ଏହି ଦିନଠାରୁ ଖରିଫ୍‌ ଧାନ ସଂଗ୍ରହ ଆରମ୍ଭ

ବରଗଡ଼,୧୫।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପାଇଁ ଶୁକ୍ରବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଚାଷୀ ଯେପରି ସୁବିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି ପାଇଁ ସମସ୍ତ ଜିଲାସ୍ତରୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ପ୍ରଶାସନର ଆଦେଶ ଖିଲାପକାରୀ ଅଧିକାରୀ, ମିଲର ତଥା ଦଲାଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତଙ୍କ ସମେତ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବିଜେପୁର ବିଧାୟକ ସନତ କୁମାର ଗଡତିଆ ଏବଂ ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଉପସ୍ଥିତ ରହି ଚାଷୀ କିଭଳି ସୁବିଧାରେ ନିଜ ଧାନ ବିକ୍ରି କରିପାରିବେ, ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ସହିତ ମଣ୍ଡିରେ ଦଲାଲଙ୍କ ସମ୍ପୃକ୍ତି ଏବଂ କଟନୀ ଛଟନି ଭଳି ଅବ୍ୟବସ୍ଥା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ତଥା ଉପସ୍ଥିତ ଲୋକ ପ୍ରତିନିଧିଙ୍କ ଅନୁମୋଦନ କ୍ରମେ ନଭେମ୍ବର ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ପାଇଁ ଦିନଧାର୍ଯ୍ୟ କରାଯାଇଥିଲା।
ଜିଲାର ୧୨ ବ୍ଲକ ତଥା ବରଗଡ଼, ଅତାବିରା ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ରୁ ସମୁଦାୟ ୨୧୦ଟି ଧାନ କ୍ରୟ କେନ୍ଦ୍ର (ପିପିସି) ଦ୍ୱାରା ଧାନ ସଂଗ୍ରହ କରିବା ବ୍ୟବସ୍ଥା କରାଯାଇଛି। ଚାଷୀଙ୍କ ସୁବିଧା ପାଇଁ ଧାନ ସଂଗ୍ରହ କେନ୍ଦ୍ରରେ ଡିଜିଟାଲ ଆର୍ଦ୍ରତା ମିଟର, ତାର୍ପୋଲିନ, ୱେ ବ୍ରିଜ, ବିଶ୍ଳେଷଣ କିଟ୍‌ ଆଦି ଯୋଗାଇବା ସହିତ ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟଜଳ, ଲାଇଟ, ପାଇଖାନା, ସିସିଟିଭି ଏବଂ ମୂଲ୍ୟ ପ୍ରଦର୍ଶନ ବୋର୍ଡ ଆଦି ସୁବିଧା ଥିବା ମଡେଲ ମଣ୍ଡି ବ୍ୟବସ୍ଥା କରାଯାଇଛି। ସେହିଭଳି ଜିଲାର ସମସ୍ତ ମାର୍କେଟ ୟାର୍ଡରେ କଳାବଜାର ରୋକିବା ପାଇଁ ଜିଲା ଏବଂ ଉପଖଣ୍ଡ କଣ୍ଟ୍ରୋଲ ରୁମ୍‌ ସିସିଟିଭି ଲାଇଭ ଫୁଟେଜ ଦ୍ୱାରା ୨୪ ଘଣ୍ଟା ତଦାରଖ କରାଯିବ ବୋଲି ସୂଚନା ଦିଆଯାଇଛି। ଚାଷୀଙ୍କ ପୂର୍ବ ସମସ୍ୟା ଗୁଡିକର ଆଲୋଚନା ତଥା ପରାମର୍ଶ ଆଧାରରେ ଜିଲାପାଳ ଚଳିତ ବର୍ଷ ଧାନ ସଂଗ୍ରହରେ ସ୍ବଛତା ଆଣିବା ସକାଶେ କୌଣସି ମିଲର, ଆର୍‌ଏମ୍‌ସି ଅଧିକାରୀ ଏବଂ ଯୋଗାଣ ଅଧିକାରୀ ଠକେଇ କଲେ ତୁରନ୍ତ ଥାନାରେ ଏତଲା ଦେବା କିମ୍ବା ଟୋଲ ଫ୍ରି ନଂ-୧୯୬୭ କିମ୍ବା ୦୬୬୪୬-୨୪୬୦୪୧ରେ ଅଭିଯୋଗ କଲେ ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଥିଲେ। ସେହିପରି ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀଙ୍କ ଅଭିଯୋଗ ଗ୍ରହଣ ପାଇଁ ସ୍ବତନ୍ତ୍ର ରେଜିଷ୍ଟର ସହ ଜିଲା ମୁଖ୍ୟାଳୟରେ ଅଭିଯୋଗ ଗ୍ରହଣ ପାଇଁ ଏକ ସ୍ବତନ୍ତ୍ର ଟୋଲ ଫ୍ରି ନମ୍ବର ଜାରି କରାଯିବ। ରେଜିଷ୍ଟ୍ରେଶନ ପରେ ଚାଷୀଙ୍କ ମୋବାଇଲରେ ମଣ୍ଡିକୁ ଧାନ ନେଇଯିବା ତାରିଖର ସୂଚନା ଆସିବ ଏବଂ ଗୋଟିଏ ଟୋକନର ଅବଧି ୩୦ ଦିନ ପର୍ଯ୍ୟନ୍ତ ରହିବ। ଧାନ ଦେବାର ୪୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାରେ ଡିବିଟି ଦ୍ୱାରା ଟଙ୍କା ପଠାଯିବ ବୋଲି ସୂଚନା ଦିଆଯାଇଥିଲା। ପ୍ରତ୍ୟେକ ଆର୍‌ଏମ୍‌ସି ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଧାନ ସଂଗ୍ରହ ତାରିଖ ତଥା ଅନ୍ୟାନ୍ୟ ବିବରଣୀ ବିଷୟରେ ସଚେତନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତି ଆର୍‌ଏମ୍‌ସିର ଅଧ୍ୟକ୍ଷମାନଙ୍କୁ ଗାଁ ଗାଁ ବୁଲି ଚାଷୀମାନଙ୍କ ସହିତ ଉତ୍ତମ ଯୋଗାଯୋଗ ରଖିବା ସହ ଧାନର ଏଫଏକ୍ୟୁ ମାନ ବିଷୟରେ ସଚେତନ କରିବା, ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀମାନଙ୍କୁ ଟୋକନ ଦେବା ବ୍ୟବସ୍ଥା କରିବା, କଳାବଜାର କିମ୍ବା ଆବଶ୍ୟକ ଧାନ ପଡୋଶୀ ଜିଲାକୁ ସ୍ଥାନାନ୍ତର ଭଳି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ଜିଲାର ସମସ୍ତ ସୀମାନ୍ତରେ ପୋଲିସ ମୁତୟନ କରିବା ସହିତ କଡାକଡି ଯାଞ୍ଚ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମିନା ଏବଂ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ସମେତ ବରଗଡ଼ ଉପ ଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ପଦ୍ମପୁର ଉପ ଜିଲାପାଳ ଆରାଗୁଲା ସ୍ନେହା, ଜିଲାର କୃଷକ ପ୍ରତିନିଧି, ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲା ଯୋଗାଣ ଅଧିକାରୀ ବିଭୂ ପ୍ରସନ୍ନ ଆଚାର୍ଯ୍ୟ ବୈଠକ ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?