Posted inଜାତୀୟ

ଦଳର ନେତାଙ୍କୁ ଅନୁଶାସନର ପାଠ ପଢାଇଲେ ଖାର୍ଗେ

ନୂଆଦିଲ୍ଲୀ,୧୭।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଦଳର ନେତାଙ୍କୁ ଅନୁଶାସନ ଏବଂ ଏକତା ପାଇଁ ଆହ୍ବାନ ଦେଇଛନ୍ତି। ବ୍ୟକ୍ତିଗତ ମତଭେଦଠାରୁ ଦୂରରେ ରହି କଂଗ୍ରେସର ସଫଳତାକୁ ପ୍ରାଧାନ୍ୟ ଦେବାକୁ ଏବଂ ଦଳର କିଛି କ୍ଷତି ନ କରିବାକୁ ସେ କହିଛନ୍ତି।
ସିଡବ୍ଲ୍ୟୁସି ବୈଠକରେ ଖାର୍ଗେ କଂଗ୍ରେସ ନେତାମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଦେଶରେ ପରିବର୍ତ୍ତନ ହେବାର ସଙ୍କେତ ରହିଛି। କର୍ନାଟକ ଏବଂ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନର ଫଳାଫଳ ଏହାର ପ୍ରମାଣ। ଏବେ ଆରାମରେ ବସିବାର ସମୟ ନୁହେଁ। ଦିନରାତି ଆମକୁ କଠିନ ପରିଶ୍ରମ କରିବାକୁ ପଡିବ। ଆମ ସମସ୍ତଙ୍କ ଜୀବନରେ ଉତ୍ଥାନ-ପତନ ଘଟିଛି, କିନ୍ତୁ ଆମେ ସବୁବେଳେ ଶୃଙ୍ଖଳିତ ରହିବା ଉଚିତ୍‌। ମନେରଖନ୍ତୁ ଯେ ଅହଙ୍କାର କିମ୍ବା ପ୍ରଶଂସା ପାଇଁ ଆମେ କିଛି କରିବା ଉଚିତ୍‌ ନୁହେଁ, ଯାହା ଦଳ ପାଇଁ କ୍ଷତି ଘଟାଇବ। ଶୃଙ୍ଖଳା ବିନା କେହି ନେତା ହୁଅନ୍ତି ନାହିଁ। ଆମେ ନିଜକୁ ଶୃଙ୍ଖଳିତ ରଖିଲେ ଲୋକମାନେ ଆମକୁ ଅନୁସରଣ କରିବେ ଏବଂ ଆମ କଥା ଶୁଣିବେ। ୧୯୫୩ରେ ହାଇଦ୍ରାବାଦରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଦେଇଥିବା ବିବୃତ୍ତିକୁ ଖାର୍ଗେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ସେ ଅନୁଶାସନ ଉପରେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୁଡ୍‌ରେ ଅମିତ ଶାହା: ଡାକିଲେ ଉଚ୍ଚସ୍ତରୀୟ ବୈଠକ

ଶ୍ରୀନଗର,୧୬।୬: ନିକଟରେ ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

‘ଜଷ୍ଟିସ କେଉଁଠି?’ ଆଇଏଏସଙ୍କ ଏମିତି ପ୍ରଶ୍ନର ଉତ୍ତର ହସି ହସି ଦେଇଥିଲେ ସିଜେଆଇ, କହିଥିଲେ, ପଛରୁ ଆସୁଛନ୍ତି

ନୂଆଦିଲ୍ଲୀ,୧୬।୬: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ତାଙ୍କ ସରଳତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ତାଙ୍କ ମୁହଁରେ ଅନେକ ସମୟରେ ହସ ଦେଖଇବାକୁ ମିଳିଥାଏ। ସିଜେଆଇଙ୍କ ସହିତ...

ନିଟ୍‌ ପ୍ରସଙ୍ଗରେ ଖୋଲାଖୋଲି ଏମିତି କହିଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୧୬।୬: ଚଳିତ ବର୍ଷ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ସହ ବ୍ୟାପକ...

‘କଂଗ୍ରେସ ଏତେ ସିଟ୍‌ କେମିତି ଜିତିଲା, ତାହାର ତଦନ୍ତ ହେଉ’

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ମନ୍ତ୍ରୀ ତଥା ମହାରାଷ୍ଟ୍ର ନେତା ରାମଦାସ ଅଠୱାଲେ ଇଭିଏମ ଉପରେ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।...

ଜଳ ସଙ୍କଟକୁ ନେଇ ଜଳ ବୋର୍ଡ ଅଫିସରେ ଭଙ୍ଗାରୁଜା

ନୂଆଦିଲ୍ଲୀ,୧୬।୬: ଦିଲ୍ଲୀରେ ଜଳ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ଅନେକ ସ୍ଥାନରେ ଲୋକମାନେ ପାଣି ଟାଙ୍କି ପଛରେ ଦୌଡ଼ୁଥିବା ଦେଖାଯାଉଛି। ଏ ବିଷୟରେ ଲୋକଙ୍କ କ୍ରୋଧ...

‘ଇଭିଏମକୁ ନେଇ ପ୍ରଚାର କରାଯାଉଛି ଗୁଜବ,’ ଏଲୋନ ମସ୍କ-ରାହୁଲ ଗାନ୍ଧୀଙ୍କ ଅଭିଯୋଗର କଡା ଜବାବ ଦେଲେ ଇସି

ନୂଆଦିଲ୍ଲୀ,୧୬।୬: ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) କୁ ନେଇ ବିବାଦ ଉପରେ ରବିବାର କେନ୍ଦ୍ରୀୟ ନିର୍ବାଚନ ଆୟୋଗ (ECI) ସ୍ପଷ୍ଟ ଭାବେ କହିଛନ୍ତି ଯେ ଇଭିଏମ...

ବାଚସ୍ପତି ପଦକୁ ନେଇ ସଂଘର୍ଷ! ଜେଡିୟୁ ପ୍ରସ୍ତୁତ, ହେଲେ ଟିଡିପିକୁ ନେଇ ଫସିଛି ପେଞ୍ଚ, ଭାଜପାର ବଢୁଛି ଟେନସନ

ନୂଆଦିଲ୍ଲୀ,୧୬।୬: ଜୁନ ୨୬ରେ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ବାଚସ୍ପତି ପଦବୀ ସମ୍ପର୍କରେ ଏନଡିଏ ଏବଂ ଇଣ୍ଡିଆ ସହ ଜଡିତ ଦଳ...

ସର୍ବାଧିକ ଆୟ କରୁଥିବା ପ୍ରଥମ ୫ ଷ୍ଟେଶନ ମଧ୍ୟରେ ଓଡ଼ିଶାର ୪ ଷ୍ଟେଶନ

ଭୁବନେଶ୍ୱର,୧୬।୬: ପୂର୍ବତଟ ରେଳପଥର ସର୍ବାଧିକ ଆୟ କରୁଥିବା ୨୦ଟି ଷ୍ଟେଶନ ତାଲିକାରେ ପ୍ରଥମ ୫ଟି ଷ୍ଟେଶନ ମଧ୍ୟରୁ ଓଡ଼ିଶାର ୪ଟି ଷ୍ଟେଶନ ସ୍ଥାନ ପାଇଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri