KIIT ଘଟଣା: ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୨: KIIT ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର୍ଜୁ ରାନା ଦେଉବାଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ନେପାଳର ପିଲାମାନେ ମଧ୍ୟ ହେଉଛନ୍ତି ଆମ ପିଲା। ସମ୍ମାନର ସହ ସେମାନେ ପଢ଼ିବେ । ରାଜ୍ୟ ସରକାର ଘଟଣା ସମ୍ପର୍କରେ ତୀକ୍ଷ୍ଣ ନଜର ରଖି ପଦକ୍ଷେପ ନେଉଛନ୍ତି। ଏହା ସହିତ ଛାତ୍ରୀଛାତ୍ରମାନଙ୍କ ଭରସା ଓ ଆତ୍ମବିଶ୍ୱାସ ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।
ଏହା ପରେ ନେପାଳ ଦୂତାବାସ କର୍ତ୍ତୃପକ୍ଷ ନବୀନ ରାଜ ଅଧିକାରୀ ଏବଂ ସଞ୍ଜୀବ ଶର୍ମା ଦାସ ମଧ୍ୟ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଘଟଣା ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଅଧିକାରୀ ଦ୍ୱୟଙ୍କୁ କହିଥିଲେ, ଏହି ଘଟଣାରେ ୧୦ଜଣଙ୍କୁ ଗିରଫ କରାଯାଇଛି। ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। KIIT ପରିସରରେ ଶିକ୍ଷାର ବାତାବରଣ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।
ନେପାଳର ଅଧିକାରୀ ଦ୍ୱୟ କହିଥିଲେ, ଏହି ଘଟଣାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯାଇଛି । ଏହା ଦ୍ୱାରା  ନେପାଳରୁ ଆସି ପଢୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଆଶ୍ୱସ୍ତ ଅନୁଭବ କରିଛନ୍ତି। ଏଥିପାଇଁ ନେପାଳ ସରକାରଙ୍କ ପକ୍ଷରୁ ଓଡିଶା ସରକାରଙ୍କୁ ବିଶେଷକରି ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ, ନେପାଳ ଏବଂ ଓଡ଼ିଶା ମଧ୍ୟରେ ଅତି ପୁରାତନ ସମ୍ପର୍କ ରହିଆସିଛି ଏବଂ ଏହି ସମ୍ପର୍କ କେବେ ବ୍ୟାହତ ହେବ ନାହିଁ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ। ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡରେ ଧମାକା କଲେ ଯଶସ୍ବୀ ଜୟସ୍ବାଲ: ଲଗାତାର ଦ୍ୱିତୀୟ ଶତକ ମାରି ଫର୍ମକୁ ଫେରିଲେ ଷ୍ଟାର ଓପନର୍‌

ନୂଆଦିଲ୍ଲୀ,୭।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନର ଯଶସ୍ବୀ ଜୟସ୍ବାଲଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଦମ୍‌ଦାର ଶତକ। ଲଗାତାର ଦ୍ୱିତୀୟ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଶତକ…

ଏଥର ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ, ନେବେନି ଉପହାର: ଜାଣନ୍ତୁ କାହିଁକି ନେଲେ ଏମିତି ନିଷ୍ପତ୍ତି

ଭୁବନେଶ୍ୱର,୭।୧୧:ଭୁବନେଶ୍ୱର,୭।୧୧: ଚଳିତ ବର୍ଷ ଦୀପାବଳି ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ…

ଶୌଚ ପାଇଁ ନାଳକୁ ଯାଇଥିଲେ ଖଗେଶ୍ୱର, ହଠାତ୍‌ ଆକ୍ରମଣ କଲା ଦନ୍ତା ହାତୀ: ଆଉ ତା’ପରେ…

ସମ୍ବଲପୁର,୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ କଂସର ପଞ୍ଚାୟତର ବୁଢ଼ିଆକଟା ଗ୍ରାମରେ ସକାଳୁ ସକାଳୁ ଏକ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।…

କଳିଙ୍ଗା ଘାଟି ରାସ୍ତା ଖୋଲିଲା: ଯାନବାହନ ଚଳାଚଳ ସ୍ବାଭାବିକ

ଭଞ୍ଜନଗର,୭।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ବାରମ୍ବାର ଭୂସ୍ଖଳନ ଯୋଗୁ ରାସ୍ତା ବନ୍ଦ ରହିଥିବାରୁ ଏହା କେବେ ଖୋଲିବ, ସେନେଇ…

ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଗଡ଼ିଲା ୪ ଚକିଆ ଗାଡ଼ି: ଭାରୀଯାନ ଉପରେ କଟକଣା ଜାରି

ଦାରିଙ୍ଗବାଡ଼ି, ୭।୧୧ (ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୂସ୍ଖଳନ ଓ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଯାତାୟାତ ପୁଣି ସୱାଭାବିକ ହେବାକୁ ଯାଉଛି।…

କୋଟିଆ ପ୍ରସଙ୍ଗ: ଏଇଠି ସରିଲା ନା ଆଗକୁ ଲଢ଼ିବେ

ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ କିଛିଦିନ ଧରି ଓଡ଼ିଶା-ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଏବଂ ନେତା ମୁହଁାମୁହିଁ ହୋଇଥିଲେ। ସୀମାନ୍ତରେ ପ୍ରତିଦିନ…

ICCର ବଡ଼ ଘୋଷଣା: ନେପାଳରେ ଖେଳାଯିବ ବିଶ୍ୱକପ୍‌…

ନୂଆଦିଲ୍ଲୀ,୭।୧୧: ୨୦୨୭ ଆଇସିସି ପୁରୁଷ ଦିନିକିଆ ବିଶ୍ୱକପକୁ ନେଇ ବଡ଼ ଘୋଷଣା କରିଛି ଆଇସିସି। ଆସନ୍ତା ଡିସେମ୍ବର ୪ରୁ ନେପାଳରେ ଆରମ୍ଭ ହେବ ୱାଲର୍‌ଡ କପ କ୍ୱାଲିଫାୟର…

W, W, W, W…୪ ବଲ୍‌ରେ ୪ ଉଇକେଟ! ଡବଲ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ବୈଷ୍ଣବୀ

ନ୍ୟୁ ଚଣ୍ଡୀଗଡ଼,୭।୧୧: ଭାରତୀୟ ମହିଳା କ୍ରିକେଟ୍‌ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଷ୍ଟାର ସ୍ପିନର ବୈଷ୍ଣବୀ ଶର୍ମା। ମାତ୍ର ୪ଟି ବଲ୍‌ରେ ଲଗାତାର ୪ଟି ଉଇକେଟ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?