ଡ୍ରାଇଭର ଜିତିଲେ ୪୦ କୋଟି ଟଙ୍କା

ନୂଆଦିଲ୍ଲୀ,୭।୭: କେରଳର କୋଲାମ ଜିଲା ଛାଡ଼ି ୨୦୦୮ରେ ସପରିବାର ଦୁବାଇ ଚାଲିଯାଇଥିଲେ ରଞ୍ଜିଥ ସୋମରାଜନ। ସେଠାରେ ସେ ଟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସଂଘର୍ଷ କରିବା ପରେ ତାଙ୍କ ଭାଗ୍ୟ ବଦଳି ଯାଇଛି। ଶନିବାର ମସ୍‌ଜୀଦରେ ଥିବାବେଳେ ଖବର ପାଇଥିଲେ ଲଟେରି ଜିତି ଯାଇଛନ୍ତି। ଆବୁ ଧାବି ବିଗ୍‌ ଟିକେଟ୍‌ ଡ୍ର’ରେ ପ୍ରଥମ ପୁରସ୍କାର ବାବଦକୁ ୨୦ ନିୟୁତ ଦିରହାମ ଜିତିଛନ୍ତି। ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ପ୍ରାୟ ୪୦ କୋଟି ଟଙ୍କା।

ଖଲିଜ ଟାଇମ୍ସରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ସୋମରାଜନ ଗତ ୩ ବର୍ଷ ହେଲା ଜ୍ୟାକପଟ ଟିକେଟ୍‌ କିଣି ଆସୁଥିଲେ। କଦାପି ଚିନ୍ତା କରି ନ ଥିଲେ ଯେ, ପ୍ରଥମ ପୁରସ୍କାର ଜିତିପାରିବେ। ମୁଁ ସର୍ବଦା ଦ୍ୱିତୀୟ ଓ ତୃତୀୟ ପ୍ରାଇଜ ଜିତିବା ପାଇଁ ଆଶା ରଖିଥିଲି।

”ସ୍ତ୍ରୀ ସଞ୍ଜିବନୀ ପେରେରା ଓ ପୁଅ ନିରଞ୍ଜନଙ୍କୁ ଧରି ମାର୍କେଟ ଯାଉଥିବା ବେଳେ ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କ ନାମ ଘୋଷଣା ହୋଇଥିଲା। ବାଟରେ ମସଜୀଦ ଦେଖିଲି। ମୁଁ ବିଫଳ ହୋଇଥିବା ଭଗବାନଙ୍କୁ ଜଣାଇଥିଲି। କିନ୍ତୁ ମାର୍କେଟ ଯାଉଥିବା ବେଳେ ମୋ ଟିକେଟ ନମ୍ବର ଘୋଷଣା କରାଯାଇଥିଲା। ପ୍ରଥମେ ମୁଁ ବିଶ୍ୱାସ କରିପାରି ନ ଥିଲି। ଇଭେଣ୍ଟର ସିଧାପ୍ରସାରଣ ଦେଖୁଥିବା ମୋ ୮ ବର୍ଷର ପୁଅ ଖୁସିରେ ଚିତ୍କାର କରିଥିଲା। ତା’ ପରେ ପ୍ରଥମ ପୁରସ୍କାର ଜିତିଥିବା ମୋତେ ବିଶ୍ୱାସ ହୋଇଥିଲା“ ବୋଲି ସୋମରାଜନ କହିଛନ୍ତି। ଇଭେଣ୍ଟ ଆୟୋଜକଙ୍କ ପକ୍ଷରୁ ଫେସବୁକରେ ରନଜିଥ ସୋମରଜନଙ୍କୁ ଶୁଭେଚ୍ଛା ଜଣାଯିବା ସହ ତାଙ୍କ ଟିକେଟ୍‌ ନମ୍ବର ପ୍ରକାଶ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ଏନଏସି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ଏନଏସି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

ଏହି ୪ ରାଶିଙ୍କ ଉପରେ ଥାଏ ଭାଗ୍ୟର ଆଶୀର୍ବାଦ: କମ ପରିଶ୍ରମରେ ମିଳିଥାଏ ବଡ଼ ସଫଳତା

ଭୁବନେଶ୍ୱର: ଆପଣ ମଧ୍ୟ ଏପରି ଲୋକଙ୍କୁ ଦେଖିଥିବେ, ଯେଉଁମାନଙ୍କୁ ଜୀବନରେ ଅନେକ କିଛି ସହଜରେ ମିଳିଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ଜାତକଙ୍କ ଉପରେ ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri