KIIT: କିଟ୍‌ରେ ପ୍ଲେସମେଣ୍ଟ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ପୂର୍ବତନ ଛାତ୍ରୀ

ଭୁବନେଶ୍ୱର,୨୬।୨(ସତ୍ୟଜିତ୍‌ ରାଉତ)- କିଟ୍‌ ବିଶ୍ୱ ବିଦ୍ୟାଳୟକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ। ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସୁଥିବା ବେଳେ ଏହାକୁ ନେଇ ନାନା ଚର୍ଚ୍ଚା ସୃଷ୍ଟି ହେଉଛି। ଏଭଳିସ୍ଥିତିରେ କିଟ୍‌ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆସିଛି। କଲେଜରେ ପ୍ଲେସମେଣ୍ଟ ନାଁରେ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଜଣେ ପୂର୍ବତନ ଏମ୍‌ବିଏ ଛାତ୍ରୀ ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ଏପରିକି କଲେଜ କର୍ତ୍ତୃପକ୍ଷ ତାଙ୍କ କ୍ୟାରିଅର୍‌ ଖରାପ ମଧ୍ୟ କରିଦେଇଥିବା ବୟାନ ଦେଇଛନ୍ତି। ପିଡ଼ୀତା ଛାତ୍ରୀ ଜଣକ ୪ ଦିନ ତଳେ କନିଶନରେଟ୍‌ ପୋଲିସ ମୁଖ୍ୟାଳୟରେ ଅଭିଯୋଗ କରିବା ସହ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମେଲ ଯୋଗେ ଅଭିଯୋଗ ପତ୍ର ପଠାଇଛନ୍ତି। କଲେଜ ପ୍ଲେସମେଣ୍ଟରେ ସ୍ବଚ୍ଛତା ନଥିବା ମଧ୍ୟ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି।
ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ସେ କିଟ୍‌ ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟରୁ ଏମ୍‌ବିଏ ବିଭାଗରେ ୨୦୨୨ରେ ପାସଆଉଟ୍‌ ହୋଇଥିଲେ। ତାଙ୍କୁ ଭଲ କମ୍ପାନୀରେ ନିଯୁକ୍ତି ଦେବାକୁ କହି ପ୍ଲେସମେଣ୍ଟ ସେଲ ପକ୍ଷରୁ ତାଙ୍କୁ ନିର୍ଯାତନା ଦିଆଯାଇଥିଲା। ପ୍ରଥମେ ତାଙ୍କୁ ଏଚ୍‌ଆର୍‌ କମ୍ପାନୀ କହି ବେଙ୍ଗାଲୁରୁସ୍ଥିତ କଲ ସେଣ୍ଟରେ ନିଯୁକ୍ତି ଦିଆଯାଇଥିଲା। ଏନେଇ କର୍ତ୍ତୃପକ୍ଷଙ୍କୁ ସେ ସୂଚନା ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ପରେ ଦ୍ୱିତୀୟ ଥର ଏକ କମ୍ପାନୀ ଅଧୀନରେ ଡୋର ସର୍ଭିସ୍‌ ଦିଆଯାଇଥିଲା। ଏଭଳି ଭାବରେ କଲେଜ ପକ୍ଷରୁ ତାଙ୍କୁ ନିର୍ଯାତନା ଦେଇ କ୍ୟାରିଅର ଖରାପ କରିଦେଇଥିଲେ। ସେ ଶିକ୍ଷା ଋଣ କରିଥିବା ବେଳେ ବାପା ଚାକିରିରୁ ଅବସର ନେଇସାରିବା ସହ ମା’ ନାହାନ୍ତି ବୋଲି କହିଥିଲେ। ଆର୍ଥିକ ସ୍ଥିତି ଖରାପ ଥିବାରୁ ଭଲ କମ୍ପାନୀରେ ଚାକିରି ଦେବାକୁ ସେ କହିଥିଲେ। ହେଲେ କଲେଜ ପକ୍ଷରୁ ତାଙ୍କୁ ଓ ତାଙ୍କ ବାପାଙ୍କୁ ଅନେକ ଥର ଡାକି ଅପମାନ କରାଯିବା ସହ ନିର୍ଯାତନା ଦିଆଯାଇଥିଲା। ନିର୍ଯାତନା ଏତେ ଅସହ୍ୟ ହୋଇଥିଲା ଯେ, ଛାତ୍ରୀଜଣଙ୍କ ଭରସା ହରାଇ ତାଙ୍କ ଅରିଜିନାଲ ଡିଗ୍ରି ସାର୍ଟିଫିକେଟ୍‌ ମଧ୍ୟ କଲେଜରେ ଫେରାଇ ଦେଇ ଆସିଥିଲେ। ତେବେ ଅଭିଯୋଗ ପତ୍ରରେ ପ୍ଲେସମେଣ୍ଟ ସେଲ ମୁଖ୍ୟ ଓ କ୍ଲର୍କଙ୍କ ନାଁ ନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଉଚ୍ଚ ଶିକ୍ଷା ବିଭାଗକୁ ଯାଇ ଅଭିଯୋଗ କରିବେ ବୋଲି ଛାତ୍ରୀ ଜଣଙ୍କ କହିଛନ୍ତି। ସୋମବାର ପୋଲିସ ପକ୍ଷରୁ ତାଙ୍କୁ ଆଲୋଚନା ପାଇଁ ଡକାଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ଛାତ୍ରୀ ଜଣକ କହିଛନ୍ତି। ତେବେ ଛାତ୍ରୀଙ୍କ ଅଭିଯୋଗକୁ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ; ରାଷ୍ଟ୍ରପତି ଦେଲେ ଅନୁମୋଦନ

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଦେଶବ୍ୟାପୀ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକୁ ପେପର ଲିକ, ଠକେଇ ଏବଂ ଅନ୍ୟାନ୍ୟ ଅନିୟମିତତା ମୁକ୍ତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ‘ସାର୍ବଜନୀନ…

ଜାରକା ପୋଲିସ ବିଟ୍‌ ହାଉସ୍‌ ଛାତରୁ ଗଳୁଛି ପାଣି, ଭାଙ୍ଗିପଡ଼ିଛି ନାମଫଳକ

ଧର୍ମଶାଳା,୧ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ପୋଲିସ ବିଟ୍‌ ହାଉସ୍‌ (ଫାଣ୍ଡି) ବର୍ତ୍ତମାନ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଘେରି ରହିଛି। ବର୍ଷା ହେଲେ…

କୁଲଗାମ ଆତଙ୍କବାଦୀ ଆକ୍ରମଣ: ପ୍ରଥମେ ନାମ ପଚାରିଲେ, ତା’ପରେ ଦୁଇ ହିନ୍ଦୁଙ୍କୁ ଗୁଳି କଲେ!

ନୂଆଦିଲ୍ଲୀ,୧।୮: ଜମ୍ମୁ ଓ କଶ୍ମୀରର କୁଲଗାମରେ ଅଣ-ସ୍ଥାନୀୟ ଶ୍ରମିକମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପୁଣି ଥରେ ଆତଙ୍କ ବିସ୍ତାର କରିବାକୁ ଚେଷ୍ଟା କରିଛନ୍ତି। ଆତଙ୍କବାଦୀମାନେ ଛତିଶଗଡ଼ର ଦୁଇଜଣ…

୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri