ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା: ମିଳିଲା ଲିଖିତ ପ୍ରତିଶ୍ରୁତି, ଟଳିନି ସମସ୍ୟା

ବରଗଡ଼,୩।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୫ ଦିନ ବିତି ଯାଇଛି। ଏହାସତ୍ତ୍ୱେ ଧାନ ଉଠାଣ ନେଇ ଚାଷୀମାନେ ଆଶଙ୍କାରେ ରହିଛନ୍ତି। ମଙ୍ଗଳବାର ବରଗଡ଼ ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନ କଲାପାଣି ମଣ୍ଡିରେ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଏବଂ ସମବାୟ ସମିତି ସମୂହ, ବରଗଡ଼ର ଉପନିବନ୍ଧକ(ଡିଆରସିଏସ୍‌) ଯୁଗଳ କିଶୋର ଦାଶ ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାନ ଉଠାଣ ନେଇ ଆଶା ଦେଖାଯାଇଛି। କଲାପାଣି ମଣ୍ଡିରେ ନଡ଼ିଆ ଭାଙ୍ଗି ଅଧିକାରୀମାନେ ଧାନ ଉଠାଣର ଶୁଭାରମ୍ଭ କରିଥିଲେ। ମାତ୍ର ଏବେ ମଧ୍ୟ ଧାନ ଉଠାଣ ସହିତ ଟୋକନ, ପଞ୍ଜୀକରଣ ସମସ୍ୟା ଟଳି ନାହିଁ ଏବଂ ଜିଲାର ଚାଷୀ ମହଲରେ ଚାପା ଅସନ୍ତୋଷ ଲାଗି ରହିଛି।
ଜିଲାରେ ଗତମାସ ୨୮ତାରିଖରୁ ମଣ୍ଡି ଗୁଡ଼ିକ ଖୋଲାଯାଇଛି। ଧାନ ସଂଗ୍ରହ ପାଇଁ ଜିଲାରେ ସମୁଦାୟ ୨୩୦ଟି ମଣ୍ଡି ଖୋଲିଛି। ଇତିମଧ୍ୟରେ ଜିଲାର ଅତାବିରା, ଗୋଡ଼ଭଗା ଏବଂ କଲାପାଣି ମଣ୍ଡିରୁ ଧାନ ଉଠାଣ ହୋଇଛି। ମାତ୍ର ସେଠାରେ ହୋଇଥିବା ଧାନକ୍ରୟ ଏବଂ ଉଠାଣ ଧର୍ମକୁ ଆଖିଠାର ଭଳି ହୋଇଛି। ହଜାର ହଜାର ବସ୍ତା ଧାନରେ ମଣ୍ଡି ଗୁଡ଼ିକ ଭର୍ତ୍ତି ହୋଇସାରିଛି। ମାତ୍ର ଏପର୍ଯ୍ୟନ୍ତ ଦୁଇ, ତିନିଜଣ ଚାଷୀଙ୍କ ୭୫କୁଇଣ୍ଟାଲ ଲେଖାଏଁ ଧାନ କିଣାଯାଇ ତାକୁ ଉଠାଯାଇଛି। ଫଳରେ ଏବେ ମଧ୍ୟ ଧାନବିକ୍ରି, ଉଠାଣ ନେଇ ଅନିଶ୍ଚିତତା ଲାଗି ରହଛି। ଫଳରେ ଚାଷୀମାନେ କୌଣସି ମୁହୂର୍ତ୍ତରେ ଆନ୍ଦୋଳନକୁ ଓହ୍ଲାଇବାର ଆଶଙ୍କା ମଧ୍ୟ ଉପୁଜିଛି। ସୋମବାର ଭଳି ମଙ୍ଗଳବାର ସକାଳୁ ମଧ୍ୟ ସଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଜିଲାର ବିଭିନ୍ନ ଅଞ୍ଚଳର ଚାଷୀ, ଚାଷୀ ପ୍ରତିନିଧିମାନେ କଲାପାଣି ମଣ୍ଡିରେ ସମବେତ ହୋଇଥିଲେ। ସେଠାରେ ପ୍ରଶାସନ ସହିତ ଚାଷୀମାନଙ୍କ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଧାନବିକ୍ରିରେ ଅଚଳାବସ୍ଥାକୁ ନେଇ ଚାଷୀ ପ୍ରତିନିଧିମାନେ ଆଲୋଚନାରେ ଉଦବେଗ ପ୍ରକାଶ କରିଥିଲେ। ଏହା ସହିତ ଉପସ୍ଥିତ ଉପଜିଲାପାଳ ଏବଂ ଡିଆର୍‌ସିଏସ୍‌ଙ୍କ ସମ୍ମୁଖରେ ଚାଷୀମାନେ ୫ଦଫା ଦାବି ରଖିଥିଲେ। ଦାବି ଗୁଡ଼ିକ ଶୁଣିବା ପରେ ଅଧିକାରୀବୃନ୍ଦ ସେ ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତିରେ ଉଲ୍ଲେଖ ରହିଛି, ଧାନକ୍ରୟ ପାଇଁ ପି-ପାସ୍‌ ବ୍ୟବସ୍ଥା କରାଯାଇଛି ଏବଂ ପଞ୍ଜୀକୃତରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ତାଲିକା ଉଚ୍ଚ ଅଧିକାରୀଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଏହାସତ୍ତ୍ୱେ ଅଭିଯୋଗ ଦାଖଲ ପାଇଁ ଟୋଲ ଫ୍ରି ନଂ-୧୯୬୭ ଜାରି କରାଯାଇଛି। ସେହିପରି ଚଳିତବର୍ଷ ଜିଲାର ୨୩୦ ଧାନକ୍ରୟ କେନ୍ଦ୍ର(ମଣ୍ଡି)ରେ ୫୮ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଚାଷୀଙ୍କଠାରୁ ସିଧାସଳଖ ଧାନ କିଣିବାର ବ୍ୟବସ୍ଥା କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଥିଲେ। ବର୍ଦ୍ଧିତ ୬୯ଟଙ୍କାର ସହାୟକ ମୂଲ୍ୟ ବାବଦରେ ସଂଯୁକ୍ତ କୃଷକ ସଙ୍ଗଠନ ଦେଇଥିବା ସ୍ମାରକପତ୍ରକୁ ଜିଲାପାଳଙ୍କ ମାଧ୍ୟମରେ ସରକାରଙ୍କ ପାଖକୁ ପଠାଯିବ ଏବଂ ମଣ୍ଡିରେ ପଡ଼ିଥିବା ଧାନକୁ ୪୮ଘଣ୍ଟା ମଧ୍ୟରେ କିଣିବାକୁ ଚେଷ୍ଟା କରିବାକୁ ମଧ୍ୟ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଧାନର ମାନ ନିରୀକ୍ଷଣ ପାଇଁ ମିଲର୍ସଙ୍କ କୌଣସି ସହଯୋଗ ନିଆଯିବ ନାହିଁ ଏବଂ ଜାନୁୟାରୀ ମାସ ଶେଷ ସୁଦ୍ଧା ସମସ୍ତ ଚାଷୀଙ୍କର ଧାନକୁ ଟୋକନ ଅନୁଯାୟୀ କିଣାଯିବ ବୋଲି ଲିଖିତ ପ୍ରତିଶ୍ରୁତିରେ ଉଲ୍ଲେଖ ରହିଛି। ତେବେ ଏହି ପ୍ରତିଶ୍ରୁତି କେତେଶୀଘ୍ର କାର୍ଯ୍ୟକାରୀ ହେଉଛି, ତାକୁ ଚାଷୀମାନେ ଚାହିଁ ବସିଛନ୍ତି। ଦ୍ୱିପାକ୍ଷିକ ଆଲୋଚନାରେ ଚାଷୀ ପ୍ରତିନିଧିମାନେ ରମେଶ ମହାପାତ୍ର, ଉପତ୍ନ୍ନ କୁମାର ଭୋଇ, ଅଜିତ ଶତପଥୀ, ଏକାଦଶିଆ ସାହୁ, ସୁରେଶ ନେକାଣ୍ଟି, ଅରବିନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?