Posted inଜାତୀୟ

କେଜ୍ରିଓ୍ବାଲଙ୍କ ନିର୍ଦ୍ଦେଶ, କୌଣସି ପାର୍ଟି ବିରୋଧରେ କରାଯିବନି ନିର୍ବାଚନ ପ୍ରଚାର…

ନୂଆଦିଲ୍ଲୀ, ୯।୧ : ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ମଣିପୁରର ଫେବୃୟାରୀ ୧୦ଠାରୁ ନିର୍ବାଚନ ହେବାକୁ ଯାଉଛି। ଏେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନ ସହିତ ଭୋଟରଙ୍କୁ ହାତେଇବାର ଯୋଜନା ପ୍ରସ୍ତୁତ କରାଯାଇଛ। ଏହି ମର୍ମରେ ଆମ୍‌ ଆଦ୍‌ମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଘର ଘର ବୁଲି ପ୍ରଚାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସେ ରବିବାର ଭିଡ଼ିଓ କନଫରେନ୍ସିଂରେ ଦଳୀୟ କର୍ମକର୍ତ୍ତାଙ୍କ ସହିତ ନିର୍ବାଚନ ପ୍ରଚାର ଲାଗି ନୂଆ ମନ୍ତ୍ର ଦେଇଛନ୍ତି। କୌଣସି ପାର୍ଟି ବିରୋଧରେ ନିର୍ବାଚନ ପ୍ରଚାର ନ କରିବାକୁ ସେ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି କେବଳ ସକରାତ୍ମକ ଅଭିଯାନ ଜାରି ରଖିବ ବୋଲି ସେ କହିଛନ୍ତି।

ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ସରକାରଙ୍କ ଦ୍ୱାରା ହୋଇଥିବା ଜନକଲ୍ୟାଣକାରୀ କାର୍ଯ୍ୟ ଏବଂ ଯୋଜନାସମ୍ପର୍କରେ ଲୋକଙ୍କୁ କହିବା ଲାଗି କେଜ୍ରିଓ୍ବାଲ ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କରୋନାରେ ୫ ଲକ୍ଷ ନୁହେଁ, ୪୦ ଲକ୍ଷ ଲୋକଙ୍କ ପ୍ରାଣ ଯାଇଛି’

ନୂଆଦିଲ୍ଲୀ,୧୭।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶରେ କରୋନା କାରଣରୁ ମୃତ୍ୟୁର ସରକାରୀ ଆକଳନକୁ ମିଥ୍ୟା ବୋଲି କହିଛନ୍ତି। ସରକାରଙ୍କ ଅବହେଳା ଯୋଗୁ କରୋନା ମହାମାରୀ...

ଏଠାରେ ଲୋକେ ଭୟରେ କରନ୍ତିନି ଦୁର୍ଗା ପୂଜା…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଯାଇଥାଏ। ଝାଡ଼ଖଣ୍ଡର ୪ଟି ଜିଲାରେ ଶାରଦୀୟ ଦୁର୍ଗା ପୂଜା ପାଳିତ ହୋଇ ନ ଥାଏ। ଏଠାରେ ବାସ...

କ୍ରିକେଟର ହରଭଜନ ସିଂ ଏଏପିର ରାଜ୍ୟ ସଭା ପ୍ରାର୍ଥୀ

ଚଣ୍ଡିଗଡ,୧୭।୩: ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି। ଭଗଓ୍ବନ୍ତ ମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ...

ଟିଏମସି ନେତାଙ୍କ ଅଡୁଆ ବଢିଲା: ଆଉ ୧୧ ଦିନ ରିମାଣ୍ଡ ପାଇଁ ମିଳିଲା ମଞ୍ଜୁରୀ

କୋଲକାତା,୮।୩: ପଶ୍ଚିମବଙ୍ଗ ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ଶୁକ୍ରବାର ତାଙ୍କର ରିମାଣ୍ଡ ଅବଧି ସରୁଥିବା...

ପୁଞ୍ଛ-ଜମ୍ମୁ ହାଇଓ୍ବେରେ ସେନା ଗାଡିରେ ଲାଗିଲା ନିଆଁ, ଅନେକେ ଯବାନ ଫସି ରହିଥିବା ଆଶଙ୍କା

ଜମ୍ମୁ,୨୦।୪: ଜମ୍ମୁ-କଶ୍ମୀରର ପୁଞ୍ଛ ଜିଲାରେ ଗୁରୁବାର ଏକ ସେନା ଟ୍ରକରେ ନିଆଁ ଲାଗି ଯାଇଛି। ଏହି ଗାଡିରେ କେତେଜଣ ଯବାନ ଫସି ରହିଥିବା ଅନୁମାନ କରାଯାଉଛି।...

‘ମୁଁ ସିନ୍ଧେଙ୍କୁ ଶିବସୈନିକ ଭାବୁନାହିଁ’

ମୁମ୍ବାଇ,୧।୭: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି। ଏହାର ଗୋଟିଏ ଦିନ ପରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ...

ପଡ଼ିଲା ତେଜସ୍ବୀଙ୍କ ହାତଗଣ୍ଠି

ନୂଆଦିଲ୍ଲୀ,୧୦।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ବୀ ଯାଦବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ବିବାହ ସମ୍ପର୍କରେ ତେଜସ୍ବୀ ଯାଦବଙ୍କ ପୁରା...

୨୦୨୫ ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ଲକ୍ଷ୍ୟ

ନୂଆଦିଲ୍ଲୀ,୧୦।୯: ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା (ଟିବି) ମୂଳୋତ୍ପାଟନ ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଯକ୍ଷ୍ମା ନିରୋଧୀ ଅଭିଯାନର ଶୁଭାରମ୍ଭ...

Advertisement
Archives

Model This Week