ନାଗ ସାପ ଦେଖାଇ କିଡ୍‌ନାପ: ଗୋଟିଏ ବନ୍ଦ ଘରୁ ଉଦ୍ଧାର ହେଲେ ୪ ଯୁବକ, ଦିଆଯାଉଥିଲା ଅକଥନୀୟ ନିର୍ଯାତନା

ଦିଗପହଣ୍ଡି,୨୭ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ପୋଲିସ ଚିକିଟି ଗଡ଼ ଗ୍ରାମର ନୂତନ ପାତ୍ରଙ୍କ ଘରେ ବନ୍ଧକ ରଖାଯାଇଥିବା ୪ ଯୁବକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଯୁବକଙ୍କ ମଧ୍ୟରେ ଜଣେ ନୂଆ ଦିଲ୍ଲୀର ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ ହୋଇଥିବା ବେଳେ ଅନ୍ୟ ୩ ଜଣ କଟକ ଅଞ୍ଚଳର ଏଜେଣ୍ଟ ବୋଲି ସୂଚନା ମିଳିଛି। ବ୍ରହ୍ମପୁର ଓ ଚିକିଟି ଅଞ୍ଚଳର କିଛି ଅସାମାଜିକ ଗୋଷ୍ଠୀ ୪ଜଣ ଯୁବକଙ୍କୁ କିଛିଦିନ ଧରି ଅପହରଣ କରି ରଖିଥିଲେ। ଅପହରଣକାରୀ ଅସାମାଜିକ ଯୁବକମାନେ ସେମାନଙ୍କ ଠାରୁ ୧ କୋଟି ଟଙ୍କା ମାଗିଥିବା ପୋଲିସ ସୂଚନା ଦେଇଛି। ପ୍ରଥମେ ଏହି ଅପହୃତ ୪ ଯୁବକଙ୍କୁ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଇଲାକାରେ ଅପହରଣ କରି ରଖିବା ପରେ ସେମାନଙ୍କୁ ଚିକିଟି ଗଡ଼ରେ ଗତ ୩ ଦିନ ହେବ ରଖାଯାଇ ଅକଥନୀୟ ଅତ୍ୟାଚାର କରାଯାଉଥିଲା।
ଚିକିଟି ଗଡ଼ ଗ୍ରାମର ନୂତନଙ୍କ ଘର ବାଡ଼ିପଟେ ଥିବା ଏକ କୁଡ଼ିଆ ମଧ୍ୟରେ ଏମାନଙ୍କୁ ବନ୍ଧକ ରଖାଯାଇଥିଲା। ସେଠାରେ ଏକ ସାପ ବିଳା ରହିଛି। ସେଠାରେ ବହୁଳ ମାତ୍ରାରେ ଗଞ୍ଜେଇ ଗଛ ଲାଗିଥିବା ଜଣାପଡିଥିଲା। ନୂତନ ପାତ୍ର ଏବଂ ତାଙ୍କ ସହଯୋଗୀମାନେ ଉକ୍ତ ୪ ଜଣଙ୍କୁ ନର୍ଯାତନା ଦେବା ସହ ଏକ ନାଗ ସାପ ଦେଖାଇ ମାରିଦେବାକୁ ଧମକ ଦେଇ ଡରାଇ ରଖିଥିଲେ। ଅପହୃତ ୪ ଜଣଙ୍କ ମଧ୍ୟରୁ ଜଣେ ରବିବାର ଭୋରରୁ କୌଶଳ କ୍ରମେ ଖସି ଆସି ଚିକିଟି ତହସିଲ ଅଫିସ ଗ୍ରୀଲ ଡେଇଁ ତହସିଲଦାରଙ୍କ କ୍ୱାର୍ଟର ଭିତରେ ପଶି ଆମକୁ ରକ୍ଷା କର ସେମାନେ ଆମକୁ ମାରି ଦେବେ ବୋଲି ଚିତ୍କାର କରିଥିଲେ। ତହସିଲଦାର ବିଶ୍ୱରଞ୍ଜନ କଅଁର ବାହାରକୁ ଆସି ଦେଖିବା ବେଳକୁ ଯୁବକ ଜଣକ ବାରମ୍ବାର ଚେତା ହରାଇ ବସୁଥିଲେ। ସେ ତାଙ୍କ ଡ୍ରାଇଭରଙ୍କୁ ଡାକି ଯୁବକ ଜଣକୁ ପାଣି ପିଇବାକୁ ଦେଇଥିଲେ। ଯୁବକ ଜଣକ ମୋତେ ପୋଲିସରେ ହାଜର କରିବାକୁ ନେହୁରା ହେବାରୁ ତହସିଲଦାର କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ଏବଂ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲଙ୍କୁ ଫୋନ ଯୋଗେ ଜଣାଇଥିଲେ। ପୋଲିସ ଟିମ୍‌ ସେଠାରେ ପହଞ୍ଚି ଯୁବକଙ୍କ ସୂଚନା କ୍ରମେ ନୂତନଙ୍କ ଘର ଉପରେ ଚଢାଉ କରିବା ସହ ଗୋଡ଼ ହାତ ବନ୍ଧା ଅବସ୍ଥାରେ ୩ ଅପହୃତ ଯୁବକଙ୍କୁ ଉଦ୍ଧାର କରିଥିଲେ।

ଉଦ୍ଧାର କରିବା ସହ ଗଞ୍ଜେଇ ଗଛ ଗୁଡ଼ିକୁ ନଷ୍ଟ  କରିଥିବା ଜଣାପଡିଛି। ଅପହୃତ ଯୁବକମାନେ ଗତ ୪ ଦିନ ହେଲା ଭୋକିଲା ଥିଲେ।ସେମାନଙ୍କୁ ପୋଲିସ ଖାଇବାକୁ ଦେବା ସହ ସେମାନଙ୍କ ବୟାନ ରେକର୍ଡ କରିଛି।ଦିଲ୍ଲୀର ଏକ ଘରୋଇ ଫାଇନାନ୍ସ ସଂସ୍ଥା ବିଭିନ୍ନ ବ୍ୟବସାୟ ପାଇଁ ଋଣ ଦେଇଥାଏ। ଅସାମାଜିକ ଯୁବକମାନେ ସଂସ୍ଥାର ଜଣେ କର୍ମଚାରୀଙ୍କୁ କୌଶଳକ୍ରମେ ପ୍ରଥମେ ବ୍ରହ୍ମପୁର ଡ଼କାଇଥିଲେ।ଉକ୍ତ ସଂସ୍ଥାର କଟକ ଶାଖାର ୩ କର୍ମଚାରୀ ବ୍ରହ୍ମପୁରରେ ପହଞ୍ଚିବା ପରେ ସେମାନଙ୍କୁ ଅପହରଣ କରାଯାଇଥିଲା।ପୋଲିସ ଅପହରଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରି ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ ଜାରି ରଖିଛନ୍ତି। ବ୍ୟାଘାତ ସୃଷ୍ଟି ଆଶଙ୍କାରେ ପୋଲିସ ସବିଶେଷ ତଥ୍ୟ ଦେବାକୁ ମନା କରିଦେଇଛନ୍ତି। ବ୍ରହ୍ମପୁର ଏସ.ପି ଡ଼. ସର୍ବଣା ବିବେକ ଏମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି। ଅପରପକ୍ଷରେ ଗଞ୍ଜେଇ ଚୋରା ବ୍ୟବସାୟ କେନ୍ଦ୍ରକରି ଏହି ଅପହରଣ ଘଟଣା ଘଟିଥିବା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?