ଘରେ ରଖନ୍ତୁ ଆକ୍ୱାରିୟମ୍‌, ବଢିବ ଐଶ୍ୱର୍ଯ୍ୟ…

ଘରେ ଆକ୍ୱାରିୟମ୍‌ ରଖିଲେ କେବଳ ଘରର ସୌନ୍ଦର୍ଯ୍ୟ ବଢିଥାଏ ତାହା ନୁହେଁ; ଏହାଦ୍ୱାରା ଐଶ୍ୱର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଆକ୍ୱାରିୟମ୍‌ ରଖିବାକୁ ନେଇ କ’ଣ ସବୁ ନିୟମ ରହିଛି ଜାଣନ୍ତୁ ସେ ସମ୍ପର୍କରେ…

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଡ୍ରଇଂ ରୁମ୍‌ର ଦକ୍ଷିଣ-ପୂର୍ବ ଦିଗରେ ଆକ୍ୱାରିୟମ୍‌ ରଖିବା ଶୁଭ। ଏହାଦ୍ୱାରା ଆର୍ଥିକ ଅଭିବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।

* ଆକ୍ୱାରିୟମ୍‌କୁ କେବେ ବି ଡ୍ରଇଂ ରୁମ୍‌ର ମଝିରେ ରଖିବେ ନାହିଁ। ଏହାଦ୍ୱାରା ଅର୍ଥ ବଢିବା ପରିବର୍ତ୍ତେ ଖର୍ଚ୍ଚ ଅଧିକ ହୋଇଥାଏ।

* ଆକ୍ୱାରିୟମ୍‌କୁ ବେଡ୍‌ରୁମ୍‌ରେ ରଖିବା ବି ଠିକ୍‌ ନୁହେଁ। ଏହାଦ୍ୱାରା ଦୁଃସ୍ବପ୍ନ ଆସିଥାଏ ବୋଲି ବିଶ୍ୱାସ ରହିଛି।

* ଆକ୍ୱାରିୟମ୍‌ରେ ସର୍ବଦା ୯ଟି ମାଛ ରଖିବା ଶୁଭ ହୋଇଥାଏ। ଆଉ ସେହି ୯ଟି ମାଛ ମଧ୍ୟରୁ ୮ଟି ଗୋଲ୍ଡ ଫିଶ୍‌ ଓ ଗୋଟିଏ କଳା ମାଛ ରହିବା ଅତି ଉତ୍ତମ।

* ଗୋଲ୍ଡ ଫିଶ୍‌କୁ ଧନର ପ୍ରତୀକ ବୋଲି କୁହାଯାଏ। ଅନ୍ୟପକ୍ଷେ କଳାମାଛ ସୁରକ୍ଷାର ପ୍ରତୀକ ଭାବେ ଘରକୁ ପ୍ରବେଶ କରୁଥିବା ନକରାତ୍ମକ ଉର୍ଜ୍ଜାକୁ ନିଜ ଉପରକୁ ନେଇ ଘରେ ସକାରତ୍ମକ ପ୍ରଭାବ ବଢାଇବାକୁ ଚେଷ୍ଟା କରିଥାଏ।

* ଯଦି କେବେ ଆକ୍ୱାରିୟମ୍‌ରେ କଳାମାଛଟିକୁ ହଠାତ୍‌ ମରିଥିବାର ଦେଖନ୍ତି, ତା’ହେଲେ ଘର ମଧ୍ୟକୁ କିଛି ଖରାପ ଶକ୍ତି ପ୍ରବେଶ କରିଛି ବୋଲି ଜାଣିବେ।

*ସଙ୍ଗେସଙ୍ଗେ ଆଉ ଗୋଟିଏ ଜିଅନ୍ତା କଳାମାଛ ଆଣି ଆକ୍ୱାରିୟମ୍‌ରେ ରଖିଦେବେ ଏବଂ ମୃତ ମାଛଟିକୁ ଏଣେତେଣେ ନ ଫୋପାଡି ଚଳନ୍ତା ପାଣିରେ ଭସାଇଦେବେ ନଚେତ୍‌ ମାଟିଖୋଳି ପୋତିଦେବେ।

*ଯଦି ଗୋଲ୍ଡ ଫିଶ୍‌ ବି ମରିଯାଏ, ତା’ହେଲେ ପୁଣି ନୂଆ ଗୋଲ୍ଡ ଫିଶ୍‌ ଆଣି ରଖିଦେବେ।


Enter your email to get our daily news in your inbox.

All Right Reserved By Dharitri.Com

୨୯ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଏହି ରାଶିରେ ହେବ ଧନ ବର୍ଷା, ମିଳିବ ସଫଳତା

ଶ୍ରାବଣ ମାସ ଜୁଲାଇ ୩୦ରେ ଆରମ୍ଭ ହେବ । ଏହି ମାସ ଭଗବାନ ଶିବଙ୍କ ପ୍ରତି ଭକ୍ତି ପାଇଁ ଉତ୍ସର୍ଗୀକୃତ । ଏହି ସମୟ ମଧ୍ୟରେ ଭକ୍ତମାନେ…

ଓଜନ ବଢ଼ିବାର କାରଣ କହିଲେ ବିଶେଷଜ୍ଞ, ଆବଶ୍ୟକତାଠାରୁ ଅଧିକ…

ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ସାଧାରଣତଃ ଅଧିକ ଖାଇବା ଓ କୌଣସି କାମ ନ କରିବା ଦ୍ୱାରା ଆମ ଶରୀରର ଓଜନ ବଢ଼ିଯାଏ।…

ଅଧିକ ଶୋଉଥିଲେ ହୋଇପାରେ ଏହି ରୋଗ, ବିଶେଷଜ୍ଞ କୁହନ୍ତି…

ଜଣେ ବ୍ୟକ୍ତି ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ଶୋଇବା ନିହାତି ଦରକାର। କେତେକ ବ୍ୟକ୍ତି ବିଳମ୍ବିତ ରାତିରେ ଶୋଇବାକୁ ଯାଆନ୍ତି ଆଉ ଡେରିରେ ବିଛଣା ତ୍ୟାଗ କରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri