କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କ ମୁଣ୍ଡରେ ବ୍ୟାଣ୍ଡେଜ୍‌ ପଡ଼ିଥିବା ନେଇ ଚର୍ଚ୍ଚା

ପ୍ୟୋଙ୍ଗ୍‌ୟାଙ୍ଗ୍‌,୫ା୮: ଉତ୍ତରକୋରିଆ ଶାସକ କିମ୍‌-ଜୋଙ୍ଗ-ଉନ୍‌ ତାଙ୍କର କ୍ରୁର ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। କିନ୍ତୁ ଏବେ ସେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କିମ୍‌ଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

ଏକ ରିପୋର୍ଟ ଅନୁଯାୟୀ, ଜୁଲାଇ ୨୪ରୁ ୨୭ ପର୍ଯ୍ୟନ୍ତ ସାମରିକ ବୈଠକରେ କିମ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ୨୭ରୁ୨୯ ପର୍ଯ୍ୟନ୍ତ ସେ ଦେଶର ସେନା ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମୁଣ୍ଡ ପଛରେ ଏକ ବ୍ୟାଣ୍ଡେଜ୍‌ ଦେଖିବାକୁ ମିଳିଥିଲା। ତାଙ୍କ ମୁ୍‌ଣ୍ଡରେ ଏକ ଆଘାତର ଚିହ୍ନ ମଧ୍ୟ ରହିଛି। ଏହି ପଟି ବିଷୟରେ କୁହାଯାଉଛି ଯେ, ଏହା ଏତେ ଛୋଟ ଯେ ଏକ ଡାକ ଷ୍ଟାମ୍ପ୍‌ ପରି ଦିଶୁଛି। ମୁଣ୍ଡରେ ସବୁଜ ରଙ୍ଗର ଏକ ଦାଗ ବି ଦେଖାଯାଉଥିଲା। ତେବେ କିମ୍‌ଙ୍କ ମୁଣ୍ଡରେ ଏହି ଦାଗ କିପରି ହେଲା ତାହା କେବଳ ଚର୍ଚ୍ଚାରେ ରହିଯାଇଛି। ପ୍ରକୃତ କାରଣ କେହି ଜାଣିପାରୁନାହାନ୍ତି। ସେ ଯାହା ବି ହେଉନା କାହିଁକି ସମସ୍ତଙ୍କୁ ଶାସନ କରି ସାବାଡ କରୁଥିବା କିମ୍‌ଙ୍କ ମୁଣ୍ଡରେ କାହିଁକି ବ୍ୟାଣ୍ଡେଜ ପଡ଼ିଲା ତାହାକୁ ନେଇ ଖୁବ୍‌ ଜୋର୍‌ରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ଶରଣାର୍ଥୀଙ୍କୁ ଆଶ୍ରୟ ଦେଲା ପୋଲାଣ୍ଡ

ଓ୍ବାରସ,୨୫।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନବାସୀ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାୟନ କରୁଛନ୍ତି। ରାଜଧାନୀ କ୍ୱିଭ୍‌ରୁ ଲୋକେ ୟୁକ୍ରେନର ପଶ୍ଚିମାଞ୍ଚଳ ଆଡକୁ ମୁହାଁଇଛନ୍ତି। ରେଳ...

ଚାଇନାରେ କରୋନା ବେକାବୁ: ଗୋଟିଏ ଦିନରେ ୩ କୋଟି ୭୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ…

ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ବ୍ଲୁମବର୍ଗ ଅନୁସାରେ ଚାଇନା ସରକାରଙ୍କ ସର୍ବୋଚ୍ଚ ସ୍ବାସ୍ଥ୍ୟ ପ୍ରାଧିକରଣର ଆକଳନ ଅନୁଯାୟୀ, ଏହି ସପ୍ତାହରେ...

ଏଲନ ମସ୍କଙ୍କ ବଢ଼ିଲା ସମସ୍ୟା: ଟୁଇଟର ସୋର୍ସ କୋଡ ଅନଲାଇନରେ ଲିକ୍‌…

ଓ୍ବାଶିଂଟନ,୨୭।୩ : ଏଲନ ମସ୍କଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ଟୁଇଟର ସୋର୍ସ କୋଡ ଅନଲାଇନରେ ଲିକ ହୋଇଛି। ସୋର୍ସ କୋଡ ହେଉଛି ମୌଳିକ କମ୍ପ୍ୟୁଟର...

ଇମ୍ରାନଙ୍କୁ ଠକ କହିଲେ ପ୍ରଧାନମନ୍ତ୍ରୀ

ଇସଲମାବାଦ,୨୯ା୩: ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ନ୍ୟାଶନାଲ ସଂସଦରେ କହିଛନ୍ତି ଯେ, ସରକାର ଏବଂ ତାଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନା...

ଟ୍ରମ୍ପ୍‌ଙ୍କୁ ଭୋଟ ଦେବେ ମସ୍କ

ଓ୍ବାଶିଂଟନ୍‌, ୧୯ା୫: ଟୁଇଟର ଡିଲ୍‌କୁ ନେଇ ଚର୍ଚ୍ଚାରେ ଥିବା ଏଲନ୍‌ ମସ୍କ ଏବେ ଆମେରିକାର ଶାସକ ଦଳ ଡେମୋକ୍ରାଟିକ୍‌ ପାର୍ଟିକୁ ସମାଲୋଚନା କରିଛନ୍ତି। ଏଣିକି ସେ...

ପାକିସ୍ତାନର ପୋଲିସ ଶିବିର ଉପରେ ଆକ୍ରମଣ, ଡିଏସପି ସମେତ ୩ ପୋଲିସ କର୍ମୀ ମୃତ

ଇସଲାମାବାଦ,୩୦ ।୩: ପାକିସ୍ତାନରୁ ସକାଳୁ ସକାଳୁ ଏକ ଲହୁ ଲୁହାଣର ଖବର ସାମ୍ନାକୁ ଆସିଛି । ସେଠାରେ ଥିବା ଲକି ମାରୱାତରେ ଥିବା ପୋଲିସ ପୋଷ୍ଟ...

ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ ମିଳିଲାନି ସମର୍ଥନ

ନୂଆଦିଲ୍ଲୀ,୧୭।୧(ପି.ଟି.):ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବାରେ ବିଫଳ ହୋଇଛି। ତେବେ ଇସ୍‌ଲାମାବାଦର ଏହି ଉଦ୍ୟମକୁ ଚାଇନା ସହାୟତା କରୁଥିବାରୁ ଭାରତ ଏହାର...

ଫେସ୍‌ବୁକ ପାଇଁ ୭୦ ବର୍ଷ ପରେ ମା’ଙ୍କୁ ଫେରିପାଇଲେ

ଢାକା,୨୯।୯: ସୋସିଆଲ ମିଡିଆ ପ୍ଲାଟଫର୍ମ କାରଣରୁ ୭୦ ବର୍ଷ ପରେ ନିଜ ମା’ଙ୍କୁ ଫେରିପାଇଛନ୍ତି ବାଂଲାଦେଶର ଜଣେ ୮୨ ବର୍ଷୀୟ ବୃଦ୍ଧ। ବୃଦ୍ଧଙ୍କ ମା’ଙ୍କ ବୟସ...

Advertisement
Archives

Model This Week