ଉପରମୁହାଁ ଦୈନିକ ସଂକ୍ରମଣ ପାଇଁ କେରଳ ଦାୟୀ…

ନୂଆଦିଲ୍ଲୀ,୨୩।୯: କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୩୦ ହଜାର ତଳେ ରହିବା ପରେ ପୁଣି ଏହା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ଏହି ସମୟ ମଧ୍ୟରେ କରୋନାରେ ୨୮୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୨୩ ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହି ସମୟ ମଧ୍ୟରେ ୩୧ ହଜାର ୧୬୭ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୭୭ ପ୍ରତିଶତ ରହିଛି। ଅପରପକ୍ଷରେ ୩ ଲକ୍ଷ ୧ ହଜାର ୬୦୪ ଜଣ ଚିକିତ୍ସିତ ହେଉଛନ୍ତି।

୧୮୭ ଦିନ ପରେ ସକ୍ରିୟ ମାମଲା ସର୍ବନିମ୍ନ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୯୦ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୬ ହଜାର ୫୦ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି।

ବର୍ତ୍ତମାନ ସୁଦ୍ଧା ୮୩ କୋଟି ୩୯ ଲକ୍ଷ ୯୦ ହଜାର ୪୯ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୭୧ ଲକ୍ଷ ୩୮ ହଜାର ୨୦୫ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୫୫ କୋଟି ୮୩ ଲକ୍ଷରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୫ଲକ୍ଷ ୨୭ ହଜାରରୁ ଅଧିକ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୮ ଲକ୍ଷ ୧୫ ହଜାର ୭୩୧ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୫ ଲକ୍ଷ ୬୩ ହଜାର ୪୨୧ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଜମା ହେବାକୂଥିବା ଭିଡ଼କୁ ନେଇ ସରକାରଙ୍କ ଭୟ ବଢ଼ିବାରେ ଲାଗିଛି।

କେରଳ ହଟ୍‌ସ୍ପଟ୍‌ ପାଲଟିବା ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ଉପରମୁହାଁ ଦୈନିକ ସଂକ୍ରମଣ କେରଳ ଯୋଗୁ ହେଉଛି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୬୭୫ ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୧୪୨ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଷଣ ଅଧାରୁ ମଞ୍ଚ ଛାଡ଼ିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୪।୨- ଉତ୍ତର ପ୍ରଦେଶର ମଥୁରାଠାରେ ମଙ୍ଗଳବାର କୃଷକ ଆନ୍ଦୋଳନକୁ ସମ୍ବୋଧିତ କରୁଥିବାବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଷଣ ଅଧାରୁ ମଞ୍ଚ ଛାଡ଼ି ଦେଇଛନ୍ତି।...

ଭାରତ-ଚାଇନା ସୀମା ବିବାଦ: ସେନା ମୁଖ୍ୟଙ୍କ ସହ ପ୍ରତିରକ୍ଷାମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ,୧୬।୬: ଚାଇନା ସୈନ୍ୟଙ୍କ ସହ ଲଦାଖ ସୀମାରେ ହୋଇଥିବା ସଂଘର୍ଷକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ସିଡିଏସ୍‌ ମୁଖ୍ୟ ବିପିନ ରାଓ୍ବତଙ୍କ ସହ ଏକ...

ବିରିୟାନି ଖାଇବାକୁ ଲାଗିଲା ଦେଢ କିଲୋମିଟର ଲମ୍ବା ଲାଇନ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୧୧ ।୧୦: କର୍ନାଟକର ବେଙ୍ଗାଲୁରୁରେ ବିରିୟାନି ପ୍ରେମିଙ୍କ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାବୁ ମିଳିଛି । ଏକ ଭିଡିଓରେ ଦେଖିବାକୁ ମିଳିଛି ବେଙ୍ଗାଲୁରର ଏକ ରେସ୍ତୋରାଁ...

କମ୍‌ ପରିମାଣର ନିଶାଦ୍ରବ୍ୟର ବ୍ୟକ୍ତିଗତ ବ୍ୟବହାରକୁ ଅପରାଧ ଭାବେ ବିବେଚନା ନ କରିବାକୁ ଆବେଦନ…

ନୂଆଦିଲ୍ଲୀ,୨୮।୧୦: ମାଦକ ଦ୍ରବ୍ୟ ସେବନ ନେଇ ସେଲିବ୍ରିଟି ଯୁବବର୍ଗଙ୍କ ହାଇ ପ୍ରୋଫାଇଲ ଗିରଫ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରାଯାଇଛି।...

ଝିଅ ପାଇଁ ୩୬ ବର୍ଷ ହେବ ପୁରୁଷ ବେଶରେ ରହିଆସୁଛନ୍ତି ମା’

ଚେନ୍ନାଇ,୧୬।୫:ତାମିଲନାଡୁ ଥୁତୁକୁଡି ଜିଲାର ଜଣେ ମହିଳା ନିଜ ଝିଅକୁ ପାଳିପୋଷି ବଡ କରିବା ପାଇଁ ୩୬ ବର୍ଷ ଧରି ପୁରୁଷ ବେଶରେ ରହିଆସୁଛନ୍ତି। କଥାଟା ଆଶ୍ଚର୍ଯ୍ୟ...

ବିଚାରପତି ରମନାଙ୍କ ବିରୋଧରେ ୮ ପୃଷ୍ଠାର ଅଭିଯୋଗ ଭରା ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ଜଗନମୋହନ

ହାଇଦ୍ରାବାଦ, ୧୧।୧୦: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌, ଜଗନମୋହନ ରେଡ୍ଡୀ ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତି ଏନ.ଭି. ରମନାଙ୍କ ବିରୋଧ ଅଭିଯୋଗ ଆଣିଛନ୍ତି। ସେ ଏନେଇ ସୁପ୍ରିମ୍‌କୋର୍ଟର ପ୍ରଧାନ...

ଭାରତରେ ବେକାବୁ କରୋନା: ଗତ ୨୪ ଘଣ୍ଟାରେ ୫୭ହଜାରରୁ ଉର୍ଦ୍ଧ୍ୱ ନୂଆ କେସ୍‌

ନୂଆଦିଲ୍ଲୀ,୧।୮: ସମସ୍ତ ଉଦ୍ୟମ ପରେ ବି ଭାରତରେ ପ୍ରତିଦିନ ନୂଆ ରେକର୍ଡ ଭାଙ୍ଗୁଛି କରୋନା। ଭାରତର ବିଭିନ୍ନ ସ୍ଥାନରେ କରୋନ ଭାଇରସ୍‌ ନିଜର ଆଧିପତ୍ୟ ଜାହିର...

ତୁଷାରପାତରେ ଫସିଥିବା ମା’, ନବଜାତକଙ୍କ ପାଇଁ ଦେବଦୂତ ସାଜିଲେ ଯବାନ

ଭାରତୀୟ ସେନାର ଶକ୍ତି ସାମର୍ଥ ବିଷୟରେ ସମସ୍ତଙ୍କୁ ଜଣା। ମାତ୍ର ମାନବିକତା କ୍ଷେତ୍ରରେ ଭାରତୀୟ ସେନା ସହ କେହି ତୁଳନୀୟ ହୋଇପାରିବେ ନାହିଁ। ଜମ୍ମୁ କଶ୍ମୀରରୁ...

Advertisement
Archives

Model This Week