
ଖଇରା,୨୦।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲାର ବାଲେଶ୍ବର ସୋର ପରେ ଏବେ ଖଇରା ଅଞ୍ଚଳକୁ କାୟା ବିସ୍ତାର କରିଛି। ଶୁକ୍ରବାର ସକାଳେ ଆଦିବାସୀ ଅଧ୍ୟୁଷିତ କୁପାରୀ ,ରଟିଣା ଏବଂ ବଡ ନୁଆଁଗାଁ ଅଞ୍ଚଳରୁ ୫ ଜଣଙ୍କୁ ଚିକିତ୍ସାପାଇଁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣ ଶିଶୁ ଅଛନ୍ତି। ମେଡିକାଲ କର୍ତ୍ତୃପକ୍ଷ ସେମାନଙ୍କର ନାମ ପ୍ରକାଶ କରିବାକୁ ଅନିଛା ପ୍ରକାଶ କରିଥିବା ପ୍ରତିଶେଧକ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି । ଏହା ଅଧିକ ସାଂଘାତିକ ହେବା ପୂର୍ବରୁ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି।