Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଆୟୋଜନ: ହରିୟାଣାକୁ ୨୦.୬୭ କୋଟି ଟଙ୍କା ଦେଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୨।୫(ପି.ଟି.): ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ (କେଆଇଓ୍ବାଇଜି)ର ୧୪ତମ ସଂସ୍କରଣ ଚଳିତ ବର୍ଷ ନଭେମ୍ବରରେ ହରିୟାଣାରେ ଆୟୋଜନ ହେବ। ଏଥିପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ହରିୟାଣାକୁ ୨୦.୬୭ କୋଟି ଟଙ୍କା ପ୍ରଦାନ କରିଛି। ଶୁକ୍ରବାର ମନ୍ତ୍ରଣାଳୟ ଏହି ଅର୍ଥ ଅନୁମୋଦନ କରିଛି। କେଆଇଓ୍ବାଇଜି ଦେଶରୁ ୧୮ ବର୍ଷରୁ କମ୍‌ ଜାତୀୟସ୍ତରର ମଲ୍ଟି ସ୍ପୋଟର୍‌ସ କମ୍ପିଟିଶନ ଭାବେ ଜଣାଶୁଣା। ୨୫ଟି କ୍ରୀଡ଼ାରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ। ଚଳିତବର୍ଷ ପ୍ରଥମଥର ପାଇଁ ଏହି ମେଗା ଇଭେଣ୍ଟରେ ୫ଟି ଦେଶୀୟ କ୍ରୀଡ଼ାକୁ ସାମିଲ କରାଯାଇଛି।
କ୍ରୀଡ଼ା ମନ୍ତ୍ରଣାଳୟ ଓ ହରିୟାଣା ସରକାରଙ୍କ ଭାଗୀଦାରିର ଅଂଶସ୍ବରୂପ ମନ୍ତ୍ରଣାଳୟ ୨୦.୬୭ କୋଟି ଟଙ୍କା ଏହି ଇଭେଣ୍ଟ ଆୟୋଜନ ପାଇଁ ପ୍ରଦାନ କରିଛି ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ହରିୟାଣାର କ୍ରୀଡ଼ା ସଂସ୍କୃତି ବେଶ୍‌ ଉଚ୍ଚକୋଟୀର। କେଆଇଓ୍ବାଇଜି ଆୟୋଜନ ହେଲେ ଏହି ରାଜ୍ୟରେ କ୍ରୀଡ଼ା ପରିବେଶ ଆହୁରି ଦୃଢ଼ହେବ। ପଞ୍ଚକୁଲାରେ ଏହି ମେଗା ଇଭେଣ୍ଟ ଆୟୋଜନ ହେଉଥିବାରୁ ବହୁତ ଖୁସି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେଣ ରିଜିଜୁ କହିଛନ୍ତି। ହରିୟାଣାର କ୍ରୀଡ଼ା ଭିତ୍ତିଭୂମି ବହୁତ ଭଲ। ଏବେ ଏହି ଇଭେଣ୍ଟ ପାଇଁ ଆହୁରି ଅଧିକ ଭିତ୍ତିଭୂମିର ନିର୍ମାଣ ହେବ। ଆଥ୍‌ଲେଟଙ୍କ ପାଇଁ ଏହା ଏକ ସୁନ୍ଦର ଅଭିଜ୍ଞତା ଆଣିଦେବ ବୋଲି ସେ କହିଛନ୍ତି। ହରିୟାଣା ଆଥ୍‌ଲେଟ ଭାବେ ଜଣାଶୁଣା ଥିବା ହକି ଅଧିନାୟିକା ରାନୀ ରାମପଲ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଶୁଟର ଅନିଶ ଭନଓ୍ବାଲା କ୍ରୀଡ଼ାର ଆୟୋଜନ ନେଇ ଖୁସି ଜାହିର କରିଛନ୍ତି।
ଖେଲୋ ଇଣ୍ଡିଆ ସ୍କିମ୍‌ ଦ୍ୱାରା ତୃଣମୂଳସ୍ତରରୁ ଚୟନ ହେଉଥିବା ଆଥ୍‌ଲେଟଙ୍କୁ ବାର୍ଷିକ ୬.୨୮ ଲକ୍ଷ ଟଙ୍କା ସ୍କଲାରଶିପ ପ୍ରଦାନ କରାଯାଉଛି। ଏଥିରେ ୧୦,୦୦୦ ଟଙ୍କା ନିଜ ପାଇଁ ଖର୍ଚ୍ଚ କରିବା ପାଇଁ ଅଧିକାର ଦିଆଯାଇଛି। କେଆଇଓ୍ବାଇଜିର ପ୍ରଥମ ସଂସ୍କରଣ ୨୦୧୮ରେ ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସ ବ୍ୟାନରରେ ଆୟୋଜିତ ହୋଇଥିଲା। ଏହାପରେ ଏହି ଇଭେଣ୍ଟର ନୂଆ ନାମ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ରଖାଯାଇଥିଲା। ମହାରାଷ୍ଟ୍ର ଓ ଗୁଆହାଟୀ ଯଥାକ୍ରମେ ୨୦୧୯ ଓ ୨୦୨୦ରେ ଏହି ଇଭେଣ୍ଟ ସଫଳତାର ସହ ଆୟୋଜନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?