କଫ ସିରପ୍‌ ଘାତକ

ଭାରତରେ ନକଲି ଓଷଧର କାୟା ବଢ଼ିବାରେ ଲାଗିଛି। ଅନେକ ସମୟରେ ଏହା ମୃତ୍ୟୁର କାରଣ ବି ହେଉଛି। ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ କମ୍ପାନୀ, ବ୍ୟବସାୟୀ, ବିତରକଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ମଧ୍ୟ କିଛିଦିନ ପରେ ଆଉ କେତେକ ନୂଆ କମ୍ପାନୀ ସେହି ଖେଳରେ ଯୋଡ଼ି ହୋଇଯାଉଛନ୍ତି। ଯେତେ ଖୋଳତାଡ଼ ହେଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ରୋକାଯାଇପାରୁନାହିଁ। କେଉଁ ଓଷଧ କେଉଁ ମାନର ତାହା ଜାଣି ଲୋକଙ୍କୁ ଜଣାଇବାରେ ନିୟାମକ ସଂସ୍ଥାଗୁଡ଼ିକ ମଧ୍ୟ ଏକପ୍ରକାର ବିଫଳ ହେଉଛନ୍ତି; ଯାହା ସ୍ପଷ୍ଟ ହୋଇଛି ଓଡ଼ିଶାର ବେଆଇନ କଫ୍‌ ସିରପ୍‌ କାରବାରରୁ। ମାର୍ଚ୍ଚ ୧୩ରେ ବଲାଙ୍ଗୀରରୁ ବେଆଇନ କଫ୍‌ ସିରପ୍‌ କାରବାରରେ ଜଡ଼ିତ ଏକ ଆନ୍ତଃରାଜ୍ୟ ର଼୍ୟାକେଟକୁ ପୋଲିସ ଠାବ କରିଛି। ୩୭ ଜଣଙ୍କୁ ଗିରଫ କରିବା ସହ ୪୦ ଲକ୍ଷ ଟଙ୍କାର କଫ୍‌ ସିରପ୍‌ ଜବତ କରାଯାଇଛି। ଉକ୍ତ ର଼୍ୟାକେଟର ଚେର ହିମାଚଳପ୍ରଦେଶ, ହରିୟାଣା ଓ ପଶ୍ଚିମବଙ୍ଗରୁ ଲମ୍ବିଛି। ଚିନ୍ତାର ବିଷୟ ହେଉଛି, ଉକ୍ତ କଫ୍‌ ସିରପ୍‌କୁ ନିଶା ଭାବେ ବ୍ୟବହାର କରାଯାଉଥିଲା । ହିମାଚଳ ପ୍ରଦେଶର ମୂଳ ଉପତ୍ାଦକ କମ୍ପାନୀର ଏହି ଏସ୍‌କଫ୍‌ ବ୍ରାଣ୍ଡ୍‌ ହରିୟାଣା ଓ ପଶ୍ଚିମବଙ୍ଗ ଦେଇ ଓଡ଼ିଶା ଆସୁଥିବା ପୋଲିସ କହିଛି। ଏତଦ୍‌ବ୍ୟତୀତ ମେସର୍ସ ଡାଫୋଡିଲ ଡ୍ରଗ୍ସ କମ୍ପାନୀ ଓଡ଼ିଶାର ବିଭିନ୍ନ ଜିଲାକୁ ଏହା ଯୋଗାଣ କରୁଥିବା ଜଣାପଡ଼ିଛି। ତେବେ ଅର୍ଥ ଉପାର୍ଜନ କରିବାର ନିଶା ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନର ଅଭାବ ହିଁ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛି। ଔଷଧ ପ୍ରସ୍ତୁତିର ପ୍ରାରମ୍ଭିକ ପର୍ଯ୍ୟାୟରୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଉପଲବ୍ଧ ହେବାଯାଏ ପଦାଧିକାରୀଙ୍କ ସମ୍ପୃକ୍ତି ସେଥିରେ ରହୁଛି ବୋଲି ସ୍ପଷ୍ଟ ବୁଝାଯାଉଛି। କେବଳ ସେତିକି ନୁହେଁ, ସରକାରୀ ମାନ୍ୟତା ପାଇ ଓଷଧ ତିଆରି କରୁଥିବା କମ୍ପାନୀଠାରୁ ସାମଗ୍ରୀ ଆଣୁଥିବା ଷ୍ଟକିଷ୍ଟ ଏବଂ ସେହି ଷ୍ଟକିଷ୍ଟ ମାଧ୍ୟମରେ ଖୁଚୁରା ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ସେହି ଶିକୁଳିରେ ଯୋଡ଼ିହୋଇ ରହିଛନ୍ତି। ସମସ୍ତେ ସବୁ କଥା ଜାଣିଶୁଣି କରୁଛନ୍ତି ବୋଲି ଜଳଜଳ ଦିଶୁଛି।
ବିଷାକ୍ତ କିମ୍ବା ନକଲି କଫ୍‌ ସିରପ୍‌ ଏକପ୍ରକାର ନୀରବ ଘାତକ। ପୂର୍ବରୁ ବିଷାକ୍ତ କଫ୍‌ ସିରପ୍‌ ବହୁ ଶିଶୁଙ୍କ ଜୀବନ ନେଇଛି। ଗତ ମାସରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପ୍ରକାଶ କରିଥିଲା ଯେ, ଭାରତର ନୋଇଡ଼ାସ୍ଥିତ ମାରିଅନ୍‌ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ଦୁଇ ପ୍ରକାର କଫ୍‌ ସିରପ୍‌ ଯୋଗୁ ଉଜ୍‌ବେକିସ୍ତାନର ୧୯ ଜଣ ପିଲାଙ୍କ ମୃତ୍ୟୁ ଘଟିଥିଲା। ଗତବର୍ଷ ଗାମ୍ବିଆରେ ୬୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁର କାରଣ ହୋଇଥିବା ହରିୟାଣାରେ ପ୍ରସ୍ତୁତ ବିଷାକ୍ତ ତତ୍ତ୍ୱମିଶ୍ରିତ ୪ ପ୍ରକାର କଫ୍‌ ସିରପ୍‌କୁ ଦାୟୀ କରିଥିଲା ଡବ୍ଲ୍ୟୁଏଚ୍‌ଓ। ଏହାବ୍ୟତୀତ ବିଷାକ୍ତ କଫ୍‌ ସିରପ୍‌ଜନିତ ମୃତ୍ୟୁ ଭାରତ, ଆମେରିକା, ପାନାମା, ଇଣ୍ଡୋନେସିଆ ଓ ନାଇଜେରିଆରେ ଘଟିଛି। ଡବ୍ଲ୍ୟୁଏଚ୍‌ଓ ଅନୁଯାୟୀ, ଗତ ୫ ମାସରେ ଭାରତରେ ପ୍ରସ୍ତୁତ ବିଷାକ୍ତ କଫ୍‌ ସିରପ୍‌ ଯୋଗୁ ଗାମ୍ବିଆ, ଉଜ୍‌ବେକିସ୍ତାନ ଓ ଇଣ୍ଡୋନେସିଆରେ ୩୦୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଜୀବନ ଗଲାଣି। ଏହାସହ ଗତବର୍ଷ ହିମାଚଳପ୍ରଦେଶର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କଫ୍‌ ସିରପ୍‌ ସେବନ କରି ଜମ୍ମୁର ଉଦାମପୁରରେ ୧୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। କେବଳ ଏତିକି ନୁହେଁ ୧୯୭୩, ୧୯୮୬ ଏବଂ ୧୯୯୮ରେ ବି ବିଷାକ୍ତ କଫ ସିରପ୍‌ ଯୋଗୁ ଶିଶୁମୃତ୍ୟୁ ଘଟିଆସିଛି। ସମୟ ବ୍ୟବଧାନରେ ହୋଇ ଆସୁଥିବା କଫ୍‌ ସିରପ୍‌ର ବେଆଇନ ପ୍ରସ୍ତୁତି ଓ ଏଥିଜନିତ ମୃତ୍ୟୁ ନିୟାମକ ସଂସ୍ଥାର ଢିଲା ନିୟନ୍ତ୍ରଣକୁ ସ୍ପଷ୍ଟ କରୁଛି। ଏଭଳି ସ୍ଥିତି ସୂଚିତ କରୁଛି ଯେ, କଫ୍‌ ସିରପ୍‌ ତିଆରି କରିବାରେ ସମସ୍ତ ନିୟମକୁ ଠିକ୍‌ ଭାବେ ପାଳନ କରାଯାଉନାହିଁ କିମ୍ବା ଏସବୁ ପ୍ରସ୍ତୁତ କରିବା ପୂର୍ବରୁ କେମିକାଲ ଗୁଣବତ୍ତା ପରୀକ୍ଷା ନିଶ୍ଚିତ କରିବାରେ କିଛି ଦୁର୍ବଳତା ରହୁଛି । ଏଥିରୁ ଜଣାପଡ଼ୁଛି ଯେ, ଭାରତରେ ବ୍ୟବସାୟୀଙ୍କ ପାଇଁ ମଣିଷ ଜୀବନ କୌଣସି ମୂଲ୍ୟ ରଖେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?