ବ୍ଲକ ଉପାଧ୍ୟକ୍ଷାଙ୍କୁ ଦେଉନାହାନ୍ତି ପ୍ରକୋଷ୍ଠ

କେସିଙ୍ଗା,୪।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ଭାଇସଚେୟାର ମେନ(ଉପାଧ୍ୟକ୍ଷ) ନିର୍ବାଚନ ଶେଷ ହୋଇଛି। ଉପାଧ୍ୟକ୍ଷ ଭାବେ ଦେଓଗାଁ ପଞ୍ଚାୟତ ସମିତି ସଭ୍ୟା ରାଜଲଷ୍ମୀ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ହେଲେ ବ୍ଳକ କାର୍ଯ୍ୟାଳୟରେ ତାଙ୍କୁ ବସିବା ପାଇଁ ପ୍ରକୋଷ୍ଠ ଦିଆଯାଉ ନ ଥିବା ସୋମବାର ଜିଲାପାଳଙ୍କ ନିକଟରେ ରାଜଲକ୍ଷ୍ମୀ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ଦେବା କଥା କହି ଡିଣ୍ଡିମ ପିଟୁ ଥିବା ବେଳେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଉପାଧ୍ୟକ୍ଷଙ୍କୁ ପ୍ରକୋଷ୍ଠ ଦେବା ପାଇଁ ମନା କରୁଛନ୍ତି। ଏନେଇ ଦୁଇ ଦୁଇ ଥର ଜିଲାପାଳଙ୍କ ନିକଟରେ ଅଭିଯୋଗ ହେବା ଘଟଣା କେସିଙ୍ଗା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ବ୍ଲକର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ। ହେଲେ ଉପାଧ୍ୟକଙ୍କୁ ବସିବା ପାଇଁ ପ୍ରକୋଷ୍ଠ ନ ମିଳିବା ପରିତାପର ବିଷୟ ବୋଲି ଉପାଧ୍ୟକ୍ଷାଙ୍କ କିଛି ସମର୍ଥକ କହିଛନ୍ତି। ଏପରିକି ବ୍ଳକ ଅଧ୍ୟକ୍ଷ ଉପାଧ୍ୟକ୍ଷାଙ୍କ ପାଇଁ ପ୍ରକୋଷ୍ଠ ଦେବାକୁ ମନା କରୁଛନ୍ତି। ଆଗରୁ ଉପାଧ୍ୟକ୍ଷାଙ୍କ ପାଇଁ ରହିଥିବା ପ୍ରକୋଷ୍ଠକୁ ନବ ନିର୍ବାଚିତ ଅଧ୍ୟକ୍ଷ ଜୋରଜବରଦସ୍ତ ମାଡି ବସିଛନ୍ତି। ଏପରି କି ବିଡିଓ ଅନ୍ୟ ଏକ ପ୍ରକୋଷ୍ଠ ଦେବାକୁ ଚାହୁଁଥିଲେ ମଧ୍ୟ ଅଧ୍ୟକ୍ଷ ବାରଣ କରୁଥିବା ଅଭିଯୋଗ ହୋଇଛି। ଜିଲାର ୧୨ଟି ବ୍ଲକରେ ଉପାଧ୍ୟକ୍ଷା ପ୍ରକୋଷ୍ଠ ରହି ଥିବା ବେଳେ କେସିଙ୍ଗା ବ୍ଲକର ନୀତି ଅଲଗା କି ବୋଲି ରାଜଲକ୍ଷ୍ମୀ ପ୍ରଶ୍ନ ଉଠାଇଛନ୍ତି। ଏନେଇ ରାଜଲକ୍ଷ୍ମୀ ନିଜ ସମର୍ଥକଙ୍କ ସହ ୧୫ ଜଣ ସମିତି ସଭ୍ୟଙ୍କୁ ଧରି ଜିଲାପାଳଙ୍କ ନିକଟରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି।

କଳାହାଣ୍ଡି ଜିଲାପାଳ ଡ.ପରାଗ ହର୍ଷଦ ଗାଭାଲି ଅଭିଯୋଗକୁ ଗ୍ରହଣ କରି ଉପାଧ୍ୟକ୍ଷାଙ୍କ ପାଇଁ ବ୍ଲକ ପରିସରରେ ସ୍ବତନ୍ତ୍ର ପ୍ରକୋଷ୍ଠ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଉପାଧ୍ୟକ୍ଷ ଏବଂ ସମର୍ଥକ ଫେରି ଆସିଛନ୍ତି।
ଏ ସଂକ୍ରାନ୍ତରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କୁ ପଚାରିବାରୁ ବ୍ଳକ କାର୍ଯ୍ୟାଳୟରେ ରୁମ୍‌ କମ୍‌ ଥିବାରୁ ମୋ ରୁମ୍‌ରେ ଚେୟାର ପକାଇ ବସିବା ପାଇ କହିଥିବା ପ୍ରକାଶ କରିଛନ୍ତି। ଏ ନେଇ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଅଦୁଙ୍କୁ ପଚାରିବାରୁ ବ୍ଲକ ଅଧ୍ୟକ୍ଷ ରୁମ ଦେବା ପାଇଁ ମନା କରୁଛନ୍ତି। ଏପରି କି ସେ ରାଜନୀତି ଚାପ ସୃଷ୍ଟି କରୁଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri