ବିଦ୍ୟାଳୟରୁ ଚାବି ଖୋଲିଲା, ଧାରଣା ପ୍ରତ୍ୟାହୃତ

କୋରାପୁଟ, ୧୬।୧୦(ସ୍ବ.ପ୍ର.): କୋରାପୁଟ ବ୍ଲକ ଉମୁରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ୱାରା ବେଆଇନ ଭାବେ ଛାତ୍ରୀଛାତ୍ରଙ୍କଠାରୁ ଟଙ୍କା ଆଦାୟ ଘଟଣା ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନଚେତ ତାଙ୍କ ବଦଳି ଦାବି ନେଇ ଗତ ୧୨ ତାରିଖରୁ ବିଦ୍ୟାଳୟରେ ତାଲା ପକାଇ ଗ୍ରାମବାସୀ ଓ ଅଭିଭାବକ ଧାରଣା ଜାରି ରଖିଥିଲେ। ଏହି ଧାରଣା ଶୁକ୍ରବାର ପ୍ରତ୍ୟାହୃତ ହୋଇଛି ା ଜିଲାପାଳ ଅବଦାଲ ଏମ. ଅଖତାର ଓ ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ମନୋଜ ପୂଜାରୀ ଘଟଣା ସ୍ଥଳରେ ପହଞ୍ଚତ୍ ଧାରଣାରତ ଗ୍ରାମବାସୀ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଉମୁରି ସରପଞ୍ଚ ଅନନ୍ତ ଜାନି, ପୂର୍ବତନ ସରପଞ୍ଚ ରମେଶ ବାଖ୍ୟାଙ୍କ ସମେତ ଗ୍ରାମବାସୀ, ଅଭିଭାବକ ଓ ଜିଲା ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚତ୍ ପ୍ରତିଶ୍ରୁତି ଦେଇଥିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଏସଡିପିଓ ଏ ସମ୍ପର୍କରେ ଏସ୍‌ପି ଓ ଜିଲାପାଳଙ୍କୁ ଜଣାଇଥିଲେ। ଜିଲାପାଳ ଜିଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକଙ୍କୁ ଘଟଣା ସ୍ଥଳରେ ପହଞ୍ଚତ୍ବାକୁ ନିର୍ଦେଶ ଦେବାରୁ ଜିଲା ଶିକ୍ଷା ଅଧିକାରୀ ନାହାକ ଓ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚତ୍ ଗ୍ରାମବାସୀ, ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କର ବଦଳି ନେଇ ବିଭାଗୀୟ ନିଦ୍ଦେର୍ର୍ଶକଙ୍କୁ ଜିଲାପାଳ ଚିଠି କରିଥିବା ଗ୍ରାମବାସୀକୁ କହିଥିଲେ ା ଏଦିଗରେ କିପରି ତୁରନ୍ତ କାଯର୍‌ୟାନୁଷ୍ଠାନ ହେବ ସେ ନେଇ ଜିଲା ଶିକ୍ଷା ଅଧିକାରୀ ଉଦ୍ୟମ କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ବିଦ୍ୟାଳୟ ମୁଖ୍ୟ ଫାଟକ ତାଲା ଖୋଲିଥିଲେ। ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ବିଦ୍ୟାଳୟକୁ ଯାଇଥିଲେ। ଅନ୍ୟପକ୍ଷରେ ଘଟଣାର ସମାଧାନ ନେଇ ଜିଲା ପ୍ରଶାସନକୁ ଗ୍ରାମବାସୀ ଏକ ମାସ ସମୟ ଦେଇଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଉଭୟ ବିଦ୍ୟାଳୟ ଓ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇ ଧାରଣା ଦେବେ ବୋଲି ଉମୁରି ସରପଞ୍ଚ ଅନନ୍ତ ଜାନି ଓ ପୂର୍ବତନ ସରପଞ୍ଚ ରମେଶ ବାଖ୍ୟା କହିଛନ୍ତି। ସୂଚନଯୋଗ୍ୟ, କୋରାପୁଟ ବ୍ଲକ ଅଧୀନରେ ଥିବା ଉମୁରି ଉଚ୍ଚବିଦ୍ୟାଳୟର ପ୍ରଧାନ ଶିଧିତ୍ରୀ ସବିତା ବେହେରା ଚଳିତ ଶିକ୍ଷା ବର୍ଷରେ ବିଦ୍ୟାଳୟରେ ନାମ ଲେଖାଇଥିବା ଆଦିବାସୀ ଓ ହରିଜନ ଛାତ୍ରୀଛାତ୍ରଧୀଙ୍କଠାରୁ ୪୫୦ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତି ଛାତ୍ରୀଛାତ୍ରଙ୍କଠାରୁ ସେ ୨ଶହରୁ ୩ ଶହ ଯାଏ ଅର୍ଥ ଆଦାୟ କରିଥିବା ନେଇ ଗତ ସେପ୍ଟେମ୍ବର ୫ରେ କୋରାପୁଟରେ ଜିଲାପାଳଙ୍କ ଜନଶୁଣାଣି ବେଳେ ସରପଞ୍ଚ ଓ ଅଭିବାଭକମାନେ ଅଭିଯୋଗ କରିଥିଲେ ା ଏହି ଅଭିଯୋଗ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତରବରିଆ ଭାବେ ରାତି ଅଧିଆରେ କିଛି ଛାତ୍ରୀଛାତ୍ରଙ୍କ ଘରକୁ ଯାଇ କିଛି ଟଙ୍କା ଫେରାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦସ୍ତଖତରେ ୧୫୦ ଟଙ୍କାର ମନିରିସିଟ ଛାତ୍ରୀଛାତ୍ରଙ୍କୁ ଦେଇଥିଲେ। ଅଭିଯୋଗ ପରେ ଜିଲାପାଳ ଅବଦାଲ ଏମ. ଅଖତାର ଜିଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡିଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ା ପରେ ଜିଲା ମଙ୍ଗଳ ଅଧିକାରୀ ଦୁଇ ଥର ଉମୁରି ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରି ଛାତ୍ରୀଛାତ୍ର, ଅଭିଭାବକ, ଗ୍ରାମାବସୀ ଓ ଲୋକ ପ୍ରତିନିଧିଙ୍କ ସହିତ ଆଲୋଚନା ପରେ ଗତ ୧୭ରେ ପ୍ରଶାସନକୁ ଚୂଡାନ୍ତ ରିପୋର୍ଟ ପ୍ରଦାନ କରାଯାଇଥିଲା। ତେବେ ଏଯାଏ ପ୍ରଶାସନ ପକ୍ଷରୁ କୌଣସି କାଯର୍‌ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଗ୍ରାମବାସୀ ଓ ଅଭିଭାବକମାନେ ଗତ ୧୨ ତାରିଖରୁ ବିଦ୍ୟାଳୟର ମୁଖ୍ୟ ଫାଟକକୁ ତାଲା ପକାଇ ଧାରଣା ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri