Posted inଖେଳ

କେଭିନ୍‌- ଅଣ୍ଡ୍ରିଆସ୍‌ କ୍ରମାଗତ ଦ୍ୱିତୀୟ ଥର ଚାମ୍ପିୟନ

ପ୍ୟାରିସ୍‌,୧୨।୧୦(ଏପି): ଜର୍ମାନୀ ଯୋଡି କେଭିନ୍‌ କ୍ରଓ୍ବିଜ୍‌ ଓ ଆଣ୍ଡ୍ରିଆସ୍‌ ମାଇସ୍‌ ଏଥର ମଧ୍ୟ ଫ୍ରେଞ୍ଚ୍‌ ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି। ଶନିବାର ଅନୁଷ୍ଠିତ ପୁରୁଷ ଡବଲ୍ସ ଫାଇନାଲ ମ୍ୟାଚ୍‌ରେ ଅଷ୍ଟମ ସିଡ୍‌ ଏହି ଯୋଡି ପ୍ରତିପକ୍ଷ ସପ୍ତମ ସିଡ୍‌ ଯୋଡି କ୍ରୋଏସିଆର ମେଟ୍‌ ପାଭିକ୍‌ ଓ ବ୍ରାଜିଲର ବ୍ରୁନୋ ସୋଆରେସ୍‌ଙ୍କୁ ୬-୩, ୭-୫ ସେଟ୍‌ରେ ହରାଇ ଟାଇଟଲ ବଜାୟ ରହିଛନ୍ତି। ବିଜୟୀ ହେବା ପାଇଁ ଏହି ଯୋଡି ୮୯ ମିନିଟ ସମୟ ଆବଶ୍ୟକ କରିଥିଲେ। ଗତବର୍ଷ ଏହି ଯୋଡି ପ୍ରଥମଥର ପାଇଁ ଓପନ୍‌ ଏରାରେ ପୁରୁଷ ଡବଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିଲେ। ରନର୍ସ ହୋଇଥିବା ପାଭିକ୍‌ ଓ ସୋଆରେସ୍‌ ୟୁଏସ୍‌ ଓପନ୍‌ ଡବଲ୍ସ ଟାଇଟଲ ହାସଲ କରିଥିଲେ ମଧ୍ୟ ଏହି ସଫଳତାକୁ ଦୋହରାଇ ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?