ବିଦ୍ୟାଳୟରୁ ଚାବି ଖୋଲିଲା, ଧାରଣା ପ୍ରତ୍ୟାହୃତ

କୋରାପୁଟ, ୧୬।୧୦(ସ୍ବ.ପ୍ର.): କୋରାପୁଟ ବ୍ଲକ ଉମୁରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ୱାରା ବେଆଇନ ଭାବେ ଛାତ୍ରୀଛାତ୍ରଙ୍କଠାରୁ ଟଙ୍କା ଆଦାୟ ଘଟଣା ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନଚେତ ତାଙ୍କ ବଦଳି ଦାବି ନେଇ ଗତ ୧୨ ତାରିଖରୁ ବିଦ୍ୟାଳୟରେ ତାଲା ପକାଇ ଗ୍ରାମବାସୀ ଓ ଅଭିଭାବକ ଧାରଣା ଜାରି ରଖିଥିଲେ। ଏହି ଧାରଣା ଶୁକ୍ରବାର ପ୍ରତ୍ୟାହୃତ ହୋଇଛି ା ଜିଲାପାଳ ଅବଦାଲ ଏମ. ଅଖତାର ଓ ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ମନୋଜ ପୂଜାରୀ ଘଟଣା ସ୍ଥଳରେ ପହଞ୍ଚତ୍ ଧାରଣାରତ ଗ୍ରାମବାସୀ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଉମୁରି ସରପଞ୍ଚ ଅନନ୍ତ ଜାନି, ପୂର୍ବତନ ସରପଞ୍ଚ ରମେଶ ବାଖ୍ୟାଙ୍କ ସମେତ ଗ୍ରାମବାସୀ, ଅଭିଭାବକ ଓ ଜିଲା ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚତ୍ ପ୍ରତିଶ୍ରୁତି ଦେଇଥିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଏସଡିପିଓ ଏ ସମ୍ପର୍କରେ ଏସ୍‌ପି ଓ ଜିଲାପାଳଙ୍କୁ ଜଣାଇଥିଲେ। ଜିଲାପାଳ ଜିଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକଙ୍କୁ ଘଟଣା ସ୍ଥଳରେ ପହଞ୍ଚତ୍ବାକୁ ନିର୍ଦେଶ ଦେବାରୁ ଜିଲା ଶିକ୍ଷା ଅଧିକାରୀ ନାହାକ ଓ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚତ୍ ଗ୍ରାମବାସୀ, ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କର ବଦଳି ନେଇ ବିଭାଗୀୟ ନିଦ୍ଦେର୍ର୍ଶକଙ୍କୁ ଜିଲାପାଳ ଚିଠି କରିଥିବା ଗ୍ରାମବାସୀକୁ କହିଥିଲେ ା ଏଦିଗରେ କିପରି ତୁରନ୍ତ କାଯର୍‌ୟାନୁଷ୍ଠାନ ହେବ ସେ ନେଇ ଜିଲା ଶିକ୍ଷା ଅଧିକାରୀ ଉଦ୍ୟମ କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ବିଦ୍ୟାଳୟ ମୁଖ୍ୟ ଫାଟକ ତାଲା ଖୋଲିଥିଲେ। ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ବିଦ୍ୟାଳୟକୁ ଯାଇଥିଲେ। ଅନ୍ୟପକ୍ଷରେ ଘଟଣାର ସମାଧାନ ନେଇ ଜିଲା ପ୍ରଶାସନକୁ ଗ୍ରାମବାସୀ ଏକ ମାସ ସମୟ ଦେଇଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଉଭୟ ବିଦ୍ୟାଳୟ ଓ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇ ଧାରଣା ଦେବେ ବୋଲି ଉମୁରି ସରପଞ୍ଚ ଅନନ୍ତ ଜାନି ଓ ପୂର୍ବତନ ସରପଞ୍ଚ ରମେଶ ବାଖ୍ୟା କହିଛନ୍ତି। ସୂଚନଯୋଗ୍ୟ, କୋରାପୁଟ ବ୍ଲକ ଅଧୀନରେ ଥିବା ଉମୁରି ଉଚ୍ଚବିଦ୍ୟାଳୟର ପ୍ରଧାନ ଶିଧିତ୍ରୀ ସବିତା ବେହେରା ଚଳିତ ଶିକ୍ଷା ବର୍ଷରେ ବିଦ୍ୟାଳୟରେ ନାମ ଲେଖାଇଥିବା ଆଦିବାସୀ ଓ ହରିଜନ ଛାତ୍ରୀଛାତ୍ରଧୀଙ୍କଠାରୁ ୪୫୦ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତି ଛାତ୍ରୀଛାତ୍ରଙ୍କଠାରୁ ସେ ୨ଶହରୁ ୩ ଶହ ଯାଏ ଅର୍ଥ ଆଦାୟ କରିଥିବା ନେଇ ଗତ ସେପ୍ଟେମ୍ବର ୫ରେ କୋରାପୁଟରେ ଜିଲାପାଳଙ୍କ ଜନଶୁଣାଣି ବେଳେ ସରପଞ୍ଚ ଓ ଅଭିବାଭକମାନେ ଅଭିଯୋଗ କରିଥିଲେ ା ଏହି ଅଭିଯୋଗ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତରବରିଆ ଭାବେ ରାତି ଅଧିଆରେ କିଛି ଛାତ୍ରୀଛାତ୍ରଙ୍କ ଘରକୁ ଯାଇ କିଛି ଟଙ୍କା ଫେରାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦସ୍ତଖତରେ ୧୫୦ ଟଙ୍କାର ମନିରିସିଟ ଛାତ୍ରୀଛାତ୍ରଙ୍କୁ ଦେଇଥିଲେ। ଅଭିଯୋଗ ପରେ ଜିଲାପାଳ ଅବଦାଲ ଏମ. ଅଖତାର ଜିଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡିଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ା ପରେ ଜିଲା ମଙ୍ଗଳ ଅଧିକାରୀ ଦୁଇ ଥର ଉମୁରି ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରି ଛାତ୍ରୀଛାତ୍ର, ଅଭିଭାବକ, ଗ୍ରାମାବସୀ ଓ ଲୋକ ପ୍ରତିନିଧିଙ୍କ ସହିତ ଆଲୋଚନା ପରେ ଗତ ୧୭ରେ ପ୍ରଶାସନକୁ ଚୂଡାନ୍ତ ରିପୋର୍ଟ ପ୍ରଦାନ କରାଯାଇଥିଲା। ତେବେ ଏଯାଏ ପ୍ରଶାସନ ପକ୍ଷରୁ କୌଣସି କାଯର୍‌ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଗ୍ରାମବାସୀ ଓ ଅଭିଭାବକମାନେ ଗତ ୧୨ ତାରିଖରୁ ବିଦ୍ୟାଳୟର ମୁଖ୍ୟ ଫାଟକକୁ ତାଲା ପକାଇ ଧାରଣା ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri