ଫୋନ୍‌ ରଖନ୍ତୁ ସୁରକ୍ଷିତ…

ବର୍ଷାଦିନ ଆରମ୍ଭ ହେଲାଣି। ଏମିତିରେ ପଢ଼ା କିମ୍ବା ଜବ୍‌ ପାଇଁ ବାହାରକୁ ଯାଉଥିବା ଯୁବତୀ ଯୁବକଙ୍କର ଫୋନ୍‌ ପାଣି ସଂସ୍ପର୍ଶରେ ଆସି ନଷ୍ଟ ହୋଇଯିବାର ଆଶଙ୍କା ବଢ଼ିଯାଏ। ଏଦିନେ କିପରି ଫୋନ୍‌କୁ ସୁରକ୍ଷିତ ରଖିପାରିବେ ଜାଣିରଖନ୍ତୁ କେତୋଟି ଉପାୟ…
ସମୟରେ ବାହାରକୁ ଯାଉଥିଲେ ମୋବାଇଲ୍‌ ଫୋନ୍‌ ବ୍ୟବହାର ନ କରିବା ଭଲ। କାରଣ ବର୍ଷାରେ ମୋବାଇଲ ଓଦା ହୋଇ ନଷ୍ଟ ମଧ୍ୟ ହୋଇପାରେ। କେବଳ ଏତିକି ନୁହେଁ, ଏଦିନେ ଅନେକ ସମୟରେ ହଠାତ୍‌ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇଥାଏ। ଫଳରେ ବିଜୁଳି କରେଣ୍ଟ ସଂସ୍ପର୍ଶରେ ଆସି ମୋବାଇଲ ଫାଟିବା ଯୋଗୁ ଅନେକଙ୍କ ସ୍ବାସ୍ଥ୍ୟ ଓ ଜୀବନ ହାନି ହେବାର ଆଶଙ୍କା ରହିଛି।
ବାହାରକୁ ଯାଉଥିବା ସମୟରେ ମୋବାଇଲ୍‌ ଓଦା ନ ହେବା ଲାଗି ମାର୍କେଟରେ ମିଳୁଥିବା ଟ୍ରାନ୍ସପରେଣ୍ଟ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବା ଓ୍ବାଟରପ୍ରୁଫ୍‌ ମୋବାଇଲ୍‌ ପାଉଚ୍‌ ବ୍ୟବହାର କରନ୍ତୁ। ଏହାକୁ ମଶ୍ଚରପ୍ରୁଫ୍‌ ରଖିବା ଲାଗି ଉକ୍ତ ବ୍ୟାଗ୍‌ ଭିତରେ ସିଲିକା ଜେଲ୍‌ ରଖିପାରିବେ।
ଯଦି ହଠାତ୍‌ ମୋବାଇଲ ଓଦା ହୋଇଯାଏ, ତେବେ ପାଣି ମୋବାଇଲ ଭିତରକୁ ନ ଯିବା ପୂର୍ବରୁ ସଙ୍ଗେ ସଙ୍ଗେ ତାହାର ବ୍ୟାଟେରି କାଢ଼ି ଭଲ ଭାବେ ପୋଛି ଶୁଖାନ୍ତୁ। ନଚେତ୍‌ ବ୍ୟାଟେରି ବ୍ଲାଷ୍ଟ ହେବାର ଆଶଙ୍କା ବଢ଼ିପାରେ। ହେଲେ ମନେରଖନ୍ତୁ, ଫୋନ୍‌ ଓଦା ହୋଇଗଲେ ହେୟାର ଡ୍ରାୟର ସାହାଯ୍ୟରେ କିମ୍ବା ଟାଣଖରାରେ ଶୁଖାଇବାର ଭୁଲ ଆଦୌ କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଫୋନ ଖରାପ ହୋଇଯାଇପାରେ। ଏହା ବଦଳରେ ଫ୍ୟାନ୍‌ ଆଗରେ କିମ୍ବା ଅଳ୍ପ ସୂର୍ଯ୍ୟକିରଣ ପଡୁଥିବା ଶୁଖିଲା ସ୍ଥାନରେ ରଖନ୍ତୁ।
ପାତ୍ରରେ ଚାଉଳ ନେଇ କିମ୍ବା ଚାଉଳ ରହୁଥିବା ବ୍ୟାଗ୍‌ ଅବା ଡବା ଭିତରେ ଓଦା ମୋବାଇଲ୍‌ ପୂରାଇ ରଖିପାରିବେ। ଏହାଦ୍ବାରା ଚାଉଳ ଫୋନ୍‌ର ଆର୍ଦ୍ରତାକୁ ସହଜରେ ଶୁଖାଇ ଦେଇଥାଏ। ତେବେ ଏହା ପୂର୍ବରୁ ଚାଉଳରେ ଯେପରି ଅଧିକ ଧୂଳି ନ ଥାଏ, ସେଥିପ୍ରତି ନଜର ଦିଅନ୍ତୁ।
ଫୋନ୍‌କୁ ଚାର୍ଜରେ ବସାଇବା ଦ୍ବାରା ଶର୍ଟ ସର୍କିଟ ହେବାର ଆଶଙ୍କା ରହିଥାଏା ଏହାଦ୍ବାରା ଫୋନ୍‌ ସମ୍ପୂର୍ଣ୍ଣ ଖରାପ ହୋଇଯାଇପାରେ। ବିଶେଷକରି ଘଡ଼ଘଡ଼ି ମାରୁଥିବା ସମୟରେ ଏପରି ଆଦୌ କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?