ଏମିତି ରଖନ୍ତୁ ଠାକୁର ଘର, ବୃଦ୍ଧି ପାଇବ ସୁଖ ସମୃଦ୍ଧି…

ପୂଜାକୁ ସଫଳ ଓ ଫଳଦାୟୀ କରିବାକୁ ହେଲେ ଠାକୁରଘରେ ଦେବଦେବୀଙ୍କର ପ୍ରତିମା ସ୍ଥାପନାଠୁ ଆରମ୍ଭ କରି ତାଙ୍କୁ ଆରାଧନା କରିବା ପର୍ଯ୍ୟନ୍ତ ସବୁ ପାଇଁ କିଛି ନା କିଛି ନିୟମ ମାନିବାକୁ ହୋଇଥାଏ। ଯଦ୍ଦ୍ବାରା ଦେବଦେବୀଙ୍କର ଆଶିଷ ଲାଭ ହେବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଯେମିତିକି:

*ଠାକୁର ଘରେ ଦେବଦେବୀଙ୍କ ପ୍ରତିମା ସ୍ଥାପନା କରିବା ପୂର୍ବରୁ ପ୍ରଥମେ ଘରକୁ ଭଲଭାବେ ସଫାକରି ଅନାବଶ୍ୟକ ଜିନିଷକୁ ଘରୁ ବାହାର କରିଦେବା ଆବଶ୍ୟକ। କାରଣ ବେକାର ପଡ଼ିଥିବା ଜିନିଷ ଘରେ ନକାରାତ୍ମକ ଊର୍ଜା ସୃଷ୍ଟି କରିଥାଏ।

*ଦେବଦେବୀଙ୍କର ମୂର୍ତ୍ତି ହେଉ ଅବା ଫଟୋକୁ ଘରର ପୂର୍ବ ଦିଗରେ ଏପରି ସ୍ଥାପନା କରିବେ, ଯେମିତିକି ତାଙ୍କ ମୁଖ ପଶ୍ଚିମ ଦିଗ ଆଡକୁ ଏବଂ ପୂଜା କରିବା ସମୟରେ ବ୍ୟକ୍ତିଙ୍କ ମୁହଁ ପୂର୍ବ ଦିଗ ଆଡକୁ ରହୁଥିବ। ଏହାଦ୍ୱାରା ପୂଜା ସଫଳ ହୋଇଥାଏ ବୋଲି ବିଶ୍ୱାସ ରହିଛି।

* ଠାକୁର ଘରେ କେବେ ବି ଅଧିକ ଉଚ୍ଚତା ବିଶିଷ୍ଟ ଦେବଦେବୀଙ୍କ ମୂର୍ତ୍ତି ରଖିବା ଠିକ୍‌ ନୁହେଁ। ବାସ୍ତୁଶାସ୍ତ୍ର ଅନୁଯାୟୀ ୭ ଇଞ୍ଚ ହେଉ ଅବା ୯ ଆଙ୍ଗୁଠି ଉଚ୍ଚତା ବିଶିଷ୍ଟ ଠାକୁରଙ୍କ ମୂର୍ତ୍ତିକୁ ଘରେ ରଖି ପୂଜା କରିବା ଶୁଭ ହୋଇଥାଏ।

* ସେହିପରି ଠାକୁରଙ୍କ ମୂର୍ତ୍ତି ହେଉ ଅବା ଫଟୋକୁ ସିଧାସଳଖ ଚଟାଣ ଉପରେ ନ ରଖି ନାଲି ରଙ୍ଗର ସଫା କପଡ଼ା ଉପରେ ରଖିବା ଆବଶ୍ୟକ।

* ଠାକୁର ଘରେ ପୂଜା ପାଉଥିବା ଦେବଦେବୀଙ୍କର ମୂର୍ତ୍ତି ହେଉ ଅବା ଫଟୋକୁ ଫୁଲରେ ପୂରା ଭର୍ତ୍ତି କରିଦେବା ଠିକ୍‌ ନୁହେଁ। ସେମାନଙ୍କ ମୁହଁ ଯେପରି ଦେଖାଯାଉଥିବ ସେଥିପ୍ରତି ଧ୍ୟାନଦେବା ଜରୁରୀ।

* ଠାକୁର ଘରର କାନ୍ଥରେ ନାଲି ସିନ୍ଦୁରରେ ଓଁ ଏବଂ ସ୍ବସ୍ତିକ ଚିହ୍ନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ।

* ଠାକୁର ପୂଜାରେ ତମ୍ବା, ପିତଳ ହେଉ ଅବା ରୁପାର ବାସନକୁସନ ବ୍ୟବହାର କରିବା ଉତ୍ତମ ଫଳ ଦେଇଥାଏ।

* ଘରର ମୁଖ୍ୟ ଦ୍ୱାର ହେଉ ଅବା ଠାକୁର ଘରର ପ୍ରବେଶ ଦ୍ୱାରରେ ସିନ୍ଦୂରରେ ସ୍ବସ୍ତିକ ଚିହ୍ନ କରି ଆମ୍ବ ଡାଳ ବାନ୍ଧିଲେ ଘରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହେବା ସହ ପ୍ରଭୁକୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜନ୍ମାଷ୍ଟମୀରେ ମହାସଂଯୋଗ କରିବ ମନି ମେକର୍‌, ୯ଟି ରାଶି ହେବ ଧନବାନ!

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଧ୍ୟ ଅତ୍ୟନ୍ତ ବିରଳ ଏବଂ ଶୁଭଙ୍କର। ୪ ସେପ୍ଟେମ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri