରେ ରହିଥିଲେ। ମହିଳା ୨୦ କିଲୋମିଟର ରେସ୍‌ ଓ୍ବାକ୍‌ରେ ପ୍ରିୟଙ୍କା ଗୋସ୍ବାମୀ ୫ମ ସ୍ଥାନରେ ରହିଥିଲେ। ସେ ୧ ଘଣ୍ଟା ୪୩ ମିନିଟ ୭ ସେକେଣ୍ଡ ସମୟ ନେଇଥିଲେ। ପୁରୁଷ ୨୦ କିମି ରେସ୍‌ ଓ୍ବାକ୍‌ରେ ବିକାଶ ସିଂ ୫ମରେ ରହିଥିଲେ। ସନ୍ଦିପ ସିଂ ରେସ୍‌ ସମୟରେ ଅଯୋଗ୍ୟ ଘୋଷିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri