KIIT controversy: ଜମି କେଳେଙ୍କାରୀ ରୋକିବାକୁ ସ୍ପେଶାଲ ଡ୍ରାଇଭ୍‌

ଭୁବନେଶ୍ୱର,୨୨ା୨: KIIT ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ସରକାରୀ ଓ ଜଙ୍ଗଲ ଜମି ଦଖଲ ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ଆଇନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ସମ୍ପୃକ୍ତ ବିଭାଗ ପଦକ୍ଷେପ ନେବ। ରାଜସ୍ବ ବିଭାଗ ଓ ଜିଏ ବିଭାଗ ପକ୍ଷରୁ ଏନେଇ ସ୍ପେଶାଲ ଡ୍ରାଇଭ୍‌ ଯୋଜନା କରାଯାଉଛି। ଜବରଦଖଲ ମୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ୍‌ କାର୍ଯ୍ୟ କରିବ। ବ୍ୟବସାୟିକ ଉଦ୍ଦେଶ୍ୟ ହେଉ କି ଜବରଦଖଲ ହେଉ ପ୍ରକୃତ କଥା ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁମାନଙ୍କୁ ସମନ ହୋଇଥିଲା ସେମାନେ ହାଜର ହୋଇଛନ୍ତି। ଉଚ୍ଚସ୍ତରୀୟ କମିଟି ଶୁଣାଣି କରି ସବୁ ରେକର୍ଡ କରି ରଖିଛି। ଯାହା ନିଷ୍କର୍ସ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ମଧ୍ୟରେ ୧୦ ଜଣଙ୍କୁ ଗିରଫ କରାଯାଇ ସାରିଥିବା ମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ପୋଲିସ ଇନ୍‌ଭେଷ୍ଟିଗେସନ, ଫୋରେନସିକ ଯାଞ୍ଚ ଚାଲିଛି। ଭାଇରାଲ ଭିଡିଓର ଭଏସ ସ୍ପେକ୍ଟ୍ରୋଗ୍ରାଫି କରାଯିବ।

ଅନ୍ୟପକ୍ଷେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, କିଟ୍‌ରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ। ଏହା ସାଧାରଣ ଘଟଣା ନୁହେଁ, ଏଥିପାଇଁ ଓଡ଼ିଶା ବିଶ୍ବ ଦରବାରରେ ନିନ୍ଦିତ ହୋଇଛି। ନେପାଳୀ ଛାତ୍ରଙ୍କୁ ହୀନ ଦୃଷ୍ଟିରେ ଦେଖାଯାଇଛି, ରେସିଜିମ ଚାଲିଛ। ପୂର୍ବ ସରକାରଙ୍କ ସମୟରେ ଅହେତୁକ ଅନୁକମ୍ପା ଦିଆଯାଇଥିଲା’ ବର୍ତ୍ତମାନର ସରକାର କଠୋର ଆକ୍ସନ ନେବା ଦରକାର। ଯାହା ଫଳରେ ଆଗାମୀ ଦିନରେ ଏହାର ପୁନରାବୃତ୍ତି ଯେପରି ହେବ ନାହିଁ । ସରକାର ସଂପୃକ୍ତ ୟୁନିଭର୍ସିଟିକୁ କାରଣ ଦର୍ଶାଅ ନୋଟିସ କରିବା ଉଚିତ୍‌। ଓଡ଼ିଶା ସରକାରଙ୍କ ସହ କେନ୍ଦ୍ର ଓ ୟୁଜିସି ବି ନୋଟିସ କରିବା ଉଚିତ ବୋଲି ବିଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରେଣ୍ଡର କଲା ହମାସ! ଗାଜାରୁ ସେନା ପ୍ରତ୍ୟାହାର କରିବ ଇସ୍ରାଏଲ, ଟ୍ରମ୍ପ କଲେ ବଡ଼ ଘୋଷଣା

ଓ୍ବାଶିଂଟନ୍‌,୧।୮: ଗାଜା ସଂଘର୍ଷ ସମ୍ପର୍କରେ ଏକ ବଡ଼ କୂଟନୈତିକ ବିକାଶ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ହମାସ ଆତ୍ମସମର୍ପଣ କରିଛି ଏବଂ…

ହାର୍ଦ୍ଦିକ ପାଣ୍ଡ୍ୟା CSK ଆସିବା ପରେ ଅଧିନାୟକଙ୍କ ସବୁଠାରୁ ବଡ଼ ସମସ୍ୟାର ହେବ ସମାଧାନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧।୮: ନିଲାମ ହେଉ କିମ୍ବା ଟ୍ରେଡ ମାଧ୍ୟମରେ, ଚେନ୍ନାଇ ସୁପର କିଙ୍ଗ୍ସ (CSK )ଏକ ସୁଲଭ ମୂଲ୍ୟରେ ଅସାଧାରଣ ପ୍ରତିଭା ସଂଗ୍ରହ କରିବାରେ କେବେ ପଛରେ ପଡ଼ିନାହିଁ।…

Odisha Floods: ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ବନ୍ୟାରେ ୮ ଲକ୍ଷ …

ଭୁବନେଶ୍ୱର, ୧।୮ : : ରାଜ୍ୟର ବନ୍ୟା ପରିସ୍ଥିତିର ଆକାଶ ମାର୍ଗରୁ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ଯୋଗୁ ପ୍ରାୟ ୮ ଲକ୍ଷ…

ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର: ପଗଡ଼ି ପିନ୍ଧାଇଦେଲେ ଅମିତ ଶାହା

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣେରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ସମ୍ମାନିତ କରିଛନ୍ତି। ଲୋକମାନ୍ୟ ତିଲକ ସ୍ମାରକୀ ଟ୍ରଷ୍ଟ ଦ୍ୱାରା…

‘ଯଦି ଇଥାନଲ ନଥାନ୍ତା, ତେବେ ପେଟ୍ରୋଲ ଲିଟର ପିଛା ୧୨୫ ଟଙ୍କାରେ ବିକ୍ରି ହେଉଥାନ୍ତା’: E-20 ଇନ୍ଧନକୁ ନେଇ ସଂସଦରେ ସରକାରଙ୍କ ଦାବି

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ସଂସଦରେ ପେଟ୍ରୋଲରେ ଇଥାନଲ ମିଶ୍ରଣ ନୀତିକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ପଦକ୍ଷେପ ନିଆଯାଇ…

ବୈତରଣୀରେ ବ୍ୟାରେଜ ନିର୍ମାଣ ନେଇ ନୂଆପଡ଼ାରେ ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ପାଟଣା,୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତର ନୂଆପଡ଼ାଠାରେ ବୈତରଣୀ ନଦୀ ଉପରେ ବ୍ୟାରେଜ ନିର୍ମାଣ ଦାବିକୁ ନେଇ ସରକାରୀ ପଦକ୍ଷେପ ଆଗକୁ ବଢ଼ିଛି।…

ହଠାତ ସ୍ଥଗିତ ରହିଲା ଟାଟା ଇନଷ୍ଟିଚ୍ୟୁଟରେ ଥିବା ସମାବର୍ତ୍ତନ ଉତ୍ସବ; ମୁଖ୍ୟ ବିଚାରପତି ଥିଲେ ମୁଖ୍ୟ ଅତିଥି, ଜାଣନ୍ତୁ ଏହାର କାରଣ

ମୁମ୍ବାଇ,୧।୮: ମୁମ୍ବାଇର ଟାଟା ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ ବା ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍‌ (TISS) ଅଗଷ୍ଟ ୨ରେ ହେବାକୁ ଥିବା ୮୬ତମ ସମାବର୍ତ୍ତନ ଉତ୍ସବକୁ…

ସମ୍ବଲପୁରୀ ଭାଷାକୁ ମାନ୍ୟତା ଦାବିରେ ଆମରଣ ଅନଶନକୁ ଓହ୍ଲାଇଲେ କୋଶଳ ସଂଗ୍ରାମୀ

ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଆଜି ସମ୍ବଲପୁରୀ ଦିନ। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ପୁରପଲ୍ଲୀରେ ସମ୍ବଲପୁରୀ ପୋଷାକ ପରିଧାନ ସହିତ ନାଚଗୀତ, ସଭା, ସମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri