Posted inଫୁରସତ

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ଙ୍କ ନୂଆ ନିୟମ: ମାସ୍କ ନ ପିନ୍ଧିଲେ ମିଳିବ ଏମିତି କଠୋର ଦଣ୍ଡ

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍‌ ତାଙ୍କ ଦେଶରେ ନୂତନ ନିୟମ ଲାଗୁ କରିଛନ୍ତି। ତେବେ ଏଠାରେ ଏପରି ଅନେକ ନିୟମ ଅଛି, ଯାହା ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନ ଲାଗୁ ହୋଇଥିବା ନିୟମ କରୋନା ସମ୍ବନ୍ଧୀୟ। ଉତ୍ତର କୋରିଆର ଲୋକମାନେ ଆଉ ମାସ୍କ ପିନ୍ଧୁ ନାହାଁନ୍ତି, ଏ ନେଇ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ତେବେ ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, କିଛି ଦିନ ପୂର୍ବରୁ କିମ ଜୋଙ୍ଗ ଉତ୍ତର କୋରିଆରେ କରୋନା ପଜିଟିଭ୍‌ ନ ଥିବା ଘୋଷଣା କରିଥିଲେ।

କିମଙ୍କ ନୂତନ ନିୟମ ଅନୁଯାୟୀ, ମାସ୍କ ନ ପିନ୍ଧଥିବା ନାଗରିକମାନଙ୍କୁ ୩ ମାସ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ଦିଆଯାଇ ଦଣ୍ଡିତ କରାଯିବ। ରେଡିଓ ଫ୍ରି ଏସିଆ ରିପୋର୍ଟ ଅନୁଯାୟୀ, ଯେଉଁମାନେ ମାସ୍କ ନ ପିନ୍ଧିଥିବେ ସେମାନଙ୍କୁ ଧରିବା ପାଇଁ ଛାତ୍ରମାନଙ୍କ ଏକ ‘ଫେସ ମାସ୍କ ପାଟ୍ରୋଲ’ ଦଳ ଗଠନ କରାଯିବ। ଏଥିପାଇଁ ଛାତ୍ରଙ୍କ ନିଯୁକ୍ତି ଶୀଘ୍ର ହେବ।

ଉତ୍ତର କୋରିଆରେ କରୋନା ପଜିଟିଭ୍‌ ରହିଥିବା ବେଳେ ସଂଖ୍ୟା କେତେ ଅଛି ସେ ସମ୍ବନ୍ଧରେ କୌଣସି ସୂଚନା ନାହିଁ। ମାତ୍ର ଏହାକୁ ରୋକିବା ପାଇଁ ସେଠାରେ ଅନେକ ପଦକ୍ଷେପ ନିଆଯାଇଛି। ଉଦାହରଣ ସ୍ବରୂପ, ଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି ହେବାକୁ ବାରଣ କରାଯାଇଛି ଏବଂ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ଏହା ବ୍ୟତୀତ ସୀମାରେ କାମ କରୁଥିବା ଲୋକଙ୍କୁ ଅଲଗା ରହିବାକୁ ପରାମର୍ଶ ଦିଆଯାଇଛି।

ତେବେ ଏହି ମାସ ଆରମ୍ଭରେ କିମ ଦାବି କରିଥିଲେ ଯେ, ତାଙ୍କ ଦେଶ କରୋନା ମୁକାବିଲା କରିବାରେ ସଫଳ ହୋଇଛି। ଜାନୁୟାରୀ ଶେଷ ସୁଦ୍ଧା, ଯେତେବେଳେ କରୋନା ବିସ୍ତାର ହେବାକୁ ଲାଗିଲା, ଉତ୍ତର କୋରିଆ ଏହାର ସଂକ୍ରମଣକୁ ରୋକିବା ପାଇଁ ଶୀଘ୍ର ପଦକ୍ଷେପ ନେଇଥିଲା। ସେ ଦେଶର ସମସ୍ତ ସୀମାକୁ ସିଲ୍‌ କରିଥିଲେ। କିଛି ଦିନ ପୂର୍ବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହା ମଧ୍ୟ କହିଥିଲାଯେ, ଉତ୍ତର କୋରିଆରେ ଏପର୍ଯ୍ୟନ୍ତ କେବଳ ୯୨୨ ଜଣଙ୍କୁ କରୋନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ କୌଣସି ମାମଲା ପଜିଟିଭ୍‌ ଚିହ୍ନଟ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri