ବନ୍ଧୁକ ଦେଖାଇ ଅପହରଣ ଘଟଣା: ୪ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବଲାଙ୍ଗୀର ଅଫିସ,୧୯ା୭: ବନ୍ଧୁକ ଦେଖାଇ ଅପହରଣ ଓ ଡକାୟତି ଘଟଣାରେ ଟାଉନ ଥାନା ପୋଲିସ ୪ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଳପଡ଼ାର ସୋମ୍ୟରଞ୍ଜନ ଦାଶ, ସଞ୍ଜୀବ ମୁଗ୍ରୀ, ବିଶାଳ ସୁନା, ଆକାଶ ଷଣ୍ଢ । ମାଳପଡ଼ାର ପ୍ରଶାନ୍ତ କ୍ଷେତୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୋମ୍ୟରଞ୍ଜନ ଦାଶ ଓ ତାଙ୍କ ୫ ସହଯୋଗୀ ଗତ ୧୬ ତାରିଖରେ ତାଙ୍କୁ ମାଳପଡ଼ା ରିଂରୋଡ୍‌ ନିକଟରୁ ଅପହରଣ କରିନେଇ ବଟଲିଂ ପ୍ଳାଣ୍ଟ ନିକଟ ଜଙ୍ଗଲ ଭିତରକୁ ନେଇ ୫୦ ହଜାର ଟଙ୍କା ଦେବାକୁ କହିଥିଲେ। ଟଙ୍କା ନାହିଁ ବୋଲି କହିବା ପରେ ନିସ୍ତୁକ ମାଡ଼ ମାରି ସୁନାଚେନ୍‌, ମୁଦି ଓ ନଗଦ ୭୫୦୦ ଟଙ୍କା ଲୁଟି ନେଇଥିଲେ। ରାତି ସାରା ପ୍ରଶାନ୍ତଙ୍କୁ ଜଙ୍ଗଲରେ ରଖି ସକାଳୁ ପଥରଚେପାରେ ଛାଡ଼ି ଦେଇଥିଲେ। ଏହା ପରେ ପ୍ରଶାନ୍ତ ଟାଉନ ଥାନାକୁ ଆସି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତ ସୋମ୍ୟରଞ୍ଜନ ଦାଶଙ୍କ ସହ ୩ ସହଯୋଗୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୩ ବାଇକ୍‌, ଦୁଇଟି ଟାଙ୍ଗିଆ, ୫ ମୋବାଇଲ ଜବତ କରିଛି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଠକେଇ: ୧ଲକ୍ଷ ୮ହଜାର ନେଇଗଲେ

ଖୋର୍ଦ୍ଧା ଅଫିସ,୨୬।୨: ରାଜ୍ୟରେ ସାଇବର ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି। ଖୋର୍ଦ୍ଧା ସଦର ଥାନା ଅଧୀନ ବାଜପୁର ଗ୍ରାମର ଚାରୁଲତା ଦାଶ ବ୍ୟାଙ୍କ ଠକେଇର...

ବାପା, ପୁଅଙ୍କୁ ଆକ୍ରମଣ

ବଇଣ୍ଡା, ୫ା୪(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ବନମାଳୀପୁର ଗ୍ରାମର ଦୁଷ୍ମନ୍ତ ବେହେରା ଓ ତାଙ୍କ ବାପା ସଞ୍ଜୟ ବେହେରାଙ୍କୁ ସେହି ଗ୍ରାମର ସହଦେବ ଦେହୁରୀ...

ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଞ୍ଜନଗର,୨୧।୧(ଡି.ଏନ.ଏ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଢୋଲପିଟା ନିକଟରେ ଆଖି ଓ ହାତବନ୍ଧା ଅବସ୍ଥାରେ ଜଣେ ଅଚିହ୍ନା ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୁଣ୍ଡ...

ଶୂନ୍ୟ ହେଉଛି କୁପାରୀ ପୁଣ୍ୟଭୂମି: ଏବେ ମାଙ୍କଡ଼ା ଖଣି ଉପରେ ଲୋଲୁପ ଦୃଷ୍ଟି

ଖଇରା, ୨୧।୧୨ – ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ସାଂସ୍କୃତିକ ପୀଠ ପୁଣ୍ୟଭୂମି ଭାବେ ସାରା ଓଡିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି...

ଜଟିଳ ହେଉଛି ଟ୍ରାଫିକ୍‌ ସମସ୍ୟା

ଜଟଣୀ,୨୦।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ଏହି ସମସ୍ୟା ଉପରେ ଲାଗିପାରୁନିି ଅଙ୍କୁଶ। ଫଳରେ ଯାତାୟାତରେ ସାଧାରଣ...

୧୦୦ ପୋଲିସ କରୋନା ଯୋଦ୍ଧା ପ୍ଲାଜ୍‌ମା ଦାନ କରିବେ

ଆସିକା,୨୨।୭(ଡି.ଏନ୍‌.ଏ.)- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଛି। କରୋନାରୁ ସୁସ୍ଥ ହୋଇ ଫେରିଥିବା ଗଞ୍ଜାମ ପୋଲିସ ଜିଲାର ୧୦୦ ପୋଲିସ...

ରାତିସାରା ଟ୍ରଲିରେ ପଡି ରହିଲା ମୃତଦେହ

ସୋନପୁର/ବିନିକା,୨୩।୨(ନି.ପ୍ର./ଡି.ଏନ୍‌.ଏ) ମହା ଶିବରାତ୍ରି ପାଇଁ ସୁବର୍ଣ୍ଣପୁର ଜିଲା ଉତ୍ସବ ମୁଖର ଥିବା ବେଳେ ରାତିରେ ସୁବର୍ଣ୍ଣପୁର ଜିଲା ବିନିକା ସହରର ବିନିକାପଡାରେ ଏକ ଦୁଃଖଦ ଘଟଣା...

ଗାଁବାସୀକୁ ସମସିଆ ପଚାରି ବୁଝ୍‌ଲେ ବିଡିଓ

ଅତାବିରା, ୧୭।୭ (ଡି.ଏନ୍‌.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ର ଭିନେ ଭିନେ ଗଁାର ସମସିଆ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଲାଗ୍‌ ଲାଗ୍‌...

Advertisement


Archives

Model This Week