ବ୍ଲକ ଉପାଧ୍ୟକ୍ଷାଙ୍କୁ ଦେଉନାହାନ୍ତି ପ୍ରକୋଷ୍ଠ

କେସିଙ୍ଗା,୪।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ଭାଇସଚେୟାର ମେନ(ଉପାଧ୍ୟକ୍ଷ) ନିର୍ବାଚନ ଶେଷ ହୋଇଛି। ଉପାଧ୍ୟକ୍ଷ ଭାବେ ଦେଓଗାଁ ପଞ୍ଚାୟତ ସମିତି ସଭ୍ୟା ରାଜଲଷ୍ମୀ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ହେଲେ ବ୍ଳକ କାର୍ଯ୍ୟାଳୟରେ ତାଙ୍କୁ ବସିବା ପାଇଁ ପ୍ରକୋଷ୍ଠ ଦିଆଯାଉ ନ ଥିବା ସୋମବାର ଜିଲାପାଳଙ୍କ ନିକଟରେ ରାଜଲକ୍ଷ୍ମୀ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ଦେବା କଥା କହି ଡିଣ୍ଡିମ ପିଟୁ ଥିବା ବେଳେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଉପାଧ୍ୟକ୍ଷଙ୍କୁ ପ୍ରକୋଷ୍ଠ ଦେବା ପାଇଁ ମନା କରୁଛନ୍ତି। ଏନେଇ ଦୁଇ ଦୁଇ ଥର ଜିଲାପାଳଙ୍କ ନିକଟରେ ଅଭିଯୋଗ ହେବା ଘଟଣା କେସିଙ୍ଗା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ବ୍ଲକର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ। ହେଲେ ଉପାଧ୍ୟକଙ୍କୁ ବସିବା ପାଇଁ ପ୍ରକୋଷ୍ଠ ନ ମିଳିବା ପରିତାପର ବିଷୟ ବୋଲି ଉପାଧ୍ୟକ୍ଷାଙ୍କ କିଛି ସମର୍ଥକ କହିଛନ୍ତି। ଏପରିକି ବ୍ଳକ ଅଧ୍ୟକ୍ଷ ଉପାଧ୍ୟକ୍ଷାଙ୍କ ପାଇଁ ପ୍ରକୋଷ୍ଠ ଦେବାକୁ ମନା କରୁଛନ୍ତି। ଆଗରୁ ଉପାଧ୍ୟକ୍ଷାଙ୍କ ପାଇଁ ରହିଥିବା ପ୍ରକୋଷ୍ଠକୁ ନବ ନିର୍ବାଚିତ ଅଧ୍ୟକ୍ଷ ଜୋରଜବରଦସ୍ତ ମାଡି ବସିଛନ୍ତି। ଏପରି କି ବିଡିଓ ଅନ୍ୟ ଏକ ପ୍ରକୋଷ୍ଠ ଦେବାକୁ ଚାହୁଁଥିଲେ ମଧ୍ୟ ଅଧ୍ୟକ୍ଷ ବାରଣ କରୁଥିବା ଅଭିଯୋଗ ହୋଇଛି। ଜିଲାର ୧୨ଟି ବ୍ଲକରେ ଉପାଧ୍ୟକ୍ଷା ପ୍ରକୋଷ୍ଠ ରହି ଥିବା ବେଳେ କେସିଙ୍ଗା ବ୍ଲକର ନୀତି ଅଲଗା କି ବୋଲି ରାଜଲକ୍ଷ୍ମୀ ପ୍ରଶ୍ନ ଉଠାଇଛନ୍ତି। ଏନେଇ ରାଜଲକ୍ଷ୍ମୀ ନିଜ ସମର୍ଥକଙ୍କ ସହ ୧୫ ଜଣ ସମିତି ସଭ୍ୟଙ୍କୁ ଧରି ଜିଲାପାଳଙ୍କ ନିକଟରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି।

କଳାହାଣ୍ଡି ଜିଲାପାଳ ଡ.ପରାଗ ହର୍ଷଦ ଗାଭାଲି ଅଭିଯୋଗକୁ ଗ୍ରହଣ କରି ଉପାଧ୍ୟକ୍ଷାଙ୍କ ପାଇଁ ବ୍ଲକ ପରିସରରେ ସ୍ବତନ୍ତ୍ର ପ୍ରକୋଷ୍ଠ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଉପାଧ୍ୟକ୍ଷ ଏବଂ ସମର୍ଥକ ଫେରି ଆସିଛନ୍ତି।
ଏ ସଂକ୍ରାନ୍ତରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କୁ ପଚାରିବାରୁ ବ୍ଳକ କାର୍ଯ୍ୟାଳୟରେ ରୁମ୍‌ କମ୍‌ ଥିବାରୁ ମୋ ରୁମ୍‌ରେ ଚେୟାର ପକାଇ ବସିବା ପାଇ କହିଥିବା ପ୍ରକାଶ କରିଛନ୍ତି। ଏ ନେଇ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଅଦୁଙ୍କୁ ପଚାରିବାରୁ ବ୍ଲକ ଅଧ୍ୟକ୍ଷ ରୁମ ଦେବା ପାଇଁ ମନା କରୁଛନ୍ତି। ଏପରି କି ସେ ରାଜନୀତି ଚାପ ସୃଷ୍ଟି କରୁଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ରିୟାଦ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ; ୧୨ ମୃତ ୩୦୦ରୁ ଅଧିକ ଆହତ

ରିଦ,୧୧।୧୦: ସାଉଦି ଆରବ ଏବଂ ୟେମେନର ହୁଥି ବିଦ୍ରୋହୀଙ୍କ ମଧ୍ୟରେ କ୍ରମାଗତ ଆକ୍ରମଣ ଜାରି ରହିଛି। ସମ୍ପ୍ରତି, ହୁଥି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ‘କିଙ୍ଗ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୦।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?