ଜାମିନରେ ଆସି ହୋଇଥିଲେ ଫେରାର, ୩୦ ବର୍ଷ ପରେ ପଡ଼ିଲେ ଧରା

ଲୋଇସିଂହା,୨୨।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ତଥା ଲୋଇସିଂହା ଥାନା ଅନ୍ତର୍ଗତ ଲୁହୁରାମୁଣ୍ଡା ଗାଁର ବାଳକୃଷ୍ଣ ବାରିକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ନୀଳମଣି ସାହୁ(୫୮)ଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ୧୯୯୨ରେ ଜାମିନରେ ଆସିବା ପରେ ସେ ଫେରାର ହୋଇ ଯାଇଥିଲେ। ଦୀର୍ଘ ୩୦ ବର୍ଷ କାଳ ପୋଲିସ ଆଖିରେ ଧୂଳି ଦେଇ ଆସିଥିବା ନୀଳମଣିଙ୍କୁ ଶେଷରେ ପୋଲିସ ଲୁହୁରାମୁଣ୍ଡାରୁ ଧରି ଜେଲ ହାଜତକୁ ପଠାଯାଇଥିବା ଆଇଆଇସି ସଂଗ୍ରାମ ପଟ୍ଟନାୟକ କହିଛନ୍ତି।
ରାଜନୈତିକ ଆକ୍ରୋଶରୁ ୧୯୮୪ ନଭେମ୍ବର ୧୯ ତାରିଖରେ ବାଳକୃଷ୍ଣଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସେତେବେଳେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ମୁଖ୍ୟ ଅଭିଯୁକ୍ତ ନୀଳମଣିଙ୍କ ସହ ୧୭ ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା। ୧୯୯୨ରେ ନୀଳମଣି ଏବଂ ଅନ୍ୟ ୪ ଅଭିଯୁକ୍ତ ଜାମିନରେ ଆସି ଆଉ ଜେଲକୁ ଫେରି ନ ଥିଲେ। ଘଟଣାକ୍ରମରେ ସେହିବର୍ଷ ମାମଲାର ବିଚାର କରି ବଲାଙ୍ଗୀର ଜିଲା ଓ ଦୌରାଜଜ୍‌ ଅଭିଯୁକ୍ତମାନଙ୍କୁ ଆଜୀବନ ସଜା ଓ ଅନ୍ୟାନ୍ୟ ମାମଲାରେ ଅଧିକ ୬ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ। ଏହି ଘଟଣାରେ ୩ଜଣ ରାଜକ୍ଷମା ପାଇଥିଲେ। ସଜା କାଟି ସାରିଥିବା ୯ ଜଣଙ୍କ ମଧ୍ୟରୁ ଇତିମଧ୍ୟରେ ୭ଜଣଙ୍କର ମୃତ୍ୟୁ ଘଟିଲାଣି। ଫେରାର ଥିବା ଅନ୍ୟ ୫ ଅଭିଯୁକ୍ତଙ୍କ ମଧ୍ୟରୁ ବିଭିନ୍ନ ସମୟରେ ସୁପଳ ତାଣ୍ଡି, ସମାରୁ ତାଣ୍ଡି, ପାଚଲା ସାହୁ, କଳିକର ବାରିକଙ୍କୁ ଗିରଫ କରାଯାଇଥିବା ବେଳ ମୁଖ୍ୟ ଅଭିଯୁକ୍ତ ନୀଳମଣି ସାହୁ ଫେରାର ଥିଲେ।

ଗିରଫ ଅଭିଯୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri