Posted inଜାତୀୟ

ମୁସଲମାନ ବିବାହ ପୋକ୍ସୋ ଆଇନ ବାହାରେ ନୁହେଁ, ନାବାଳିକଙ୍କ ସହ ଶାରୀରିକ ସମ୍ପର୍କ ଅପରାଧ: କେରଳ ହାଇକୋର୍ଟ

କୋଚି,୨୦ ।୧୧: ବ୍ୟକ୍ତିଗତ ଆଇନ ଭଳି ମୁସଲମାନଙ୍କ ବିବାହକୁ ପୋକ୍ସୋ ଅଧିନିୟମ ବାହାରେ ବୋଲି ଦେଖାଯାଇ ପାରିବ ନାହିଁ, ଏହା କହିଛନ୍ତି କେରଳ ହାଇକୋର୍ଟ । ବିଚାରପତି ବେଚୁ କୁରିୟନ ଥମସ କହିଛନ୍ତି, ଯଦି ବିବାହରେ ଗୋଟିଏ ପକ୍ଷ ନାବାଳିକ ହାଇଥିବେ ତେବେ ବିବାହର ବୈଧତା ଥାଇ ବି ପୋକ୍ସୋ ଅଧିନିୟମ ଅନୁଯାୟୀ ଅପରାଧ ଲାଗୁ କରାଯିବ । ବିଚାରପତି ବେଚୁ କୁରିୟନ ଥମସଙ୍କ ଏକକ ଖଣ୍ଡପୀଠ କହିଛନ୍ତି ପୋକ୍ସୋ ଅଧିନିୟମ ବିଶେଷ ଭାବେ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଦେବାକୁ ଆସିଥିବା ଏକ ବିଶେଷ ଆଇନ । ଏହା ଶିଶୁଙ୍କ ବିରୋଧରେ ସବୁ ପ୍ରକାରର ଯୌନ ଶୋଷଣକୁ ଅପରାଧ ବୋଲି ଧରାଯାଇଥାଏ । ବିବାହକୁ ଏହାଠାରୁ ଅଲଗା କରାଯାଇ ପାରିବ ନାହିଁ ।
କୋର୍ଟ ଏହି ନିର୍ଦ୍ଦେଶ ନାବାଳିକା କନ୍ୟାକୁ ଅପହରଣ ଓ ବଳାତ୍କାର କରିଥିବା ଅଭିଯୁକ୍ତ ୩୧ ବର୍ଷୀୟ ମୁସଲମାନ ବ୍ୟକ୍ତିଙ୍କ ଜାମିନ ଆବେଦନ ଖାରଜ କରିବା ସମୟରେ କହିଛନ୍ତି । ଅଭିଯୁକ୍ତଙ୍କର ଯୁକ୍ତି ଥିଲା କି ସେ ମାର୍ଚ୍ଚ ୨୦୨୧ରେ ଉକ୍ତ କନ୍ୟା ଉପରେ ଲାଗୁ ବ୍ୟକ୍ତିଗତ ଆଇନ ଅନୁଯାୟୀ ତାଙ୍କୁ ଆଇନଗତ ବିବାହ କରିଥିଲେ । କୋର୍ଟ କହିଥିଲେ ବାଲ୍ୟ ବିବାହକୁ ମାନବାଧିକାରର ଉଲ୍ଲଂଘନ କୁହାଯାଇଥାଏ । ବାଲ୍ୟ ବିବାହ ଶିଶୁଙ୍କ ସମ୍ପୂର୍ଣ୍ଣ କ୍ଷମତାର ବିକାଶ ସହ ସାଲିସ କରିଥାଏ । ଏହା ସମାଜ ପାଇଁ ଅଭିଶାପ ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri