ଗ୍ରୀନ୍‌, ୟେଲୋକୁ ଟପି ଅରେଞ୍ଜ ଜୋନ୍‌ରେ କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ,୧୧ା୧୧: କେନ୍ଦ୍ରାପଡ଼ା ଜିଲାରେ ଦିନକୁଦିନ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି। ବାୟୁ ଗୁଣବତ୍ତା ସୂଚୀର ୨୨୫କୁ ଛୁଇଁ ଏକ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହି ଜିଲାରେ ଖଣି ନାହିଁ। ଶିଳ୍ପ ଅଦ୍ୟାବଧି ପ୍ରତିଷ୍ଠା ହୋଇ ନ ଥିବା ବେଳେ ରେଳରୁ ଧୂଅଁା ବାହାରୁ ନାହିଁ। ଏହାସତ୍ତ୍ୱେ ପ୍ରତିବର୍ଷ ବାୟୁ ପ୍ରଦୂଷଣକୁ ନେଇ ହେଉଥିବା ସର୍ଭେ ଚିନ୍ତାର କାରଣ ସାଜିଛି। ଆକ୍ୱ୍ୟୁୱେଦର ଡଟ କମ ସର୍ଭେ ଅନୁଯାୟୀ, କେନ୍ଦ୍ରାପଡ଼ାର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୱ୍ୟୁଆଇ) ସକାଳ ସାଢେ ୫ଟାରେ ୨୧୫ ଓ ପୂର୍ବାହ୍ନ ସାଢେ ୯ଟାରେ ୨୨୫ ପଏଣ୍ଟ ହୋଇ ଗ୍ରୀନ, ୟେଲୋକୁ ଟପି ଅରେଞ୍ଜ ଜୋନରେ ପହଞ୍ଚତ୍ ଥିଲା। ଏଠାରେ ଏୟାର ପାର୍ଟିକୁଲେଟ ମ୍ୟାଟର (ପିଏମ୍‌) ୧୦ ଓ ପିଏମ୍‌ ୨.୫ ସ୍ତର ଅଧିକ ହେବାରେ ଲାଗିଛି। ଫଳରେ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହିବ ବୋଲି ଏଠାରେ ସତର୍କ ସୂଚନା ଦିଆଯାଇଛି। ଜଳ ସହିତ ବାୟୁ ପ୍ରଦୂଷଣର ତୁରନ୍ତ ନିୟନ୍ତ୍ରଣ ନ ହେଲେ ଏକ୍ୱ୍ୟୁଆଇ ବଢ଼ି ରେଡ ଜୋନରେ ରହିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକଟ କରିଛନ୍ତି।
ଏ ସମ୍ପର୍କରେ ଡା. ବୀରେନ୍ଦ୍ର କୁମାର ଦାସ, ଅଧ୍ୟାପକ ଭୁବନ ମୋହନ ଜେନା, ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ ପ୍ରମୁଖ କହିଛନ୍ତି, ଶିଳ୍ପ ବିହୀନ କେନ୍ଦ୍ରପଡ଼ା ଜିଲାର ଜଳ ଓ ବାୟୁକୁ ଶିଳ୍ପ ପ୍ରଦୂଷିତ କରୁଛି। ସେହିପରି ପ୍ଲାଷ୍ଟିକ ପ୍ରଦୂଷଣ ବିଶ୍ୱତାପନକୁ ବୃଦ୍ଧି କରୁଛି। ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୱ୍ୟୁଆଇ) ଶୂନରୁ ୫୦ ମଧ୍ୟରେ ରହିଲେ ସର୍ବୋତ୍ତମ ଭାବେ ଧରାଯାଇ ଗ୍ରୀନ ଜୋନରେ ରଖାଯାଏ। ଏହି ଅଞ୍ଚଳରେ ବାୟୁ ପ୍ରଦୂଷଣ ନ ଥିବାରୁ ସ୍ବାସ୍ଥ୍ୟ ସମସ୍ୟାର ଆଶଙ୍କା ନ ଥାଏ। ଏକ୍ୱ୍ୟୁଆଇ ୫୧ରୁ ୧୦୦ ମଧ୍ୟରେ ରହିଲେ ସାଟିସଫାକ୍ଟୋରି ଜୋନ ଓ ୧୦୧ରୁ ୨୦୦ ମଧ୍ୟରେ ରହିଲେ ମଡରେଟଲି ପଲ୍ୟୁଟେଡ ବା ୟେଲୋ ଜୋନ ମଧ୍ୟରେ ରଖାଯାଇଥାଏ। ଏହାପରେ ଅରେଞ୍ଜ ଜୋନ ଅଞ୍ଚଳ ରହୁଥିବାରୁ ବାହାର ଚଳାଚଳ ଉପରେ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ। ୟେଲୋ ଜୋନ ଅଧୀନରେ ଥିବା ଅଧିବାସୀ ସାଧାରଣ ସୁସ୍ଥ ଲୋକ ମଧ୍ୟ ଚର୍ମ, ଆଜମା, ଟିବି, କିଡନୀ, ଲିଭର, କ୍ୟାନସର ଆଦି ରୋଗଗ୍ରସ୍ତ ହେବା ସମ୍ଭାବନା ଅଧିକ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୨୦୨୧ ରିପୋର୍ଟରେ ରାଜ୍ୟର କେତେଗୋଟି ଶିଳ୍ପାଞ୍ଚଳ ସହିତ କେନ୍ଦ୍ରାପଡ଼ାର ବାୟୁମଣ୍ଡଳକୁ ନିରୀକ୍ଷଣ କରାଯାଇଥିଲା। ଏଥିରେ କେନ୍ଦ୍ରାପଡ଼ାର ବାୟୁ ପ୍ରଦୂଷଣ ଦ୍ରୁତ ବେଗରେ ବଢ଼ୁଥିବା ରିପୋର୍ଟ ଆସିଛି। ଏହି ଜିଲାରେ ପ୍ରଦୂଷଣ ପାଇଁ କୌଣସି କାର୍ଯ୍ୟ ହେଉ ନ ଥିବା ବେଳେ ପଡୋଶୀ ଜିଲାର ଶିଳ୍ପ ଏହାକୁ ପ୍ରଦୂଷିତ କରୁଛି। ବ୍ରାହ୍ମଣୀ ଓ ମହାନଦୀ କୂଳରେ ଥିବା ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ଜଳରେ ପ୍ରବାହିତ ହୋଇ କେନ୍ଦ୍ରାପଡ଼ା ମଧ୍ୟ ଦେଇ ସମୁଦ୍ରରେ ମିଶୁଛି। ସେହିପରି ଜିଲାର ଅତି ନିକଟରେ ଥିବା ଜଗତ୍‌ସିଂହପୁର, ଯାଜପୁର, କଟକ ଜିଲାର ଶିଳ୍ପରୁ ନିର୍ଗତ ରାସାୟନିକ ବାଷ୍ପ, ଧୂଅଁା, ନିର୍ଗତ ଧୂଳି ଆଦି କେନ୍ଦ୍ରାପଡ଼ାକୁ ଭାସି ଆସି ବାୟୁ ପ୍ରଦୂଷଣକୁ ବଢ଼ାଉଛି। ଏହି ବିଷାକ୍ତ ଜଳ ଓ ବାୟୁ ସାଧାରଣ ଜନଜୀବନକୁ ରୋଗଗ୍ରସ୍ତ କରୁଥିବା ବେଳେ ଚାଷ ପ୍ରଭାବିତ ହେଉଛି। ସେହିପରି ଭିତରକନିକା, ଜୈବ ବିବିଧତା, ବନ୍ୟ ଓ ସାମୁଦ୍ରିକ ପ୍ରାଣୀକୁ ନଷ୍ଟ କରୁଛି। ଏପରି କି ଭୂତଳ ଜଳରେ ନାଇଟ୍ରେଟ, ଆଇରନ, ଫ୍ଲୋରାଇଡ ଅଧିକ ପରିମାଣରେ ଥିବା ଗତ ମାର୍ଚ୍ଚ ମାସରେ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ରିପୋର୍ଟ ପ୍ରଦାନ କରିଛନ୍ତି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବାହାର କରିବା ସହ ବ୍ୟାପକ ଜଙ୍ଗଲ ସୃଷ୍ଟି ପାଇଁ ପରିବେଶବିତ୍‌ମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri