Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ୪ ସ୍ବଦେଶୀ ଖେଳ ସାମିଲ ହେବ

ନୂଆଦିଲ୍ଲୀ,୨୧।୧୨(ପି.ଟି.): ହରିୟାଣାରେ ୨୦୨୧ରେ ଆୟୋଜନ ହେବାକୁ ଯାଉଥିବା ଖେଲେ ଇଣ୍ଡିଆ ୟୁଥ୍‌ ଗେମ୍ସରେ ୪ଟି ସ୍ବଦେଶୀ ଖେଳ ସାମିଲ ହେବ। ଏ ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ଅନୁମୋଦନ ଦେଇଛି। ଗଟ୍‌କା, କାଲାରିପାୟାଟ୍ଟୁ, ଥାଙ୍ଗ୍‌-ଟା ଓ ମାଲ୍ଲାଖମ୍ବାକୁ ଏହି ୟୁଥ୍‌ ଗେମ୍ସରେ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ସ୍ବଦେଶୀ କ୍ରୀଡ଼ାର ଏକ ବଳିଷ୍ଠ ପରମ୍ପରା ତଥା ଐତିହ୍ୟ ଭାରତରେ ରହିଛି। ତେଣୁ ମନ୍ତ୍ରଣାଳୟ ଏହି କ୍ରୀଡ଼ାଗୁଡିକର ପ୍ରଚାର ଓ ପ୍ରସାର, ଏହାର ଲୋକପ୍ରିୟତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏହି ପାରମ୍ପରିକ କ୍ରୀଡ଼ାର ଉନ୍ନତି ପାଇଁ ଖେଲୋ ଇଣ୍ଡିଆ ଗେମ୍ସ ହିଁ ଶ୍ରେଷ୍ଠ ପ୍ଲାଟ୍‌ଫର୍ମ। ତେଣୁ ୨୦୨୧ ସଂସ୍କରଣରେ ଏହି ୪ କ୍ରୀଡ଼ା ସାମିଲ ହେବା ଏକପ୍ରକାର ନିଶ୍ଚିତ ବୋଲ ସେ କହିଛନ୍ତି। ଯୋଗାସନ ମଧ୍ୟ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିବ ବୋଲି ଆଶା କରାଯାଉଛି। ଆଗାମୀ କିଛି ବର୍ଷରେ ଖେଲୋ ଗେମ୍ସରେ ଆହୁରି କେତୋଟି ସ୍ବଦେଶୀ କ୍ରୀଡ଼ା ସାମିଲ କରିବୁ ବୋଲି ସେ କହିଛନ୍ତି। ସାମିଲ ହୋଇଥିବା ୪ଟି କ୍ରୀଡ଼ାର ଦେଶର ବିଭିନ୍ନ ଅଞ୍ଚଳରେ ବେଶ୍‌ ଲୋକପ୍ରିୟତା ରହିଛି।
କାଲାରିପାୟାଟ୍ଟୁ କେରଳରେ ବେଶ୍‌ ଲୋକପ୍ରିୟ। ବଲିଉଡ୍‌ ଅଭିନେତା ବିଦ୍ୟୁତ୍‌ ଜାମଓ୍ବାଲ ଏହି ଖେଳକୁ ନେଇ ଭଲ ଅଭ୍ୟାସ କରନ୍ତି। ସେହିପରି ମାଲ୍ଲାଖମ୍ବା ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଖେଳାଯାଇଥାଏ। ଗଟ୍‌କା ପଞ୍ଜାବରୁ ଆସିଛି। ଏହା ପାରମ୍ପରିକ ଯୁଦ୍ଧ କରିବାର ଶୈଳୀକୁ ସୂଚାଇଥାଏ। ନିହାଙ୍ଗ ଶିଖ୍‌ ଓ୍ବାରିୟର୍ସ ଆତ୍ମରକ୍ଷା ଓ କ୍ରୀଡ଼ା ପାଇଁ ଏହାର ପ୍ରୟୋଗ କରିଥାନ୍ତି। ସେହିପରି ଥାଙ୍ଗ-ଟା ମଣିପୁରର ଏକ ମାର୍ଶାଲ ଆର୍ଟ ଓ ଏହା ସେଠାରେ ବେଶ୍‌ ଲୋକପ୍ରିୟ। ତେଣୁ ଏହି କ୍ରୀଡ଼ା ପାଇଁ ଦେଶରୁ ଶହଶହ ସଂଖ୍ୟାର ଆଥଲେଟ୍‌ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହି ୪ଟି କ୍ରୀଡ଼ାର ଜାତୀୟ ଆସୋସିଏଶନ ରହିଛି। ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ଆସୋସିଏଶନଗୁଡିକ ତରଫରୁ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

IPL 2026ରେ ହଠାତ ବଦଳିଲେ RCB କ୍ୟାପଟେନ, ରଜତ ପାଟିଦାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୭।୫: ରଜତ ପାଟିଦାର IPL 2026 ର 61 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁନାହାଁନ୍ତି। ଏହି ମୁକାବିଲା ଉଭୟ ପଞ୍ଜାବ କିଙ୍ଗସ ଏବଂ…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

Video: ପଡ଼ିଆରେ ଏହି କ୍ରିକେଟରଙ୍କ ମୁଣ୍ଡରେ ଲାଗିଲା ଶକ୍ତ ଆଘାତ

ଇସଲାମାବାଦ,୧୫।୬: ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶନିବାର (୧୬ ମଇ) ଠାରୁ ଆରମ୍ଭ ହୋଇଛି। ସିଲହଟରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିନରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri