କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ। ହେଲେ କେବେ କେବେ ବିଭିନ୍ନ କାରଣରୁ ଏହା ଠିକ୍‌ ଭାବେ କାର୍ଯ୍ୟ କରିବାରେ ଅସମର୍ଥ ହୋଇପଡ଼େ। ଯଦ୍ୱାରା ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ସହିତ ମୃତ୍ୟୁ ହେବାର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନ ପାରେ। ହେଲେ ଯଥା ସମୟରେ ଏହାର ଚିକିତ୍ସା କରାଇବା ସହ ଆବଶ୍ୟକସ୍ଥଳେ ବୃକକ୍‌ ପ୍ରତ୍ୟାରୋପଣ ବା କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରାଇପାରିଲେ ରୋଗୀ ଜଣଙ୍କ ପୁନର୍ବାର ସୁସ୍ଥ ଜୀବନ ଜୀଇପାରିବ। ବର୍ତ୍ତମାନ କିଡ୍‌ନୀ ସମସ୍ୟା ଥିବା ଅଧିକାଂଶ ରୋଗୀ ଠିକ୍‌ ଭାବରେ ଚିକିତ୍ସା, ବିଶେଷ କରି ଅକାମୀ ହୋଇପଡ଼ିଥିବା କିଡ୍‌ନୀକୁ ବାହାର କରି ନୂତନ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରାଇ ସୁସ୍ଥ ହୋଇପାରୁଛନ୍ତି। ଏଥିପାଇଁ ଅତ୍ୟାଧୁନିକ ଲାପରୋସ୍କୋପିକ୍‌ ପଦ୍ଧତି ବେଶ୍‌ ଲାଭପ୍ରଦ ହେଉଛି। ଏଥିରେ ପେଟ ଆଦୌ କଟା ନ ଯାଇ ୨-୩ଟି ଛୋଟ ଛୋଟ କଣା କରି କିଡ୍‌ନୀ କଢ଼ାଯାଇ ରୋଗୀ ଦେହରେ ଲଗାଯାଇଥାଏ। ଫଳରେ ରୋଗୀକୁ ଅଧିକ ଦିନ ହସ୍ପିଟାଲରେ ରହିବାକୁ ପଡ଼ି ନ ଥାଏ ଏବଂ ରୋଗୀ ଶୀଘ୍ର ସୁସ୍ଥ ହୋଇ ପୂର୍ବଭଳି ନିଜର ସମସ୍ତ କାମ ମଧ୍ୟ କରିପାରେ। ଏହି ପଦ୍ଧିତିରେ ଅପରେଶନ୍‌ କରିବାର ଆଉ ଏକ ଭଲ କଥା ହେଉଛି ରୋଗୀ ପେଟରେ କଟାଦାଗ ମଧ୍ୟ ରହି ନ ଥାଏ।
କ’ଣ ରହିଛି ଆଇନ: ଯଦିଓ କିଡ୍‌ନୀ ଦାନ କରି ଜଣଙ୍କ ଜୀବନ ବଞ୍ଚାଇବା ଏକ ମହତ୍‌ କାର୍ଯ୍ୟ, ହେଲେ ଏହାକୁ ନେଇ ହେଉଥିବା ବିଭିନ୍ନ ଅପରାଧ ଯୋଗୁ ଆମ ଦେଶରେ ଏଥିପାଇଁ ସ୍ବତନ୍ତ୍ର ନିୟମ ରହିଛି। Human Organ Transplantation Act(HOTA) ଏଭଳି ଅବୈଧ ଅଙ୍ଗ ବ୍ୟବସାୟକୁ ରୋକିବା ପାଇଁ କାର୍ଯ୍ୟ କରିଥାଏ। ଏହି ଆଇନ୍‌ ଅନୁସାରେ ବାପା-ମାଆ, ଭାଇ ଭଉଣୀ, ସ୍ବାମୀ-ସ୍ତ୍ରୀ କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟ ତଥା ଆତ୍ମୀୟମାନେ ସ୍ବଇଚ୍ଛାରେ ବିନା କୌଣସି ବଳପୂର୍ବକ କିମ୍ବା ଆର୍ଥିକ ଲାଭ ବିନା କିଡ୍‌ନୀ ଦାନ କରିପାରିବେ।
କିଡ୍‌ନୀ ଦାନର ବୟସସୀମା: କୌଣସି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ନ ଥିବା ଏବଂ କିଡ୍‌ନୀ ଭଲ ଭାବେ କାର୍ଯ୍ୟକରୁଥିବା ୧୮ରୁ ୬୦ ବର୍ଷ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତି କିଡ୍‌ନୀ ଖରାପ ହୋଇଥିବା ଜଣେ ରୋଗୀଙ୍କୁ ସ୍ବଇଚ୍ଛାରେ ଗୋଟିଏ କିଡ୍‌ନୀ ଦାନ କରିପାରିବେ। ୬୦ ବର୍ଷ ଊର୍ଦ୍ଧ୍ୱବ୍ୟକ୍ତି ମଧ୍ୟ କିଡ୍‌ନୀ ଦାନ କରିପାରନ୍ତି। ଯଦି ବୟସ୍କ ବ୍ୟକ୍ତିଙ୍କ ଦୁଇଟି ଯାକ କିଡ୍‌ନୀର ଅବସ୍ଥା ଠିକ୍‌ ଥିବା ଡାକ୍ତରୀ ପରୀକ୍ଷାରୁ ଜଣା ପଡ଼େ, ତାହେଲେ ସେମାନେ ନିଜର ଗୋଟିଏ କିଡ୍‌ନୀ ଦାନ କରିପାରିବେ। ଏମିତିକି ୮୫ ରୁ ୯୦ ବର୍ଷ ବୟସର ଅନେକ ବ୍ୟକ୍ତି ନିଜର ଗୋଟିଏ କିଡ୍‌ନୀ ଦାନ କରି ସୁସ୍ଥ ରହିଥିବା ଦେଖିବାକୁ ମିଳିଛି।
କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ସ୍ବାସ୍ଥ୍ୟଗତ ପରୀକ୍ଷା ପାଇଁ ଅନେକ ମାପଦଣ୍ଡ ରହିଛି। ଭାରତରେ ଏବଂ ପୃଥିବୀରେ ଏହି କଠିନ ମାପଦଣ୍ଡଗୁଡ଼ିକୁ ପୂରଣ କରୁଥିବା ଲୋକଙ୍କ ସଂଖ୍ୟା ବହୁତ କମ୍‌। ଆବଶ୍ୟକ ହେଉଥିବା କିଡ୍‌ନୀ ଅଭାବକୁ ଦୂର କରିବା ପାଇଁ ଡାକ୍ତରମାନେ କିଡ୍‌ନୀ ଦାନ କରୁଥିବା ମାନଦଣ୍ଡକୁ ବୃଦ୍ଧି କରିଛନ୍ତି। ଯାହା ଫଳରେ ଅଧିକରୁ ଅଧିକ ଲୋକ କିଡ୍‌ନୀ ଦାନ କରିପାରିବେ।
କୌଣସି ସ୍ବାସ୍ଥ୍ୟ ସମସ୍ୟା ଥିଲେ: ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିଲେ ଜଣେ କିଡ୍‌ନୀ ଦାନ କରିପାରିବେ କି? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କିମାରେ। ତେବେ ଏହାର ଉତ୍ତର ହେଉଛି ହଁ, ଅର୍ଥାତ୍‌ ମାତ୍ର କେତେକ ରୋଗ ଥିଲେ କିଡ୍‌ନୀ ଡୋନେଟ୍‌ କରାଯାଇପାରିବ। ଉଦାହରଣ ସ୍ବରୁପ ଯଦି ଜଣଙ୍କୁ ଡାଇବେଟିସ୍‌ ଅଛି କିନ୍ତୁ ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହିଛି କିମ୍ବା ଉଚ୍ଚ ରକ୍ତଚାପ ରହିଛି ଏବଂ ତାକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ଔଷଧ ଖାଉଛନ୍ତି ଏବଂ ରକ୍ତଚାପ ନିୟନ୍ତ୍ରଣରେ ରହିଛି ତେବେ ସେହି ବ୍ୟକ୍ତି କିଡ୍‌ନୀ ଦାନ କରିପାରିବେ। ହେଲେ କିଡ୍‌ନୀ ଦାନ କରିବା ପୂର୍ବରୁ କିଡ୍‌ନୀ ଦାନ କରୁଥିବା ବ୍ୟକ୍ତିଙ୍କର ଭଲ ଭାବେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ। କାରଣ ସେମାନେ ନିଜ କିଡ୍‌ନୀ ଦାନ କରି ଜଣେ ରୋଗୀଙ୍କୁ ନୂତନ ଜୀବନ ଦେଇଥାନ୍ତି।
କିଡ୍‌ନୀ ଦାନ ପରେ: କିଡ୍‌ନୀ ଦାନ ପରେ ଜୀବନଶୈଳୀରେ ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଅନେକଙ୍କ ମନରେ ଭା୍ରନ୍ତ ଧାରଣା ରହିଛି। ହେଲେ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। କିଡ୍‌ନୀ ଡୋନେଟ୍‌ କରିବା ପରେ ନିୟମିତ ଡାକ୍ତରୀ ପରୀକ୍ଷା ସହିତ ଡୋନର ଏକ ସୁସ୍ଥ ଓ ନୀରୋଗ ଜୀବନ ଅତିବାହିତ କରିପାରିବେ।

ଡା. ମାନସ ରଞ୍ଜନ ପ୍ରଧାନ
-ବରିଷ୍ଠ ମୂତ୍ରରୋଗ ବିଶେଷଜ୍ଞ
ମଣିପାଲ ହସ୍ପିଟାଲ, ଭୁବନେଶ୍ୱର
ମୋ: ୮୨୮୦୦୬୦୭୦୭


Enter your email to get our daily news in your inbox.

All Right Reserved By Dharitri.Com

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?