କଠୋପନିଷଦର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ

କଠୋପନିଷଦର ବିଷୟବସ୍ତୁ ମୁଖ୍ୟତଃ ବ୍ରହ୍ମ ଓ ଆତ୍ମା ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ। ଉପନିଷଦକାର ଯମ-ନଚିକେତା ଖବର ମାଧ୍ୟମରେ ଏହି ତତ୍ତ୍ୱକୁ ଅଗ୍ନିବିଦ୍ୟା ଓ ଆତ୍ମବିଦ୍ୟା ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରଶ୍ନୋତ୍ତର ମାଧ୍ୟମରେ ଆଚାର୍ଯ୍ୟ ଯମ ଶିଷ୍ୟ ନଚିକେତାଙ୍କୁ ସ୍ବର୍ଗସୁଖର ଗୂଢ଼ ରହସ୍ୟ ‘ଅଗ୍ନିବିଦ୍ୟା’ ଓ ଜନ୍ମ-ମୃତ୍ୟୁର ଗୂଢ଼ ରହସ୍ୟ ‘ଆତ୍ମବିଦ୍ୟା’ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରିଛନ୍ତି। କଠ ଉପନିଷଦର କୃଷ୍ଣ ଯଜୁର୍ବେଦର କଠ ଶାଖା ଅନ୍ତର୍ଗତ। ଏଥିରେ ଦୁଇଟି ଅଧ୍ୟାୟ ଓ ପ୍ରତି ଅଧ୍ୟାୟରେ ତିନିଟି ବଲ୍ଲୀ ଅଛି। ଏହି ଉପନିଷଦର ମନ୍ତ୍ର ସଂଖ୍ୟା ୧୧୯। ନଚିକେତାଙ୍କ ପିତା ଉଦ୍ଦାଳକ ଋଷି ସ୍ବର୍ଗସୁଖ ପ୍ରାପ୍ତି ପାଇଁ ବିଶ୍ୱଜିତ୍‌ ଯଜ୍ଞ ଆୟୋଜନ ପୂର୍ବକ ଜରାଜୀର୍ଣ୍ଣ ଗାଈଗୁଡ଼ିକୁ ଯଜ୍ଞରେ ଦାନ କରିବାର ଦେଖି ନଚିକେତାଙ୍କ ମନରେ ଦୁଃଖ ଜାତ ହେଲା। କାରଣ, ଯେଉଁ ଦାନ ଦ୍ୱାରା ଦାତା ଓ ଗ୍ରହୀତା କାହାର ଉପକାର ହୁଏ ନାହିଁ, ସେହି ଦାନ ମୂଲ୍ୟହୀନ। ନିଜ ପୁତ୍ର ନଚିକେତାକୁ କାହାକୁ ଦାନ କରିବେ ବୋଲି ବାରମ୍ବାର ପ୍ରଶ୍ନ କରିବାରୁ ପିତା ବିରକ୍ତି ପ୍ରକାଶ କରି ତାଙ୍କୁ ମୃତ୍ୟୁର ଦେବତା ଯମଙ୍କୁ ଦାନ କରିବା କଥା କହିବାରୁ, ପିତାଙ୍କ ଆଦେଶ ପାଳନ କରି ନଚିକେତା ଯମଙ୍କ ପାଖକୁ ପ୍ରସ୍ଥାନ କଲେ। ଯମରାଜାଙ୍କର ଦର୍ଶନ ପାଇଁ ନଚିକେତା ଭୋକ ଉପାସରେ ତିନିଦିନ ଅପେକ୍ଷା କରିବାରୁ, ଯମରାଜା ପ୍ରସନ୍ନ ହୋଇ ତାଙ୍କୁ ତିନୋଟି ବର ମାଗିବା ପାଇଁ ଆଦେଶ କଲେ। ନଚିକେତା ପ୍ରଥମ ବରରେ ପିତାଙ୍କ ପ୍ରସନ୍ନତା, ଦ୍ୱିତୀୟ ବରରେ ସ୍ବର୍ଗସୁଖ ପ୍ରଦାୟିନୀ ‘ଅଗ୍ନିବିଦ୍ୟା’ ଓ ତୃତୀୟ ବରରେ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ‘ଆତ୍ମବିଦ୍ୟା’ ପ୍ରାପ୍ତି ପାଇଁ ଅନୁଗ୍ରହ ପ୍ରକାଶ କଲେ। ଯମଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସାରିକ ପ୍ରଲୋଭନ ସତ୍ତ୍ୱେ ନଚିକେତା ତାଙ୍କ ମାର୍ଗରେ ଅବିଚଳିତ ରହିବାରୁ ଯମଦେବତା ଅନ୍ତିମରେ ପରମାତ୍ମାଙ୍କ ସର୍ବବ୍ୟାପକତା, ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ସମ୍ବନ୍ଧ, ସଂସାରର ନଶ୍ୱରତା, ଯଜ୍ଞ ଦ୍ୱାରା ସ୍ବର୍ଗପ୍ରାପ୍ତି ତଥା ଯୋଗ ସାଧନ ଓ ଈଶ୍ୱର ବିଶ୍ୱାସ ଦ୍ୱାରା ମୋକ୍ଷ୍ୟ ପ୍ରାପ୍ତିର ମାର୍ଗ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କଲେ।
ସ୍ବର୍ଗସୁଖର ଗୂଢ଼ ରହସ୍ୟ ସମ୍ବନ୍ଧରେ ବର୍ଣ୍ଣନା କରି ଆଚାର୍ଯ୍ୟ ଯମ କହିଛନ୍ତି ଯେ, ସୁଖ ଦୁଇପ୍ରକାର- ଭୌତିକ ଓ ଆଧ୍ୟାତ୍ମିକ ଏବଂ ଏହି ସୁଖପ୍ରାପ୍ତି ପାଇଁ ମାର୍ଗ ମଧ୍ୟ ଦୁଇ ପ୍ରକାର- ଶ୍ରେୟ ଓ ପ୍ରେୟ ମାର୍ଗ। ସାଂସାରିକ ବିଷୟ ବାସନାଦି ଉପଭୋଗରୁ ମିଳୁଥିବା ସୁଖ ଭୌତିକ, ମାତ୍ର ସଂସାରରୁ ମୁକ୍ତ ହୋଇ ବ୍ରହ୍ମ ସାକ୍ଷାତ୍‌କାର ଦ୍ୱାରା ଯେଉଁ ସୁଖ ମିଳେ ତାହା ଶାଶ୍ୱତ ସୁଖ। ଶ୍ରେୟ ମାର୍ଗ କଲ୍ୟାଣ ସାଧନ ପାଇଁ ଉଦ୍ଦିଷ୍ଟ ହେଉଥିବା ବେଳେ ପ୍ରେୟ ମାର୍ଗ ପ୍ରୀତି ସାଧନ ପାଇଁ ଉଦ୍ଦିଷ୍ଟ। ପ୍ରେୟ ମାର୍ଗରେ ଗତି କରୁଥିବା ବ୍ୟକ୍ତି ସାଂସାରିକ ସୁଖକୁ ଉପଭୋଗ କରି ଜନ୍ମ-ମୃତ୍ୟୁ ଚକ୍ରରେ ଘୂରୁଥିବା ବେଳେ ପ୍ରେୟ ମାର୍ଗ ଅନୁସରଣ କରୁଥିବା ବ୍ୟକ୍ତି ବ୍ରହ୍ମ ସାକ୍ଷାତକାର ଦ୍ୱାରା ଜୀବନ୍ମୁକ୍ତ ହୋଇଥାଏ। ବୁଦ୍ଧିମାନ ବ୍ୟକ୍ତି ପ୍ରିୟ ଲାଗୁଥିବା ଯୋଗ-ସାଧନା ଅପେକ୍ଷା କଲ୍ୟାଣ ପଥକୁ ଶ୍ରେୟସ୍କର ବୋଲି ନିଶ୍ଚିତ କରି ବରଣ କରିଥାଆନ୍ତି। କାଠରେ ଅଗ୍ନି ଗୁପ୍ତଭାବରେ ରହିବା ପରି ସର୍ବସୁଖ ପ୍ରଦାୟିନୀ ଅଗ୍ନିବିଦ୍ୟା ମନୁଷ୍ୟର ଅନ୍ତଃକରଣରେ ପ୍ରବୃତ୍ତି ଭାବରେ ବିଦ୍ୟମାନ। ଏହି ଦିବ୍ୟଶକ୍ତି ରୂପକ ବୀଜର ଜାଗରଣ ଓ ସଂଯୋଜନ ଦ୍ୱାରା ସାଧାରଣ ବ୍ୟକ୍ତି ମହାନ୍‌ ହୋଇଥାଏ। ବିଷୟାସକ୍ତ ବ୍ୟକ୍ତିର ଏହି ସୁପ୍ତ ପ୍ରତିଭା ସାଂସାରିକ କାମନା-ବାସନାରେ ଲିପ୍ତ ରହିବା ଦ୍ୱାରା ଦିବ୍ୟାନୁଭୂତି ପ୍ରାପ୍ତ ପାଇଁ ଉପଯୋଗୀ ହୋଇ ନ ଥାଏ। ପିତା, ମାତା ଓ ଆଚାର୍ଯ୍ୟଙ୍କଠାରୁ ଲାଭ କରିଥିବା ଦିବ୍ୟଜ୍ଞାନ ରୂପକ ଅଗ୍ନିକୁ ନିଜର ଅନ୍ତଃକରଣରେ ପ୍ରଜ୍ଞା, ସଂକଳ୍ପ, ଶ୍ରଦ୍ଧା ଓ ଈଶ୍ୱର ବିଶ୍ୱାସ ସହିତ ଅବଲମ୍ବନ କରି ଜୀବନର ବିଭିନ୍ନ ଅବସ୍ଥା (ବ୍ରହ୍ମଚର୍ଯ୍ୟ, ଗୃହସ୍ଥ ଓ ବାନପ୍ରସ୍ଥ) ଆଦିରେ ପ୍ରଜ୍ୱଳିତ କରିପାରିଲେ ଜୀବନ ଯଜ୍ଞମୟ ହୁଏ ଓ ବ୍ୟକ୍ତି ସୁଖ-ଦୁଃଖ ବନ୍ଧନରୁ ମୁକ୍ତହୋଇ ଶରୀର ତ୍ୟାଗ ପୂର୍ବରୁ ସ୍ବର୍ଗସୁଖର ଆନନ୍ଦ ପାଇଥାଏ। ଏହା ହେଉଛି ଅଗ୍ନିବିଦ୍ୟା-ଯାହା ସ୍ବର୍ଗସୁଖର ଗୂଢ଼ ରହସ୍ୟକୁ ପ୍ରତିପାଦନ କରିଥାଏ।
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri