୭ ବର୍ଷ ପରେ ଆମେରିକା ଦମ୍ପତିଙ୍କ ସହ ଆସିଲା କାବ୍ୟା

ଦଶମନ୍ତପୁର, ୨୮ା୧୨( ଅରବିନ୍ଦ ନାୟକ):  ଜଣେ ପରତ୍ୟକ୍ତା ଝିଅ ଦୁନିଆକୁ ଦେଖିବା ପୂର୍ବରୁ ଜନ୍ମ ଦେଇଥିବା ଅବିବାହିତ ମା ଲୋକ ଲଜ୍ୟା ନିମନ୍ତେ ତାଙ୍କୁ ପରିତ୍ୟାଗ କରିବ ଓ ସେ ଭାଗ୍ୟ ବଳରେ ଆମେରିକାର “ଚି଼କାଗୋ” ସହରରେ ଯାଇ ରହିବା ଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ଥିବା ଶିଶୁ ଯତ୍ନ ସେବା କେନ୍ଦ୍ରଠାରେ। ୨୦୧୫ ରେ ମାଲକାନଗିରି ଜିଲାରେ ଜଣେ ଅବିବାହିତ ଯୁବତୀ ଅନୈତିକ ସମ୍ପର୍କ ଯୋଗୁ ଏକ ଶିଶୁ କନ୍ୟା ଜନ୍ମ ଦେଇ ଚାଲି ଯାଇଥିଲେ। ଫଳରେ ସେହି ଅନାଥ ଶିଶୁଟିକୁ ପ୍ରଶାସନ ପକ୍ଷରୁ ଦଶମନ୍ତପୁର ବ୍ଲକ ଶିଶୁ ଯତ୍ନ ସେବାକେନ୍ଦ୍ରରେ ଥଇଥାନ କରାଯାଇଥିଲା। ସେଠାରେ ଶିଶୁଟି ୧୩ ମାସ ରହିବା ପରେ ଅନ୍ନପୂର୍ଣ୍ଣା ଭାବେ ନାମ ପଞ୍ଜୀକରଣ କରାଯାଇଥିଲା। ତେବେ ସେହି ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଆମେରିକା “ଚିକାଗୋ” ସହର ଏକ ପରିବାର ଚୟନ କରି ତାଙ୍କୁ ୨୦୧୬ ଡିସେମ୍ବରରେ ସରକାରୀ ନିୟମାନୁସାରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ପରିବାର ପକ୍ଷରୁ ସେହି କୁନି ଝିଅଟିର ନୂତନ ନାଁ କାବ୍ୟା ଭାବେ ପଞ୍ଜୀକରଣ କରାଯାଇଥିଲା।

ସମ୍ପୃକ୍ତ ପରିବାର ସୂଚନାରୁ ଜଣାପଡ଼ିଛି, ସେଠାରେ ସେହି ଅନାଥ କୁନି ଝିଅ ଷ୍ଟାଣ୍ଡାଡ଼ ୨ରେ ଅଧ୍ୟୟନ କରୁଛି। ତେବେ କାବ୍ୟାଙ୍କର ୭ ବର୍ଷ ପୂର୍ତ୍ତି ହେବା ପରେ ପରିବାର ଲୋକେ ସ୍ଥାନୀୟ ଦଶମନ୍ତପୁରସ୍ଥିତ ଶିଶୁ ଯତ୍ନ ସେବା କେନ୍ଦ୍ରଠାରେ ପୁଣି ପହଞ୍ଚି ଥିବା ଦେଖିବାକୁ ମିଳିଛି। କାବ୍ୟା ସେଠାରେ ପୋଷ୍ୟ ସନ୍ତାନ ଭାବେ ରହୁଥିବା କୁନି କୁନି ପିଲାଙ୍କ ସହ ସମୟ ଅତିବାହିତ କରି ସାଥିରେ ଆଣିଥିବା କ୍ରୀଡା, ପାଠ୍ୟ ସାମଗ୍ରୀ ସହ ବିଭିନ୍ନ ଖେଳନା ବଣ୍ଟନ କରିଥିବା ଜଣାପଡିଛି। ଏହି ସମୟରେ ଅନୁଷ୍ଠାନ ସମ୍ପାଦକ ଦିଲୀପ କୁମାର ବେହେରା,ପ୍ରତାପ କୁମାର ଜେନା, ଶିବ ପ୍ରସାଦ ବାରିକ, ଶୁଭସ୍ମିତା ପରିଡା, ଅଲିକା ନାୟକ, ପ୍ରଭାକର ସେମରଲିଆ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ବର୍ତ୍ତମାନ ଏହି କେନ୍ଦ୍ରରେ ୫୫ ଅନାଥ ପିଲା ରହୁଥିବା ବେଳେ ନୂତନ ଭାବେ ୨୫ ପିଲାମାନଙ୍କୁ ନେଇ ବିଦ୍ୟାଳୟ ଖୋଲା ଯାଇଥିବା ବେହେରା ସୂଚନା ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri