ବିନା ନିରୀକ୍ଷକରେ ଚାଲିଛି କେସିଙ୍ଗା ଡାକଘର: ୨୦ ବ୍ରାଞ୍ଚ ପୋଷ୍ଟ ଅଫିସରେ ଅବ୍ୟବସ୍ଥା

କେସିଙ୍ଗା,୨୭।୧୧(ତୁମେଶ୍ୱେର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ମୁଖ୍ୟ ପୋଷ୍ଟ ଅଫିସରେ ଆଜିକୁ ୪ ମାସ ହେଲାଣି ଡାକ ନିରୀକ୍ଷକ ପଦବୀ ଖାଲି ଥିବାରୁ ବିଭିନ୍ନ ଉପ ଡାକ ଘରେ ଅନେକ ଦୁର୍ନୀତି ହେଉଥିବା ଜଣାପଡ଼ିଛି। ଏହା ପୂର୍ବରୁ ଯିଏ ଡାକ ନୀରିକ୍ଷକ ଥିଲେ ତାଙ୍କୁ ପ୍ରାୟ ଚାରି ମାସ ତଳେ ଅନ୍ୟତ୍ର ବଦଳି ହୋଇ ଯିବାପରେ ତାଙ୍କ ସ୍ଥାନରେ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ ବିଭାଗ ନୂତନ ଡାକ ନିରୀକ୍ଷକଙ୍କୁ ନିଯୁକ୍ତି ଦେଇ ନ ଥିବାରୁ ବହୁ ଅସୁବିଧା ହେଉଛି। ନର୍ଲାରେ ଥିବା ଜଣେ ଡାକ ପରିଦର୍ଶକଙ୍କୁ କେସିଙ୍ଗା ମୁଖ୍ୟ ପୋଷ୍ଟ ଅଫିସର ଦାୟିତ୍ୱ ଦିଆଯାଇଛି। କିନ୍ତୁ ଦାୟିତ୍ୱରେ ଥିବା ଡାକ ପରିଦର୍ଶକ ଜଣକ ନର୍ଲାରେ ଅଧିକାଂଶ ସମୟ ବିତାଉଛଛି। କିନ୍ତୁ କେସିଙ୍ଗା ମୁଖ ଡାକ ଘରକୁ ଆସୁ ନ ଥିବାରୁ ଅନେକ ପୋଷ୍ଟ ଅଫିସ ଗୁଡିକରେ ବିଭିନ୍ନ ପ୍ରକାର ଦୁର୍ନୀତି ହେଉଥିବାର ଅଭିଯୋଗ ହେଉଛି।

ପ୍ରକାଶ ଥାଉ କି, ଉକ୍ତ ପୋଷ୍ଟ ଅଫିସ ଅଧୀନରେ ୨୦ଟି ବ୍ରାଞ୍ଚ ପୋଷ୍ଟ ଅଫିସ ରହିଛି। ବ୍ରାଞ୍ଚ ପୋଷ୍ଟ ଅଫିସଗୁଡ଼ିକରେ କାଗଜଜାତ ତଦନ୍ତ କରିବାକୁ କେହି ନ ଥିବାରୁ ଘୋର ଅସୁବିଧା ହେଉଛି। ସମସ୍ତ ଉପ ପୋଷ୍ଟ ମାଷ୍ଟରଙ୍କ ଛୁଟି ମଞ୍ଜୁରର କ୍ଷମତା ମଧ୍ୟ ପରିଦର୍ଶକଙ୍କ ହାତରେ ରହିଛି। ଆଗାମୀ ଦିନରେ ଅନେକ ବ୍ରାଞ୍ଚ ପୋଷ୍ଟ ଅଫିସରେ ଅର୍ଥ ହେରଫେର ହେଉଥିବାର ଆଭିଯୋଗ ହେଉଛି। ଅଧିକାଂଶ ଉପ ଡାକ ଘରେ ଉପ ଡାକ ମାଷ୍ଟରମାନେ ଗୋଟିଏ ଓଳି କାମ ସାରି ଘରେ ବସୁଛନ୍ତି। ଇତି ମଧ୍ୟରେ କେସିଙ୍ଗାରେ ମଧ୍ୟ ଦୁଇ ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଟଙ୍କା ହେରଫେର ମାମଲାରେ ଜେଲ ମଧ୍ୟ ଯାଇଛନ୍ତି।
ଅନେକ ସମୟରେ ଶୁଣିବାକୁ ମିଳୁଛି ଯେ, କିଛି ଅପହଞ୍ଚ ଗ୍ରାମାଞ୍ଚରେ ଥିବା ବ୍ରାଞ୍ଚ ପୋଷ୍ଟ ଅଫିସ ଦିନ ତମାମ ଖୋଲୁନାହାନ୍ତି। ଚିଠି ପତ୍ର ମଧ୍ୟ ଠିକ ଭାବେ ବଣ୍ଟନ କରାଯାଉନାହିଁ। ବର୍ତ୍ତମାନ ବିନା ପୋଷ୍ଟ ନିରୀକ୍ଷକରେ କେସିଙ୍ଗା ଅଣ୍ଡରରେ ଥିବା ୨୦ ଗୋଟି ସବ ପୋଷ୍ଟଅଫିସ କିପରି ଚାଲୁଥିବ ତାହା ଚିନ୍ତାର ବିଷୟ। କିଛି ବ୍ରାଞ୍ଚ ପୋଷ୍ଟ ଅଫିସରେ କାର୍ଯ୍ୟରତ ପୋଷ୍ଟ ମାଷ୍ଟରମାନେ କିଛି ଟଙ୍କା ଦେଇ ଅନ୍ୟ ଜଣଙ୍କୁ ପୋଷ୍ଟ ଅଫିସରେ ବସାଇ କାମ କରାଉଛନ୍ତି। ନିଜେ ଅନ୍ୟ କାମରେ ନିୟୋଜିତ ହେଉଥିବା ଦେଖିବାକୁ ମିଳୁଛି। କିଛି ବ୍ରାଞ୍ଚ ପୋଷ୍ଟ ମାଷ୍ଟରମାନେ ନିଜ ପୋଷ୍ଟ ଅଫିସ କାମ ଛାଡ଼ି ପୋଷ୍ଟାଲ ଏଜେଣ୍ଟ କାମ କରୁଥିବା ମଧ୍ୟ ଅନେକ ଉଦାହରଣ ରହିଥିଲେ ମଧ୍ୟ ବିଭାଗ ଜାଣି ଶୁଣି ଚୁପ ବସିଛି।
ଅନ୍ୟପଟେ କେସିଙ୍ଗା ପୋଷ୍ଟ ଅଫିସ ଡାକ ପରିଦର୍ଶକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ଓଭରସିଅର ମନଇଛା ଅଫିସ ଖୋଲୁଛନ୍ତି। ଦୁଇ ଜଣ ଙ୍କୁ ଯେତେବେଳେ ପଚାରିଲେ କେବଳ ପରିଦର୍ଶନରେ ଯାଇଥିଲୁ ବୋଲି ବାହାନା କହି ଚାଲି ଯାଉଛନ୍ତି।ଏତେ ବଡ ଡାକ ପରିଦର୍ଶକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ କେସିଙ୍ଗାରେ ଚାରିମାସ ହେଲା ଖାଲି ପଡ଼ିଛି। ଯେତେବେଳେ ଦେଖିଲେ ନିରୀକ୍ଷକ ଙ୍କ ଅଫିସ ତାଲା ବନ୍ଧ ରହିଥିବାର ଦେଖିବାକୁ ମିଳୁଛି। କିନ୍ତୁ ଜିଲା ମୁଖ୍ୟ ସୁପରିଟେଣ୍ଟଡେଣ୍ଟ ମଧ୍ୟ ଦୃଷ୍ଟି ଦେଉ ନାହାନ୍ତି। କିନ୍ତୁ ଅଞ୍ଚଳବାସୀ ବ୍ରାଞ୍ଚ ପୋଷ୍ଟ ଅଫିସଗୁଡିକରେ ନିଜ ଟଙ୍କା ନିବେଶ କରୁଥିବା ଟଙ୍କାର ସୁରକ୍ଷା ପାଇଁ ସରକାର ଦାୟିତ୍ୱ ଦେଇଥିବା ଡାକ ପରିଦର୍ଶକଙ୍କୁ ଶୀଘ୍ର ନିଯୁକ୍ତି ଦେବା ପାଇଁ ହିତାଧିକାରୀ ତଥା ଜନ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଜିଲା ଡାକ ଅଧୀକ୍ଷକଙ୍କୁ ପଚାରିବାରୁ କମ ଦିନ ଭିତରେ ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରି ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri