Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଆୟୋଜନ: ହରିୟାଣାକୁ ୨୦.୬୭ କୋଟି ଟଙ୍କା ଦେଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୨।୫(ପି.ଟି.): ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ (କେଆଇଓ୍ବାଇଜି)ର ୧୪ତମ ସଂସ୍କରଣ ଚଳିତ ବର୍ଷ ନଭେମ୍ବରରେ ହରିୟାଣାରେ ଆୟୋଜନ ହେବ। ଏଥିପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ହରିୟାଣାକୁ ୨୦.୬୭ କୋଟି ଟଙ୍କା ପ୍ରଦାନ କରିଛି। ଶୁକ୍ରବାର ମନ୍ତ୍ରଣାଳୟ ଏହି ଅର୍ଥ ଅନୁମୋଦନ କରିଛି। କେଆଇଓ୍ବାଇଜି ଦେଶରୁ ୧୮ ବର୍ଷରୁ କମ୍‌ ଜାତୀୟସ୍ତରର ମଲ୍ଟି ସ୍ପୋଟର୍‌ସ କମ୍ପିଟିଶନ ଭାବେ ଜଣାଶୁଣା। ୨୫ଟି କ୍ରୀଡ଼ାରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ। ଚଳିତବର୍ଷ ପ୍ରଥମଥର ପାଇଁ ଏହି ମେଗା ଇଭେଣ୍ଟରେ ୫ଟି ଦେଶୀୟ କ୍ରୀଡ଼ାକୁ ସାମିଲ କରାଯାଇଛି।
କ୍ରୀଡ଼ା ମନ୍ତ୍ରଣାଳୟ ଓ ହରିୟାଣା ସରକାରଙ୍କ ଭାଗୀଦାରିର ଅଂଶସ୍ବରୂପ ମନ୍ତ୍ରଣାଳୟ ୨୦.୬୭ କୋଟି ଟଙ୍କା ଏହି ଇଭେଣ୍ଟ ଆୟୋଜନ ପାଇଁ ପ୍ରଦାନ କରିଛି ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ହରିୟାଣାର କ୍ରୀଡ଼ା ସଂସ୍କୃତି ବେଶ୍‌ ଉଚ୍ଚକୋଟୀର। କେଆଇଓ୍ବାଇଜି ଆୟୋଜନ ହେଲେ ଏହି ରାଜ୍ୟରେ କ୍ରୀଡ଼ା ପରିବେଶ ଆହୁରି ଦୃଢ଼ହେବ। ପଞ୍ଚକୁଲାରେ ଏହି ମେଗା ଇଭେଣ୍ଟ ଆୟୋଜନ ହେଉଥିବାରୁ ବହୁତ ଖୁସି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେଣ ରିଜିଜୁ କହିଛନ୍ତି। ହରିୟାଣାର କ୍ରୀଡ଼ା ଭିତ୍ତିଭୂମି ବହୁତ ଭଲ। ଏବେ ଏହି ଇଭେଣ୍ଟ ପାଇଁ ଆହୁରି ଅଧିକ ଭିତ୍ତିଭୂମିର ନିର୍ମାଣ ହେବ। ଆଥ୍‌ଲେଟଙ୍କ ପାଇଁ ଏହା ଏକ ସୁନ୍ଦର ଅଭିଜ୍ଞତା ଆଣିଦେବ ବୋଲି ସେ କହିଛନ୍ତି। ହରିୟାଣା ଆଥ୍‌ଲେଟ ଭାବେ ଜଣାଶୁଣା ଥିବା ହକି ଅଧିନାୟିକା ରାନୀ ରାମପଲ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଶୁଟର ଅନିଶ ଭନଓ୍ବାଲା କ୍ରୀଡ଼ାର ଆୟୋଜନ ନେଇ ଖୁସି ଜାହିର କରିଛନ୍ତି।
ଖେଲୋ ଇଣ୍ଡିଆ ସ୍କିମ୍‌ ଦ୍ୱାରା ତୃଣମୂଳସ୍ତରରୁ ଚୟନ ହେଉଥିବା ଆଥ୍‌ଲେଟଙ୍କୁ ବାର୍ଷିକ ୬.୨୮ ଲକ୍ଷ ଟଙ୍କା ସ୍କଲାରଶିପ ପ୍ରଦାନ କରାଯାଉଛି। ଏଥିରେ ୧୦,୦୦୦ ଟଙ୍କା ନିଜ ପାଇଁ ଖର୍ଚ୍ଚ କରିବା ପାଇଁ ଅଧିକାର ଦିଆଯାଇଛି। କେଆଇଓ୍ବାଇଜିର ପ୍ରଥମ ସଂସ୍କରଣ ୨୦୧୮ରେ ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସ ବ୍ୟାନରରେ ଆୟୋଜିତ ହୋଇଥିଲା। ଏହାପରେ ଏହି ଇଭେଣ୍ଟର ନୂଆ ନାମ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ରଖାଯାଇଥିଲା। ମହାରାଷ୍ଟ୍ର ଓ ଗୁଆହାଟୀ ଯଥାକ୍ରମେ ୨୦୧୯ ଓ ୨୦୨୦ରେ ଏହି ଇଭେଣ୍ଟ ସଫଳତାର ସହ ଆୟୋଜନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri