ପ୍ରେମିକା ପାଇଁ ସ୍ତ୍ରୀଙ୍କୁ ହତ୍ୟା

ନୟାଗଡ ଅଫିସ,୧୫।୨: ନୟାଗଡ଼ ଜିଲା ଶରଣକୁଳ ଥାନା ସସ୍ମିତା ମହାପାତ୍ରଙ୍କୁ ହତ୍ୟା ପାଇଁ ତାଙ୍କ ସ୍ବାମୀ ଅକ୍ଷୟ ମହାପାତ୍ର ଓରଫ ଅଖିଳ (୩୯) ୫ଜଣ ସୁପାରିକିଲରଙ୍କ ସହାୟତା ନେଇଥିବାବେଳେ ପୋଲିସ ହତ୍ୟାର ରହସ୍ୟ ପର୍ଦ୍ଦାଫାଶ କରିଛି। ପ୍ରେମିକାଙ୍କୁ ବିବାହ ଲାଳସାରେ ଅକ୍ଷୟ ତାଙ୍କ ଜୀବନସାଥୀଙ୍କୁ କେବଳ ପର କରିଦେଇନାହାନ୍ତି, ବରଂ ତାଙ୍କ ଜୀବନ ନେଇଛନ୍ତି। ଏଥିରେ ତାଙ୍କ ପ୍ରେମିକା ସହାୟତା କରିଥିଲେ ବୋଲି ଅକ୍ଷୟ ସ୍ବୀକାର କରିଥିବା ପୋଲିସ କହିଛି। ଶନିବାର ଗିରଫ ହୋଇଥିବା ୪ ସୁପାରି କିଲର ଗୋଲଗାଁର ଜିତେନ୍ଦ୍ର ସ୍ବାଇଁ(୨୦), ତୋଫାନ ମଣ୍ଡଳ(୨୨), ଭାଗୀରଥି ମହାରଣା(୪୦) ଓ ଶରଣକୁଳ ସୁଆରସାହିର ମନୋଜ ପ୍ରଧାନ(୨୨) ଏବଂ ୨ ଦିନିଆ ରିମାଣ୍ଡରେ ଥିବା ମୁଖ୍ୟ ଅଭିଯୁକ୍ତ ଅକ୍ଷୟଙ୍କୁ ପୋଲିସ ରବିବାର ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏଟ୍‌ କରିଛି। ଏହି ସମୟରେ ହତ୍ୟାରେ ବ୍ୟବହୃତ ଓଢ଼ଣିକୁ ସ୍ଥାନୀୟ ଏକ ନଦୀକୂଳରୁ ପୋଲିସ ଜବତ କରିଛି। ଏହାସହ ୪ ସୁପାରିକିଲରଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ନୟାଗଡ଼ ସବ୍‌ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଅକ୍ଷୟଙ୍କୁ ଅଧିକ ପଚରାଉଚରା କରାଯାଉଛି। ସୋମବାର ମେଡିକାଲ ଟେଷ୍ଟ ପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଆଉ ଜଣେ ସୁପାରିକିଲର ଶରଣକୁଳର ଅମଜାତ୍‌ ଖାଁ ଫେରାର ହୋଇଯାଇଛନ୍ତି।
ଶରଣକୁଳଠାରେ ଖବରଦାତା ସମ୍ମିଳନୀରେ ନୟାଗଡ଼ ଏସ୍‌ପି ସିଦ୍ଧାର୍ଥ କାଟାରିଆ କହିଛନ୍ତି ଯେ, କଟକ ସଦର ଥାନା ଝିଙ୍କିରିଆ ଗାଁର ସୁଶାନ୍ତ ଦେବତାଙ୍କ ଝିଅ ସସ୍ମିତା ୨୦୧୭ରେ ଶରଣକୁଳର ଅକ୍ଷୟଙ୍କୁ ବିବାହ କରିଥିଲେ। ଅକ୍ଷୟ ବିବାହ ପୂର୍ବରୁ ନିଜ ଗାଁର ଜଣେ ଯୁବତୀ ରୀନା ମହାପାତ୍ରଙ୍କୁ ଭଲ ପାଉଥିଲେ। ବିବାହ ପରେ ଉଭୟଙ୍କ ସମ୍ପର୍କ ଥିବା ଜାଣିବା ପରେ ସସ୍ମିତା ତାହାକୁ ବିରୋଧ କରିଥିଲେ। ତେଣୁ ସସ୍ମିତାଙ୍କୁ ପ୍ରେମ ବାଟରୁ ହଟାଇବା ପାଇଁ ଅକ୍ଷୟ ୫ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଚାପ ପ୍ରୟୋଗ କରିଥିଲେ। ଟଙ୍କା ଦେଇ ନ ପାରିଲେ ପଳାଇଯିବାକୁ ବାରମ୍ବାର କହୁଥିଲେ। ଏପରି କି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏହାସାଙ୍ଗକୁ ପ୍ରେମିକା ସହ ମିଶି ସସ୍ମିତାଙ୍କୁ ମାରିବା ପାଇଁ ବାରମ୍ବାର ଷଡ଼ଯନ୍ତ୍ର କରିଆସୁଥିଲେ। ପ୍ରଥମେ ଅକ୍ଷୟ ଗାଁ ନିିକଟ ଝରଣାକୁ ନେଇ ସସ୍ମିତାଙ୍କୁ ଠେଲି ମାରିବାକୁ ଉଦ୍ୟମ କରିଥିଲେ। ହେଲେ ସେଥିରେ ସଫଳ ହୋଇ ନ ଥିଲେ। ଏହାପରେ ୨୦୨୦ ଡିସେମ୍ବର ୧୫ରେ ମର୍ନିଂ ୱାକ୍‌ରେ ଯାଉଥିବା ସମୟରେ ଗାଡ଼ି ମଡ଼ାଇ ସସ୍ମିତାଙ୍କୁୁ ମାରିବାକୁ ଅକ୍ଷୟ ଯୋଜନା କରିଥିଲେ। ଏଥିପାଇଁ ଶରଣକୁଳର ମନୋଜ ପ୍ରଧାନ ଓ ଅମଜାତ୍‌ ଖାଁକୁ ୫୦ ହଜାର ଟଙ୍କାର ସୁପାରି ଦେଇଥିଲେ। ଏହା ମଧ୍ୟ ବିଫଳ ହୋଇଥିଲା। ପୁଣି ଗତ ଜାନୁୟାରୀ ୨୦ରେ ଗୋଲଗାଁର ଜିତେନ୍ଦ୍ର ଏବଂ ଭାଗୀରଥିଙ୍କୁ ଅଢେଇ ଲକ୍ଷ ଟଙ୍କାର ସୁପାରି ଡିଲ୍‌ କରି ଅକ୍ଷୟ ୨୦ହଜାର ଟଙ୍କା ଆଡ୍‌ଭାନ୍ସ ଦେଇଥିଲେ। ୨୨ ତାରିଖରେ ହତ୍ୟା ଉଦ୍ୟମ ବିଫଳ ହୋଇଥିଲା। ଏହାପରେ ଜାନୁୟାରୀ ୨୯ ରାତିରେ ସସ୍ମିତା ଶୋଇ ପଡ଼ିବା ପରେ ହତ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଖଟରେ ଶୋଇ ରହିଥିବା ସସ୍ମିତାଙ୍କୁ ଗୋଲଗଁାର ୩ ସୁପାରିକିଲର ଜିତେନ୍ଦ୍ର, ତୋଫାନ, ଭାଗୀରଥି ଧରିଥିଲେ। ଅକ୍ଷୟ ଏକ ଓଢ଼ଣିରେ ୫ ମିନିଟ୍‌ ଯାଏ ତଣ୍ଟି ଚିପି ଧରିଥିଲେ। ଫଳରେ ସସ୍ମିତାଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ସସ୍ମିତାଙ୍କ ପାଖରେ ଶୋଇଥିବା ତାଙ୍କ ୨ବର୍ଷର ଶିଶୁକନ୍ୟା ଉଠି ପଡ଼ିଥିଲେ ମଧ୍ୟ ଅକ୍ଷୟଙ୍କୁ କିଛି ଫରକ ପଡ଼ି ନ ଥିଲା। ଏହାପରେ ମୃତଦେହକୁ ତଳମହଲାକୁ ଆଣି ଢିଙ୍କିଶାଳରେ ବାଉଁଶ ଭାଡିରେ ଝୁଲାଇ ଦେଇଥିଲେ। ସବୁ କିଛି ପ୍ରମାଣ ନଷ୍ଟ ପରେ ସ୍ତ୍ରୀ ଆମତ୍ହତ୍ୟା କରିଥିିବା ନେଇ ଥାନାରେ ଅଭିଯୋଗ କରିଥିଲେ ଅକ୍ଷୟ। ପ୍ରାଥମିକ ତଦନ୍ତ ପରେ ପୋଲିସ ପ୍ରଥମେ ଅକ୍ଷୟ ଏବଂ ପରେ ପ୍ରେମିକା ରୀନାଙ୍କୁୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତ ବେଳେ ଏହି ହତ୍ୟାକାଣ୍ଡରେ ସୁପାରି ଦିଆଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ଖବରଦାତା ସମ୍ମିଳନୀରେ ଆଇଆଇସି ବିମଳ ମଲିକ ଓ ତଦନ୍ତକାରୀ ଅଫିସର ବିରଞ୍ଚି ନାରାୟଣ ଅମାତ ମଧ୍ୟ ହତ୍ୟାକାଣ୍ଡ ନେଇ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?