Odisha Elections 2024

କଂଗ୍ରେସ ଛାଡ଼ିବା ପରେ ଏମିତି କହିଲେ ଖଗେଶ୍ୱର

ଭୁବନେଶ୍ୱର,୨।୪: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମଙ୍ଗଳାବର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଏକ୍ସରେ ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଥିବା ପ୍ରକାଶ କରିଛନ୍ତି। ଇସ୍ତଫା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, କଂଗ୍ରେସ ଦଳ ବିଧାୟକ ତଥା ବିଭିନ୍ନ କର୍ମକର୍ତ୍ତା ଭାବେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି। ହେଲେ ବର୍ତ୍ତମାନ କଂଗ୍ରେସରେ ରହି ବିଧାନସଭା ଯିବା ସମ୍ଭବ ଲାଗୁନାହିଁ। ଏପରିକି ଚଳିତ ନିର୍ବାଚନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନରେ ହାରିବାକୁ ଚାହୁଁନି। ଏଣୁ କଂଗ୍ରେସ ଛାଡିଥିବା ଖଗେଶ୍ୱର କହିଛନ୍ତି। ଏପରିକି କେଉଁ ଦଳକୁ ଯିବେ ପ୍ରଶ୍ନର ଉତ୍ତରରେ ସମୟ କହିବ ବୋଲି ଖଗେଶ୍ୱର କହିଛନ୍ତି

ସୂଚନା ଯୋଗ୍ୟ, ଗଣେଶ୍ୱର ବେହେରା ପିସିସି ମିଡିଆ ସେଲ ଅଧ୍ୟକ୍ଷ ଥିଲେ। ଗତ ଜାନୁଆରୀରେ ତାଙ୍କୁ ଏହି ପଦରୁ ହଟାଯାଇ ବିଶ୍ୱରଞ୍ଜନ ମହାନ୍ତିଙ୍କୁ ମିଡିଆ ସେଲ ଅଧ୍ୟକ୍ଷ କରାଯାଇଥିଲା। ଏହାପରେ ଦଳ ପ୍ରତି ତାଙ୍କର ଅସନ୍ତୋଷ ଦେଖାେ ଗଣେଶ୍ୱର ବେହେରା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇରୁ କଂଗ୍ରେସ ଟିକେଟରେ ଦୁଇ ଥର ବିଧାନସଭାକୁ ର୍ନିବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା କର୍ମୀ ଗଣ୍ଡଗୋଳ: ୪ ଗିରଫ

ରାଉରକେଲା, ୧୯ା୫(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅନ୍ତର୍ଗତ ଗଙ୍ଗାଧରପାଲି ବସ୍ତି ଅଞ୍ଚଳରେ ହୋଇଥିବା ବିଜେଡି ଓ ଭାଜପା ଗଣ୍ଡଗୋଳ ମାମଲାରେ ରବିବାର ପୋଲିସ ୨ଟି ପୃଥକ...

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ…

ଆସିକା,୧୯ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଳା କୋଟିନଡା ଥାନା ଅନ୍ତର୍ଗତ ହୁମୁକି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା।...

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍‌ରେ ନିର୍ବାଚନ ପ୍ରଚାରକୁ ଜୋରଦାର...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

ଭୁବନେଶ୍ୱରରେ ମୋଦି, ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୯।୫: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri