କଫ ସିରପ୍‌ ଘାତକ

ଭାରତରେ ନକଲି ଓଷଧର କାୟା ବଢ଼ିବାରେ ଲାଗିଛି। ଅନେକ ସମୟରେ ଏହା ମୃତ୍ୟୁର କାରଣ ବି ହେଉଛି। ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ କମ୍ପାନୀ, ବ୍ୟବସାୟୀ, ବିତରକଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ମଧ୍ୟ କିଛିଦିନ ପରେ ଆଉ କେତେକ ନୂଆ କମ୍ପାନୀ ସେହି ଖେଳରେ ଯୋଡ଼ି ହୋଇଯାଉଛନ୍ତି। ଯେତେ ଖୋଳତାଡ଼ ହେଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ରୋକାଯାଇପାରୁନାହିଁ। କେଉଁ ଓଷଧ କେଉଁ ମାନର ତାହା ଜାଣି ଲୋକଙ୍କୁ ଜଣାଇବାରେ ନିୟାମକ ସଂସ୍ଥାଗୁଡ଼ିକ ମଧ୍ୟ ଏକପ୍ରକାର ବିଫଳ ହେଉଛନ୍ତି; ଯାହା ସ୍ପଷ୍ଟ ହୋଇଛି ଓଡ଼ିଶାର ବେଆଇନ କଫ୍‌ ସିରପ୍‌ କାରବାରରୁ। ମାର୍ଚ୍ଚ ୧୩ରେ ବଲାଙ୍ଗୀରରୁ ବେଆଇନ କଫ୍‌ ସିରପ୍‌ କାରବାରରେ ଜଡ଼ିତ ଏକ ଆନ୍ତଃରାଜ୍ୟ ର଼୍ୟାକେଟକୁ ପୋଲିସ ଠାବ କରିଛି। ୩୭ ଜଣଙ୍କୁ ଗିରଫ କରିବା ସହ ୪୦ ଲକ୍ଷ ଟଙ୍କାର କଫ୍‌ ସିରପ୍‌ ଜବତ କରାଯାଇଛି। ଉକ୍ତ ର଼୍ୟାକେଟର ଚେର ହିମାଚଳପ୍ରଦେଶ, ହରିୟାଣା ଓ ପଶ୍ଚିମବଙ୍ଗରୁ ଲମ୍ବିଛି। ଚିନ୍ତାର ବିଷୟ ହେଉଛି, ଉକ୍ତ କଫ୍‌ ସିରପ୍‌କୁ ନିଶା ଭାବେ ବ୍ୟବହାର କରାଯାଉଥିଲା । ହିମାଚଳ ପ୍ରଦେଶର ମୂଳ ଉପତ୍ାଦକ କମ୍ପାନୀର ଏହି ଏସ୍‌କଫ୍‌ ବ୍ରାଣ୍ଡ୍‌ ହରିୟାଣା ଓ ପଶ୍ଚିମବଙ୍ଗ ଦେଇ ଓଡ଼ିଶା ଆସୁଥିବା ପୋଲିସ କହିଛି। ଏତଦ୍‌ବ୍ୟତୀତ ମେସର୍ସ ଡାଫୋଡିଲ ଡ୍ରଗ୍ସ କମ୍ପାନୀ ଓଡ଼ିଶାର ବିଭିନ୍ନ ଜିଲାକୁ ଏହା ଯୋଗାଣ କରୁଥିବା ଜଣାପଡ଼ିଛି। ତେବେ ଅର୍ଥ ଉପାର୍ଜନ କରିବାର ନିଶା ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନର ଅଭାବ ହିଁ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛି। ଔଷଧ ପ୍ରସ୍ତୁତିର ପ୍ରାରମ୍ଭିକ ପର୍ଯ୍ୟାୟରୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଉପଲବ୍ଧ ହେବାଯାଏ ପଦାଧିକାରୀଙ୍କ ସମ୍ପୃକ୍ତି ସେଥିରେ ରହୁଛି ବୋଲି ସ୍ପଷ୍ଟ ବୁଝାଯାଉଛି। କେବଳ ସେତିକି ନୁହେଁ, ସରକାରୀ ମାନ୍ୟତା ପାଇ ଓଷଧ ତିଆରି କରୁଥିବା କମ୍ପାନୀଠାରୁ ସାମଗ୍ରୀ ଆଣୁଥିବା ଷ୍ଟକିଷ୍ଟ ଏବଂ ସେହି ଷ୍ଟକିଷ୍ଟ ମାଧ୍ୟମରେ ଖୁଚୁରା ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ସେହି ଶିକୁଳିରେ ଯୋଡ଼ିହୋଇ ରହିଛନ୍ତି। ସମସ୍ତେ ସବୁ କଥା ଜାଣିଶୁଣି କରୁଛନ୍ତି ବୋଲି ଜଳଜଳ ଦିଶୁଛି।
ବିଷାକ୍ତ କିମ୍ବା ନକଲି କଫ୍‌ ସିରପ୍‌ ଏକପ୍ରକାର ନୀରବ ଘାତକ। ପୂର୍ବରୁ ବିଷାକ୍ତ କଫ୍‌ ସିରପ୍‌ ବହୁ ଶିଶୁଙ୍କ ଜୀବନ ନେଇଛି। ଗତ ମାସରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପ୍ରକାଶ କରିଥିଲା ଯେ, ଭାରତର ନୋଇଡ଼ାସ୍ଥିତ ମାରିଅନ୍‌ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ଦୁଇ ପ୍ରକାର କଫ୍‌ ସିରପ୍‌ ଯୋଗୁ ଉଜ୍‌ବେକିସ୍ତାନର ୧୯ ଜଣ ପିଲାଙ୍କ ମୃତ୍ୟୁ ଘଟିଥିଲା। ଗତବର୍ଷ ଗାମ୍ବିଆରେ ୬୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁର କାରଣ ହୋଇଥିବା ହରିୟାଣାରେ ପ୍ରସ୍ତୁତ ବିଷାକ୍ତ ତତ୍ତ୍ୱମିଶ୍ରିତ ୪ ପ୍ରକାର କଫ୍‌ ସିରପ୍‌କୁ ଦାୟୀ କରିଥିଲା ଡବ୍ଲ୍ୟୁଏଚ୍‌ଓ। ଏହାବ୍ୟତୀତ ବିଷାକ୍ତ କଫ୍‌ ସିରପ୍‌ଜନିତ ମୃତ୍ୟୁ ଭାରତ, ଆମେରିକା, ପାନାମା, ଇଣ୍ଡୋନେସିଆ ଓ ନାଇଜେରିଆରେ ଘଟିଛି। ଡବ୍ଲ୍ୟୁଏଚ୍‌ଓ ଅନୁଯାୟୀ, ଗତ ୫ ମାସରେ ଭାରତରେ ପ୍ରସ୍ତୁତ ବିଷାକ୍ତ କଫ୍‌ ସିରପ୍‌ ଯୋଗୁ ଗାମ୍ବିଆ, ଉଜ୍‌ବେକିସ୍ତାନ ଓ ଇଣ୍ଡୋନେସିଆରେ ୩୦୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଜୀବନ ଗଲାଣି। ଏହାସହ ଗତବର୍ଷ ହିମାଚଳପ୍ରଦେଶର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କଫ୍‌ ସିରପ୍‌ ସେବନ କରି ଜମ୍ମୁର ଉଦାମପୁରରେ ୧୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। କେବଳ ଏତିକି ନୁହେଁ ୧୯୭୩, ୧୯୮୬ ଏବଂ ୧୯୯୮ରେ ବି ବିଷାକ୍ତ କଫ ସିରପ୍‌ ଯୋଗୁ ଶିଶୁମୃତ୍ୟୁ ଘଟିଆସିଛି। ସମୟ ବ୍ୟବଧାନରେ ହୋଇ ଆସୁଥିବା କଫ୍‌ ସିରପ୍‌ର ବେଆଇନ ପ୍ରସ୍ତୁତି ଓ ଏଥିଜନିତ ମୃତ୍ୟୁ ନିୟାମକ ସଂସ୍ଥାର ଢିଲା ନିୟନ୍ତ୍ରଣକୁ ସ୍ପଷ୍ଟ କରୁଛି। ଏଭଳି ସ୍ଥିତି ସୂଚିତ କରୁଛି ଯେ, କଫ୍‌ ସିରପ୍‌ ତିଆରି କରିବାରେ ସମସ୍ତ ନିୟମକୁ ଠିକ୍‌ ଭାବେ ପାଳନ କରାଯାଉନାହିଁ କିମ୍ବା ଏସବୁ ପ୍ରସ୍ତୁତ କରିବା ପୂର୍ବରୁ କେମିକାଲ ଗୁଣବତ୍ତା ପରୀକ୍ଷା ନିଶ୍ଚିତ କରିବାରେ କିଛି ଦୁର୍ବଳତା ରହୁଛି । ଏଥିରୁ ଜଣାପଡ଼ୁଛି ଯେ, ଭାରତରେ ବ୍ୟବସାୟୀଙ୍କ ପାଇଁ ମଣିଷ ଜୀବନ କୌଣସି ମୂଲ୍ୟ ରଖେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri