ମେକାର୍ଥି ହାଉସ୍‌ ସ୍ପିକର: ବିବାଦ ମଧ୍ୟରେ ୧୫ତମ ଭୋଟରେ ଜିତିଲେ

ଓ୍ବାଶିଂଟନ,୮।୧: ବହୁ ବାଦବିବାଦ ମଧ୍ୟରେ ରିପବ୍ଲିକାନ ସଦସ୍ୟ କେଭିନ୍‌ ମେକାର୍ଥି ଆମେରିକା ପ୍ରତିନିଧି ସଭାର ୫୫ତମ ସ୍ପିକର ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ମଧ୍ୟରାତ୍ର ପରେ ଐତିହାସିକ ୧୫ତମ ଭୋଟରେ ମେକାର୍ଥିଙ୍କୁ ଗୃହର ପ୍ରଭାବଶାଳୀ ପଦବୀକୁ ନିର୍ବାଚିତ କରାଯାଇଛି। ଫଳରେ କିଛିଦିନ ହେଲା ଦେଶର ରାଜନୀତିରେ ଦେଖାଦେଇଥିବା ଅଚଳାବସ୍ଥାର ଅବସାନ ହେବା ଆଶା କରାଯାଉଛି।

ଡେମୋକ୍ରାଟିକ୍‌ ପାର୍ଟିର ୮୨ ବର୍ଷୀୟ ସ୍ପିକର ନାନ୍ସି ପେଲୋସିଙ୍କ ସ୍ଥାନ ନେଇଛନ୍ତି ୫୭ ବର୍ଷୀୟ ରିପବ୍ଲିକାନ୍‌ ପ୍ରାର୍ଥୀ ମେକାର୍ଥି । ଗତ ନଭେମ୍ବର ୮ରେ ଅନୁଷ୍ଠିତ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସରେ ସଂଖ୍ୟାଗରିଷ୍ଠତା ହରାଇଥିଲା। ୪୩୫ ଆସନ ବିଶିଷ୍ଟ ହାଉସ୍‌ରେ ରିପବ୍ଲିକାନ୍‌ ୨୨୨ ଆସନ ଜିତିଥିବାବେଳେ ଡେମୋକ୍ରାଟିକ୍‌ ପାର୍ଟିକୁ ୨୧୨ ଆସନ ମିଳିଥିଲା। ଗତ ବିଳମ୍ବିତ ରାତିରେ ୧୫ତମ ପର୍ଯ୍ୟାୟ ଭୋଟରେ ୫୨ ବର୍ଷୀୟ ହାକିମ୍‌ ସେକୋଉ ଜେଫ୍ରିସ୍‌ଙ୍କୁ ମେକାର୍ଥତ୍ ୨୧୬-୨୧୨ ଭୋଟରେ ହରାଇଥିଲେ। ସ୍ପିକର ନିର୍ବାଚନ ପାଇଁ ଏହା ଥିଲା ଦୀର୍ଘତମ ପ୍ରତିଦ୍ୱନ୍ଦ୍ୱିତା। ରିପବ୍ଲିକାନ୍‌ର ୬ ଜଣ ବିଦ୍ରୋହୀ ସଦସ୍ୟ ମେକାର୍ଥି ସପକ୍ଷରେ ଭୋଟ ନ ଦେଇ ‘ଉପସ୍ଥିତ’ ଲେଖିବାରୁ ମ୍ୟାଜିକ୍‌ ସଂଖ୍ୟା ୨୧୮ରୁ ୨୧୫କୁ ହ୍ରାସ ପାଇଥିଲା। ଏହା ପୂର୍ବରୁ ଆମେରିକା ଇତିହାସରେ ସବୁଠୁ ଦୀର୍ଘତମ ଭୋଟିଂ ୧୮୫୫ରେ ହୋଇଥିଲା। ସେତେବେଳେ ସ୍ପିକର ନିର୍ବାଚନ ଲାଗି ୨ ମାସରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ୧୩୩ ଥର ଭୋଟିଂ କରାଯାଇଥିଲା।

ସ୍ପିକର ଦୌଡ଼ରେ ମେକାର୍ଥି ଆଗରେ ରହିଥିଲେ ମଧ୍ୟ ତାଙ୍କୁ ଦଳ ଭିତରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଶୁକ୍ରବାର ମଧ୍ୟରାତ୍ର ପୂର୍ବରୁ ୧୪ତମ ରାଉଣ୍ଡରେ ଜିତିଯିବେ ବୋଲି ମେକାର୍ଥତ୍ ଆଶାବାଦୀ ଥିଲେ। ୪୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ଭୋଟ ଦେଇଥିଲେ ମଧ୍ୟ ମେକାର୍ଥି ର ଗୋଟିଏ ଭୋଟ କମ୍‌ ହୋଇଥିଲା। ତୀବ୍ର ବିରୋଧୀ ଭାବେ ଜଣାଶୁଣା ମାଟ୍ଟ ଗେଟ୍‌ଜ ତାଙ୍କ ସପକ୍ଷରେ ୧୪ ଓ ୧୫ତମ ରାଉଣ୍ଡରେ ଭୋଟ ଦେବାକୁ ମନା କରିଦେଇଥିଲେ। ସେ କାହା ସପକ୍ଷରେ ଭୋଟ ନ ଦେଇ ‘ଉପସ୍ଥିତ’ ବୋଲି ଲେଖିଥିଲେ। ଅନ୍ୟ ୫ ଜଣ ବିଦ୍ରୋହୀ ସଦସ୍ୟ ମଧ୍ୟ ଅନୁରୂପ ପଦକ୍ଷେପ ନେଇଥିଲେ। ଚତୁର୍ଦ୍ଦଶ ରାଉଣ୍ଡ ଭୋଟିଂ ପରେ ମେକାର୍ଥି ଗେଟ୍‌ଜଙ୍କ ପାଖକୁ ଯାଇ ତାଙ୍କୁ ବୁଝାଶୁଝା କରି ଭୋଟ ଦେବା ଲାଗି ଅନୁରୋଧ କରୁଥିବା ଦେଖାଯାଇଥିଲା। ଏହାକୁ ନେଇ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସ୍ପିକର ନିର୍ବାଚିତ ହେବା ପରେ ମେକାର୍ଥତ୍ ତାଙ୍କର ପ୍ରଥମ ଅଭିଭାଷଣରେ କହିଛନ୍ତି, ଚାଇନା ସହ ଆର୍ଥତ୍କ ପ୍ରତିଯୋଗିତାରେ ଆମେରିକା ବିଜୟୀ ହେବା ସେ ଚାହାନ୍ତି। ଆମେରିକାର ଦୀର୍ଘମିଆଦୀ ଚ୍ୟାଲେଞ୍ଜ ଯଥା ଋଣ ଏବଂ ଚାଇନା କମ୍ୟୁନିଷ୍ଟ ପାର୍ଟିର ଉତ୍‌ଥାନକୁ ରୋକିବା ଲାଗି ଗୃହ କାର୍ଯ୍ୟ କରିବ। ଏହିସବୁ ପ୍ରସଙ୍ଗରେ ଗୃହର ସ୍ବର ଗୋଟିଏ ହେବ ବୋଲି ସ୍ପିକର କହିଛନ୍ତି। ଚାଇନାକୁ ଚାଲିଯାଉଥିବା ଲକ୍ଷ ଲକ୍ଷ ନିଯୁକ୍ତିକୁ କିପରି ଛଡ଼ାଇ ଅଣାଯାଇପାରିବ, ତାହା ଅନୁଧ୍ୟାନ କରିବାକୁ ଏକ ଦ୍ୱିଦଳୀୟ ଚୟନ କମିଟି ଗଠନ କରାଯିବ। ଏହାଦ୍ୱାରା ଚାଇନା ବିରୋଧରେ ଅର୍ଥନୈତିକ ଲଢ଼େଇ ଜିତାଯାଇପାରିବ ବୋଲି ମେକାର୍ଥତ୍ କହିବା ବେଳେ ଗୃହର ସଦସ୍ୟମାନେ ଏହାର ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri