କିଲ୍‌ ଦି ବିଲ୍‌

ଲଣ୍ଡନ,୨୫ା୩: କିଛି ମାସ ହେଲା ୟୁରୋପ ସାରା ବିଭିନ୍ନ ପ୍ରସଙ୍ଗରେ ବିକ୍ଷୋଭ ଓ ଆନ୍ଦୋଳନ ମୁଣ୍ଡ ଟେକିଛି। ଗତବର୍ଷ ଆମେରିକାରୁ ଆରମ୍ଭ ହୋଇଥିବା ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର ଆନ୍ଦୋଳନ ବିଭିନ୍ନ ଦେଶକୁ ବ୍ୟାପିଥିଲା। ସେହିପରି ଫ୍ରାନ୍ସରେ ସୁରକ୍ଷା ଆଇନକୁ ନେଇ ବିବାଦ ହୋଇଥିଲା। ଲକ୍‌ଡାଉନ୍‌କୁ ବିରୋଧ କରି ସବୁଠି ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ପୋଲିସ ଏହି ସବୁ ଗଣବିକ୍ଷୋଭକୁ କିପରି ପରିଚାଳନା କରିବ ତାହା ଏକ ବିବାଦୀୟ ବିତର୍କ ହୋଇଛି। ବିଶେଷକରି କେତେକ ମାମଲାରେ ଅଫିସରମାନେ ଅତି ଆକ୍ରମଣାମତ୍କ ଭୂମିକା ନେଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ବ୍ରିଟେନରେ ଆଇନର ଶାସନ ଓ ନାଗରିକ ସ୍ବାଧୀନତାର ସୁରକ୍ଷାର ସନ୍ତୁଳନ ସହ କରୋନା କଟକଣା ଏଥିରେ ଆଉ ଏକ ପ୍ରଶ୍ନ ଯୋଡ଼ିଦେଇଛି। ନୂଆ ପୋଲିସ ବିଲ୍‌କୁ ନେଇ ସବୁଠି ଜୋର୍‌ ଧରିଛି ଚର୍ଚ୍ଚା।

ପୋଲିସ ବିଲ୍‌ରେ କ’ଣ ଅଛି
ପୋଲିସ, ଅପରାଧ, ଦଣ୍ଡବିଧାନ ଓ କୋର୍ଟ ବିଲ୍‌ ହେଉଛି ପ୍ରସ୍ତାବିତ ଆଇନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ୩୦୦ ପୃଷ୍ଠା ସମ୍ବଳିତ ଉକ୍ତ ବିଲ୍‌ ଆଇନରେ ପରିଣତ ହେଲେ ଏହା ଇଂଲଣ୍ଡ ଓ ଓ୍ବେଲ୍ସରେ କାର୍ଯ୍ୟକାରୀ ହେବ। ଗମ୍ଭୀର ଅପରାଧ ପାଇଁ ଏଥିରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ସେହିପରି ପୂର୍ବରୁ କେତେକ କ୍ଷେତ୍ରରେ ଅପରାଧୀମାନଙ୍କୁ ଜେଲରୁ ଆଗୁଆ ମୁକ୍ତ କରିବା ଏବଂ ଅନଧିକୃତ ସେନା ଛାଉଣି ହଟାଇବା ଭଳି ନୀତି ରଦ୍ଦ ହୋଇଯିବ। ଏଥିରେ ବିକ୍ଷୋଭ ମୁକାବିଲା ପାଇଁ ପୋଲିସ ବଳକୁ ବିସ୍ତୃତ କ୍ଷମତା ପ୍ରଦାନ କରାଯାଇଛି। ‘ବିକ୍ଷୋଭ’କୁ ‘ସର୍ବସାଧାରଣରେ ଉପଦ୍ରବ’ ବୋଲି ପୋଲିସ ଘୋଷଣା କରିପାରିବ। ସେହିପରି ବିଭିନ୍ନ ସଭା ଓ ଶୋଭାଯାତ୍ରାରେ ଶବ୍ଦର ସୀମା ସ୍ଥିର କରାଯାଇ ପାରିବ। ସ୍ମାରକୀଗୁଡ଼ିକୁ ଭଙ୍ଗାରୁଜା କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ମଧ୍ୟ ଏଥିର ରହିଛି। ଉନ୍ନତ ଆଇନ ଶୃଙ୍ଖଳା ଓ ସାମୂହିକ ସୁରକ୍ଷା ଉଦ୍ଦେଶ୍ୟରେ ଏହି ବିଲ୍‌ ଅଣାଯାଉଛି ବୋଲି ସରକାର ଯୁକ୍ତି ବାଢ଼ିଛନ୍ତି। ଗୃହ ସଚିବ ପ୍ରୀତି ପଟେଲଙ୍କ ମତରେ ପୋଲିସ ବିଲ୍‌ ମହିଳା ଓ ଶିଶୁମାନଙ୍କୁ ଯୌନ ଉତ୍ପୀଡ଼ନରୁ ସୁରକ୍ଷା ଦେବ। ଅନ୍ୟପକ୍ଷରେ ବିରୋଧୀ ଆଇନପ୍ରଣେତା ଓ ଅଧିକାର ଗୋଷ୍ଠୀଗୁଡ଼ିକ ବିଲ୍‌ର ଦୁରୁପଯୋଗ ହେବା ଆଶଙ୍କା କରି ଏହାକୁ ବିରୋଧ କରିଛନ୍ତି।

ଆଗକୁ କ’ଣ
ବ୍ରିଟେନ ପାର୍ଲାମେଣ୍ଟରେ ଏହି ବିଲ୍‌ ଗୋଟିଏ ପରୀକ୍ଷାରେ ପାସ୍‌ ହୋଇସାରିଛି। ଗତ ସପ୍ତାହରେ ପ୍ରବଳ ବିତର୍କ ମଧ୍ୟରେ ଏହା ସପକ୍ଷରେ ଭୋଟ ପଡ଼ିଥିଲା। ଏବେ ପୋଲିସ ବିଲ୍‌କୁ ଏକ କମିଟି ନିକଟକୁ ପଠାଯିବ। ଉକ୍ତ କମିଟିର ବିଶେଷଜ୍ଞମାନେ ଏହାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବେ। ଆବଶ୍ୟକ ହେଲେ ରିପୋର୍ଟରେ ସେମାନେ ସଂଶୋଧନ ପାଇଁ ହାଉସ୍‌ ଅଫ୍‌ କମନ୍ସକୁ ସୁପାରିସ କରିପାରିବେ। ହାଉସ୍‌ ଅଫ୍‌ କମନ୍ସରେ ଏହାକୁ ନେଇ ପୁଣି ବିତର୍କ ଚାଲିବ।

ଦକ୍ଷିଣ ଲଣ୍ଡନରେ ସ୍ବଳ୍ପ ବୟସ୍କା ସାରା ଏଭରାର୍ଡଙ୍କ ହତ୍ୟାକୁ ନେଇ କିଛି ସପ୍ତାହ ହେଲା ବ୍ରିଟେନ ପୋଲିସ ଅଡ଼ୁଆରେ ପଡ଼ିଥିବାବେଳେ ପ୍ରସ୍ତାବିତ ଆଇନକୁ ତୀବ୍ର ନିନ୍ଦା କରାଯାଉଛି। ୩୩ ବର୍ଷୀୟା ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌ ସାରା ମାର୍ଚ୍ଚ ୩ ସନ୍ଧ୍ୟାରେ କ୍ଲାପ୍‌ହାମ୍‌ କମନ୍‌ସ୍ଥିତ ଜଣେ ବନ୍ଧୁଙ୍କ ଘରୁ ନିଜ ଘରକୁ ଫେରୁଥିବାବେଳେ ବ୍ରିକ୍ସଟନ ହିଲ୍‌ ଏରିଆରେ ନିଖୋଜ ହୋଇଯାଇଥିଲେ। ସାରାଙ୍କୁ ଅପହରଣ ପରେ ହତ୍ୟା କରିବା ସନ୍ଦେହରେ ୯ ତାରିଖରେ ମେଟ୍ରୋପଲିଟାନ୍‌ ପୋଲିସ ଅଫିସର ଓ୍ବେନେ କୋଜେନ୍ସଙ୍କୁ କେଣ୍ଟର ଡିଲ୍‌ରୁ ଅର୍ଦ୍ଧସାମରିକ ବଳ ଓ ଡିପ୍ଲୋମାଟିକ୍‌ ପ୍ରୋଟେକ୍ସନ ୟୁନିଟ ଗିରଫ କରିଥିଲା। ମାର୍ଚ୍ଚ ୧୦ରେ ସାରାଙ୍କ ମୃତଦେହର ଅବଶେଷ କେଣ୍ଟର ଆଶଫୋର୍ଡ ନିକଟସ୍ଥ ବନାଞ୍ଚଳରୁ ଜବତ ହୋଇଥିଲା। ଦୁଇଦିନ ପରେ କୋଜେନ୍ସଙ୍କ ବିରୋଧରେ ଅପହରଣ ଓ ହତ୍ୟା ମାମଲା ରୁଜୁ କରାଯାଇଥିଲା। ଏହି ଘଟଣା ମହିଳା ବିରୋଧୀ ହିଂସାକୁ ନେଇ ଜାତୀୟ ବିତର୍କ ପାଲଟିଛି। ପୋଲିସର ଆଚରଣ ଉପରେ ଏକ ନିରପେକ୍ଷ ତଦନ୍ତ ଆରମ୍ଭ ହୋଇଛି।

ବ୍ରିଷ୍ଟଲ ବିକ୍ଷୋଭ ବେଳେ ୧୪ ଗିରଫ
ବ୍ରିଟେନର ବ୍ରିଷ୍ଟଲ ସହରରେ ମଙ୍ଗଳବାର ରାତିରେ ‘କିଲ୍‌ ଦି ବିଲ୍‌’ ବିକ୍ଷୋଭ ବେଳେ ପୋଲିସ ୧୪ ଜଣଙ୍କୁ ଗିରଫ କରିଛି। ସରକାରଙ୍କ ନୂଆ ପୋଲିସ ଆଣ୍ଡ କ୍ରାଇମ୍‌ ବିଲ୍‌ ବିରୋଧରେ କଲେଜ ଗ୍ରୀନରେ ୧୩୦ ବିକ୍ଷୋଭକାରୀ ରୁଣ୍ଡ ହୋଇଥିଲେ। ୨ ଦିନ ପୂର୍ବରୁ ଆଉ ଏକ ବିକ୍ଷୋଭ ହିଂସାମତ୍କ ହେବାରୁ ଅନେକ ପୋଲିସ ଅଫିସର ଆହତ ହୋଇଥିଲେ। ପୋଲିସ ୧୦ ଅଭିଯୁକ୍ତଙ୍କ ଫଟୋ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପୂର୍ବରୁ ବଡ଼ TMCରେ ବଡ଼ ହଲଚଲ: ଭାଜପାରେ ସାମିଲ ହେବେ ୧୭ ବିଦ୍ରୋହୀ ସାଂସଦ, ବଡ଼ ଦାବି କଲେ…

କୋଲକାତା,୧୪।୯: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟି ଅଫ ଇଣ୍ଡିଆ (NCPI)ରେ ଯୋଗ ଦେଇଥିବା କୁଚବିହାର ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା…

ଭୁଲରେ ବି ଏପରି ରଖନ୍ତୁ ନାହିଁ ଅଫିସ ବ୍ୟାଗ: କ୍ୟାରିୟର ହେବ ବଡ଼ କ୍ଷତି, ପାଖରୁ ପଳାଇବ ସବୁ ଧନ !

ଅଫିସରୁ ଫେରିବା ପରେ ଥକିଯାଇ ଅନେକ ସମୟରେ ଆମେ ନିଜ ଅଫିସ ବ୍ୟାଗକୁ ଘରର ଯେକୌଣସି ସ୍ଥାନରେ ରଖିଦେଉ। କେହି କେହି ତ ବ୍ୟାଗ ଖୋଲିବା ମାତ୍ରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?