ମେକାର୍ଥି ହାଉସ୍‌ ସ୍ପିକର: ବିବାଦ ମଧ୍ୟରେ ୧୫ତମ ଭୋଟରେ ଜିତିଲେ

ଓ୍ବାଶିଂଟନ,୮।୧: ବହୁ ବାଦବିବାଦ ମଧ୍ୟରେ ରିପବ୍ଲିକାନ ସଦସ୍ୟ କେଭିନ୍‌ ମେକାର୍ଥି ଆମେରିକା ପ୍ରତିନିଧି ସଭାର ୫୫ତମ ସ୍ପିକର ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ମଧ୍ୟରାତ୍ର ପରେ ଐତିହାସିକ ୧୫ତମ ଭୋଟରେ ମେକାର୍ଥିଙ୍କୁ ଗୃହର ପ୍ରଭାବଶାଳୀ ପଦବୀକୁ ନିର୍ବାଚିତ କରାଯାଇଛି। ଫଳରେ କିଛିଦିନ ହେଲା ଦେଶର ରାଜନୀତିରେ ଦେଖାଦେଇଥିବା ଅଚଳାବସ୍ଥାର ଅବସାନ ହେବା ଆଶା କରାଯାଉଛି।

ଡେମୋକ୍ରାଟିକ୍‌ ପାର୍ଟିର ୮୨ ବର୍ଷୀୟ ସ୍ପିକର ନାନ୍ସି ପେଲୋସିଙ୍କ ସ୍ଥାନ ନେଇଛନ୍ତି ୫୭ ବର୍ଷୀୟ ରିପବ୍ଲିକାନ୍‌ ପ୍ରାର୍ଥୀ ମେକାର୍ଥି । ଗତ ନଭେମ୍ବର ୮ରେ ଅନୁଷ୍ଠିତ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସରେ ସଂଖ୍ୟାଗରିଷ୍ଠତା ହରାଇଥିଲା। ୪୩୫ ଆସନ ବିଶିଷ୍ଟ ହାଉସ୍‌ରେ ରିପବ୍ଲିକାନ୍‌ ୨୨୨ ଆସନ ଜିତିଥିବାବେଳେ ଡେମୋକ୍ରାଟିକ୍‌ ପାର୍ଟିକୁ ୨୧୨ ଆସନ ମିଳିଥିଲା। ଗତ ବିଳମ୍ବିତ ରାତିରେ ୧୫ତମ ପର୍ଯ୍ୟାୟ ଭୋଟରେ ୫୨ ବର୍ଷୀୟ ହାକିମ୍‌ ସେକୋଉ ଜେଫ୍ରିସ୍‌ଙ୍କୁ ମେକାର୍ଥତ୍ ୨୧୬-୨୧୨ ଭୋଟରେ ହରାଇଥିଲେ। ସ୍ପିକର ନିର୍ବାଚନ ପାଇଁ ଏହା ଥିଲା ଦୀର୍ଘତମ ପ୍ରତିଦ୍ୱନ୍ଦ୍ୱିତା। ରିପବ୍ଲିକାନ୍‌ର ୬ ଜଣ ବିଦ୍ରୋହୀ ସଦସ୍ୟ ମେକାର୍ଥି ସପକ୍ଷରେ ଭୋଟ ନ ଦେଇ ‘ଉପସ୍ଥିତ’ ଲେଖିବାରୁ ମ୍ୟାଜିକ୍‌ ସଂଖ୍ୟା ୨୧୮ରୁ ୨୧୫କୁ ହ୍ରାସ ପାଇଥିଲା। ଏହା ପୂର୍ବରୁ ଆମେରିକା ଇତିହାସରେ ସବୁଠୁ ଦୀର୍ଘତମ ଭୋଟିଂ ୧୮୫୫ରେ ହୋଇଥିଲା। ସେତେବେଳେ ସ୍ପିକର ନିର୍ବାଚନ ଲାଗି ୨ ମାସରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ୧୩୩ ଥର ଭୋଟିଂ କରାଯାଇଥିଲା।

ସ୍ପିକର ଦୌଡ଼ରେ ମେକାର୍ଥି ଆଗରେ ରହିଥିଲେ ମଧ୍ୟ ତାଙ୍କୁ ଦଳ ଭିତରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଶୁକ୍ରବାର ମଧ୍ୟରାତ୍ର ପୂର୍ବରୁ ୧୪ତମ ରାଉଣ୍ଡରେ ଜିତିଯିବେ ବୋଲି ମେକାର୍ଥତ୍ ଆଶାବାଦୀ ଥିଲେ। ୪୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ଭୋଟ ଦେଇଥିଲେ ମଧ୍ୟ ମେକାର୍ଥି ର ଗୋଟିଏ ଭୋଟ କମ୍‌ ହୋଇଥିଲା। ତୀବ୍ର ବିରୋଧୀ ଭାବେ ଜଣାଶୁଣା ମାଟ୍ଟ ଗେଟ୍‌ଜ ତାଙ୍କ ସପକ୍ଷରେ ୧୪ ଓ ୧୫ତମ ରାଉଣ୍ଡରେ ଭୋଟ ଦେବାକୁ ମନା କରିଦେଇଥିଲେ। ସେ କାହା ସପକ୍ଷରେ ଭୋଟ ନ ଦେଇ ‘ଉପସ୍ଥିତ’ ବୋଲି ଲେଖିଥିଲେ। ଅନ୍ୟ ୫ ଜଣ ବିଦ୍ରୋହୀ ସଦସ୍ୟ ମଧ୍ୟ ଅନୁରୂପ ପଦକ୍ଷେପ ନେଇଥିଲେ। ଚତୁର୍ଦ୍ଦଶ ରାଉଣ୍ଡ ଭୋଟିଂ ପରେ ମେକାର୍ଥି ଗେଟ୍‌ଜଙ୍କ ପାଖକୁ ଯାଇ ତାଙ୍କୁ ବୁଝାଶୁଝା କରି ଭୋଟ ଦେବା ଲାଗି ଅନୁରୋଧ କରୁଥିବା ଦେଖାଯାଇଥିଲା। ଏହାକୁ ନେଇ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସ୍ପିକର ନିର୍ବାଚିତ ହେବା ପରେ ମେକାର୍ଥତ୍ ତାଙ୍କର ପ୍ରଥମ ଅଭିଭାଷଣରେ କହିଛନ୍ତି, ଚାଇନା ସହ ଆର୍ଥତ୍କ ପ୍ରତିଯୋଗିତାରେ ଆମେରିକା ବିଜୟୀ ହେବା ସେ ଚାହାନ୍ତି। ଆମେରିକାର ଦୀର୍ଘମିଆଦୀ ଚ୍ୟାଲେଞ୍ଜ ଯଥା ଋଣ ଏବଂ ଚାଇନା କମ୍ୟୁନିଷ୍ଟ ପାର୍ଟିର ଉତ୍‌ଥାନକୁ ରୋକିବା ଲାଗି ଗୃହ କାର୍ଯ୍ୟ କରିବ। ଏହିସବୁ ପ୍ରସଙ୍ଗରେ ଗୃହର ସ୍ବର ଗୋଟିଏ ହେବ ବୋଲି ସ୍ପିକର କହିଛନ୍ତି। ଚାଇନାକୁ ଚାଲିଯାଉଥିବା ଲକ୍ଷ ଲକ୍ଷ ନିଯୁକ୍ତିକୁ କିପରି ଛଡ଼ାଇ ଅଣାଯାଇପାରିବ, ତାହା ଅନୁଧ୍ୟାନ କରିବାକୁ ଏକ ଦ୍ୱିଦଳୀୟ ଚୟନ କମିଟି ଗଠନ କରାଯିବ। ଏହାଦ୍ୱାରା ଚାଇନା ବିରୋଧରେ ଅର୍ଥନୈତିକ ଲଢ଼େଇ ଜିତାଯାଇପାରିବ ବୋଲି ମେକାର୍ଥତ୍ କହିବା ବେଳେ ଗୃହର ସଦସ୍ୟମାନେ ଏହାର ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?