ଆମେରିକାକୁ ଧମକ ଦେଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧୦।୭ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ଆମେରିକାକୁ ଧମକ ଦେଇଛନ୍ତି। ଯଦି ଆମେରିକା ଉତ୍ତରକୋରିଆ ବାୟୁମଣ୍ଡଳରେ ଗୁପ୍ତଚର ବିମାନ ଉଡ଼ାଇବାରେ ଭୁଲ କରେ, ତେବେ ସେଗୁଡ଼ିକୁ ଗୁଳି କରି ଖସାଇ ଦିଆଯିବ। ଉତ୍ତର କୋରିଆ ସୋମବାର ଆମେରିକା ବିରୋଧରେ ଅଭିଯୋଗ କରିଛି ଏହାର ଗୁପ୍ତଚର ବିମାନଗୁଡ଼ିକ ଉତ୍ତର କୋରିଆ ବାୟୁ ସୀମାରେ ପ୍ରବେଶ କରିଛି।

ଏହା ସହ କିମ୍‌ ଚେତାବନୀ ଦେଇଛନ୍ତି ପ୍ୟୋଙ୍ଗୟାଙ୍ଗ ବର୍ତ୍ତମାନ ମଧ୍ୟ ସଂଯମତା ଜାରି ରଖିଛି । ଏହିପରି ବିମାନ ଉଡ଼ାଣକୁ ଆମେରିକା ବନ୍ଦ କରିବା ଉଚିତ। ସରକାରୀ କେକେଏନଏ ନ୍ୟୁଜ ଏଜେନ୍ସି ସ୍ବାରା ଜାରି ଏକ ବିବୃତ୍ତିରେ ଉତ୍ତର କୋରିଆର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଆମେରିକା ଦ୍ୱାରା ଉତ୍ତେଜନାମୂଳକ ସାମରିକ କାର୍ଯ୍ୟ କୋରିଆ ଉପଦ୍ୱୀପକୁ ଆଣବିକ ବିବାଦର ନିକଟତର କରୁଛି।

ଏହି ରିପୋର୍ଟରେ ଆମେରିକାର ଗୁପ୍ତଚର ବିମାନ ଏବଂ ଡ୍ରୋନର ବ୍ୟବହାର ମଧ୍ୟ ଉଲ୍ଲେଖ କରାଯାଇଛି ଏବଂ ୱାଶିଂଟନ ଉପଦ୍ୱୀପ ନିକଟରେ ଆଣବିକ ବୁଡ଼ାଜାହାଜ ପଠାଇ ଉତ୍ତେଜନା ବୃଦ୍ଧି କରୁଛି ବୋଲି କୁହାଯାଇଛି। ମୁଖପାତ୍ର କହିଛନ୍ତି ଆମେରିକାର ବାୟୁସେନା ରଣନୈତିକ ଗୁପ୍ତଚର ବିମାନର ଅବତରଣ ଭଳି ଏକ ଭୟଙ୍କର ଦୁର୍ଘଟଣା କୋରିଆ ସମୁଦ୍ରରେ ଘଟିବ ନାହିଁ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ଏହି ବିବୃତ୍ତିରେ ଉତ୍ତର କୋରିଆର ଦକ୍ଷିଣ କୋରିଆର ସୀମା ଏବଂ ଉପକୂଳରେ ଆମେରିକୀୟ ବିମାନକୁ ଗୁଳି ଚଳାଇବା କିମ୍ବା ଅଟକାଇବା ଭଳି ଘଟଣା ମଧ୍ୟ ଉଲ୍ଲେଖ କରାଯାଇଛି। ଉତ୍ତର କୋରିଆ ଆମେରିକା ଉପରେ ଏପରି ଅଭିଯୋଗ ଆଣିବା ପ୍ରଥମ ଘଟଣା ନୁହେଁ। ଉତ୍ତର କୋରିଆ ପ୍ରାୟତଃ ଉପଦ୍ୱୀପ ନିକଟରେ ଆମେରିକାର ନୀରିକ୍ଷଣ ବିମାନ ଉପରେ ଅଭିଯୋଗ କରିଥାଏ।

ଉତ୍ତର କୋରିଆର ଏହି ଚେତାବନୀ ପରେ ଦକ୍ଷିଣ କୋରିଆରେ ଅବସ୍ଥାପିତ ଆମେରିକୀୟ ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ସେନା କହିଛି ଉତ୍ତର କୋରିଆର ବାୟୁସେନା ଉଲ୍ଲଂଘନ ଦାବି ସତ୍ୟ ନୁହେଁ। ଆମେରିକାର ଏରିଏଲ ସିସିଟିଭି ଉପଦ୍ୱୀପରେ ନିୟମିତ ଅନୁସନ୍ଧାନ ଉଡ଼ାଣ କରିଥାଏ। ଏହା ସହିତ ଦକ୍ଷିଣ କୋରିଆ କହିଛି ସେମାନେ ଏବଂ ସେମାନଙ୍କର ସହଯୋଗୀ ଆମେରିକା ମିଳିତ ଭାବେ ଉତ୍ତର କୋରିଆ ଉପରେ ନଜର ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ପୁଣି ଯୁଦ୍ଧ ମୁହାଁ ମିଡଲ ଇଷ୍ଟ, ଇରାନ ଉପରେ ଆକ୍ରମଣ ପରେ ଟ୍ରମ୍ପ କହିଛନ୍ତି – ତେହରାନ ସରକାର ଏକ କର୍କଟ; ଶୀଘ୍ର ଅସ୍ତ୍ରୋପଚାର ଆବଶ୍ୟକ, ଜବାବ ରଖିଲା ଇରାନ

ଓ୍ବାଶିଂଟନ,୮।୭: ପଶ୍ଚିମ ଏସିଆ ପୁଣି ଥରେ ବଡ଼ ସଂଘର୍ଷ ଆଡକୁ ମୁହାଁଇଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସରକାର…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

‘ଇରାନ ସହିତ ଚୁକ୍ତି ଶେଷ’: ଶାନ୍ତି ଚୁକ୍ତିର ସମାପ୍ତି ଘୋଷଣା କଲେ ଟ୍ରମ୍ପ, ଏବେ ହେବ କଡା ଟକ୍କର!

ଓ୍ବାଶିଂଟନ,୮।୭: ତୁର୍କୀର ରାଜଧାନୀ ଅଙ୍କାରାରେ ଅନୁଷ୍ଠିତ ନାଟୋ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଥିଲେ। ଗଣମାଧ୍ୟମ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri