Posted inଫୁରସତ

ସର୍ବଜାଣଙ୍କ ବଖାଣ

ଦୁନିଆରେ ଏକ ସ୍ବତନ୍ତ୍ର ପ୍ରକାରର ମାନବ ଜାତି ହେଲେ ସର୍ବଜାଣ। ଅନ୍ୟକୁ ଉପରେ ପଡ଼ି ଅନାବଶ୍ୟକ ଭାବେ ନିଜର ରାୟ ଅର୍ଥାତ୍‌ ଉପଦେଶ ଦେବାରେ ଏମାନେ କେବେ ହେଳା କରନ୍ତି ନାହିଁ। ଏମାନେ ପ୍ରାୟତଃ ସବୁ ଦେଶରେ ଦେଖିବାକୁ ମିଳନ୍ତି। କିନ୍ତୁ ଆମ ଦେଶରେ ଯେତିକି ପ୍ରଜାତି ତଥା ଉପଜାତିର ସର୍ବଜାଣ ଦୃଶ୍ୟମାନ ହୁଅନ୍ତି, ତାହା ପୃଥିବୀରେ ବିରଳ। ଏମାନଙ୍କୁ ଆପଣ ଚାହା ଦୋକାନ, ଅଫିସ, ଖଟି, ସାମାଜିକ ଗଣମାଧ୍ୟମ ଇତ୍ୟାଦି କୌଣସି ବି ଜାଗାରେ ଭେଟିପାରିବେ। ଏମିତି କୁହନ୍ତୁ, ଏମାନଙ୍କୁ ଆପଣ ଖୋଜିବା ଦରକାର ନାହିଁ। ଏମାନେ ଆପେ ଆପେ ଆପଣଙ୍କ ପାଖରେ ପହଞ୍ଚତ୍ୟାଆନ୍ତି। ଏମାନେ ବିବିଧ ଜ୍ଞାନରେ ଜ୍ଞାନୀ। ପୃଥିବୀର ଏପରି କୌଣସି ସମସ୍ୟା ନାହିଁ, ଯାହା ଉପରେ ଏମାନେ ନିଜର ସୁଚିନ୍ତିତ ଉପଦେଶ ଦେଇ ନ ପାରିବେ। କୌଣସି ଆବଶ୍ୟକତା ନ ଥାଇ ମଧ୍ୟ ଏମାନେ ଅନର୍ଗଳ ନିଜର ପାଣ୍ଡିତ୍ୟ ଦେଖେଇ ହେବାରେ କୁଣ୍ଠା କରନ୍ତି ନାହିଁ। ସର୍ବଜାଣ ହେବା ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ଦରକାର ନାହିଁ, କେବଳ ବେସରମ ଗୁଣ ଟିକେ ଥିଲେ ହେଲା। ଯଦି ଅନ୍ୟର କଥା ମଝିରେ ଧସେଇ ପଶିବା ଅଭ୍ୟାସ ଥିବ, ତେବେ ଏ କ୍ଷେତ୍ରରେ ଶୀଘ୍ର ପ୍ରସିଦ୍ଧି ପାଇଯିବ ।

ବିତଣ୍ଡା ଯୁକ୍ତିରେ ଶେଷଯାଏ ନିଜ କଥାରେ ଅଟଳ ରହିବା, ‘ଅ’ ପ୍ରଶ୍ନର ଉତ୍ତର ‘ଆ’ରେ ଦେବା ଓ ଅନ୍ୟମାନଙ୍କଠାରୁ ସେ ଅଧିକ ଜାଣିଛି ବୋଲି ପ୍ରତ୍ୟୟ ଦେଇପାରୁଥିବା ଗୁଣ ଏମାନଙ୍କର ଆଉ ଏକ ବିଶେଷତ୍ୱ।

କିଛି ଭଲ ସର୍ବଜାଣ ଅଛନ୍ତି। ସେମାନଙ୍କ କଥା କିଏ ନ ଶୁଣିଲେ ବି ସେମାନେ ଏକ ବୃହତ୍‌ ସ୍ବାର୍ଥ ପାଇଁ ନିଜର ରାୟ ଦେବାରେ କେବେ ହେଳା କରନ୍ତି ନାହିଁ। ଏଇ ଧରିନିଅନ୍ତୁ ଜଣଙ୍କ କବିତା ପ୍ରକାଶିତ ହେଲା ପରେ ଏମାନଙ୍କ ମନ୍ତବ୍ୟ ଥିବ ତଳ ଦୁଇ ଲାଇନ୍‌ ଓ ପ୍ରଥମ ଲାଇନ୍‌ର ତିନିଟା ଶବ୍ଦ ଅନାବଶ୍ୟକ। ତାକୁ କାଟିଦିଅ। ଛାତ୍ରୀଛାତ୍ରମାନେ ସେମାନଙ୍କ ଉପଦେଶକୁ ନିର୍ମାଲ୍ୟ ଭାବି ଆଭୃମ ପ୍ରଣାମ କରୁଥିଲେ ବି ଗୁରୁଜନଙ୍କ କଥା ମାନି କେବେ ଗୋଟିଏ ବି ଶବ୍ଦ କାଟିବାର ମୋ ଦୃଷ୍ଟିକୁ ଆସିନି।

ଆଉ ଗୋଟେ ପ୍ରକାରର ସାହିତି୍ୟକ ସର୍ବଜାଣ ଏବେ ବହୁଳଭାବେ ଦୃଶ୍ୟମାନ ହେଉଛନ୍ତି। ଏମାନଙ୍କୁ ଆତ୍ମମୁଗ୍ଧ ସର୍ବଜାଣ କୁହାଯାଏ । ଏମାନଙ୍କ ପାଖରେ ଶତାବ୍ଦୀର ଶ୍ରେଷ୍ଠ ଉଦ୍ଭାବନ ‘ସାହିତ୍ୟ ଶୁଦ୍ଧତା ମାପକ ଯନ୍ତ୍ର’ ଥାଏ। କାହାର ଲେଖାଟିଏ ପ୍ରକାଶିତ ହେଲାମାତ୍ରେ ଏମାନେ ନିଜଆଡୁ ମାପକ ଯନ୍ତ୍ର ପକେଇ କହିଦେବେ ଏହାଦ୍ୱାରା ସାହିତ୍ୟର ଭବିଷ୍ୟତ ଅନ୍ଧାର ହେବ କି ଉଜ୍ଜ୍ୱଳ । ମଜା କଥା ହେଲା ଏ କିସମର ସର୍ବଜାଣମାନେ ଅନ୍ୟର ସୃଷ୍ଟିକୁ ମୂଲ୍ୟାୟନ କଲା ବେଳେ ନିଜର ସୃଷ୍ଟିକୁ ଉହ୍ୟ ରଖନ୍ତି ।
ସର୍ବଜାଣ ଅଛନ୍ତି ସେମାନେ ପୃଥିବୀର ଯେକୌଣସି ସମସ୍ୟା ଉପରେ ନିଜର ସୁଚିନ୍ତିତ ମତ ରଖିପାରନ୍ତି । ଧୋନୀ ଖେଳିବ କି କୋହଲି ଖେଳିବ, ପଞ୍ଚସ୍ତରି ଟଙ୍କିଆ କଏନ ଜାଗାରେ ସତୁରି ଟଙ୍କିଆ କଏନ କାହିଁକି ହେଲାନି, ପୁଟିନ ୟୁକ୍ରେନ୍‌ର କେଉଁ ସହର ଉପରେ କେଉଁ ବମ୍‌ ପକେଇବା କଥା ଇତ୍ୟାଦି ଇତ୍ୟାଦି । ତାଙ୍କ କଥାରୁ ଏମିତି ଲାଗିବ ଯେମିତି ପୁଟିନ ବମ୍‌ ପକେଇବା ପୂର୍ବରୁ ୟାଙ୍କ ସହ ଆଲୋଚନା ନ କରି ମସ୍ତବଡ଼ ଭୁଲ୍‌ କରୁଛନ୍ତି ।

ଏମାନେ ରାଜନୀତିଠାରୁ ନେଇ ଅର୍ଥନୀତି ପର୍ଯ୍ୟନ୍ତ ଓ କ୍ରିକେଟଠାରୁ ନେଇ ବଲିଉଡ୍‌ ପର୍ଯ୍ୟନ୍ତ ସବୁ ଆଲୋଚନାରେ ନିଜର ପାରଦର୍ଶିତା ଦେଖେଇପାରନ୍ତି । ଏମାନେ ସମସ୍ତେ ବିବିଧ ବିଷୟରେ ପ୍ରାଜ୍ଞ, ବିଦ୍ୱାନ୍‌, ଜ୍ଞାନୀ । ବିନା ଅଶ୍ୱତ୍ଥଗଛ ତଳେ ତପସ୍ୟାରେ ଏମାନେ ବୁଦ୍ଧତ୍ୱ ପ୍ରାପ୍ତି କରିଛନ୍ତି । ସେମାନଙ୍କ ରାୟ ଦେବାରେ କେବେ ହେଳା କରନ୍ତି ନାହିଁ କିମ୍ବା ଖରାପ ଲାଗିଲେ ବି ଶୁଣୁଥିବା ଲୋକର ଶୁଣିବା ପାଇଁ କେବେ ଉତ୍ସୁକତା କମ୍‌ ହୁଏନି ।

ମୁଁ ନିଜେ ଯେତିକି ଲୋକଙ୍କୁ ପାନ ଗୁଟ୍‌ଖାର ଭୟାବହତା ବିଷୟରେ ବୁଝେଇ ସାରିଲିଣି ତାକୁ କ୍ରମାନ୍ବୟରେ ଲେଖିଲେ ଭାଷାକୋଷଠାରୁ ବି ମୋଟା ଗ୍ରନ୍ଥ ହେବ । ନା ମୁଁ ନିଜେ ଛାଡିଛି ନା ମୋ କଥା ଶୁଣି ଅନ୍ୟ କେହି ଗୁଟ୍‌ଖା ଖାଇବା ଛାଡିଛନ୍ତି! ଯେମିତି ଯାଦୁଆକୁ କୁଣ୍ଡେଇ ହେଲା ପରେ କିଛି ସମୟ ପାଇଁ ଆରାମ ମିଳେ ସେମିତି ଭଲ ଶ୍ରୋତାଟିଏ ମିଳିଲେ ଏ ପ୍ରଜାତିର ସର୍ବଜାଣମାନେ ନିଜର ବାକ୍‌ ଗଲୁକୁ କୁଣ୍ଡେଇ ଦେବା ପାଇଁ କେବେ କାର୍ପଣ୍ୟତା ଦେଖାନ୍ତି ନାହିଁ । ଜଣେ ଯେତେ ସତର୍କ ରହିଲେ ମଧ୍ୟ ଏମାନଙ୍କ ହାବୁଡ଼ରେ ପଡିବା ଥୟ । ନିଜର ଯାହାବି ଜରୁରୀ କାର୍ଯ୍ୟ ଥାଉ ନା କାହିଁକି ଏମାନଙ୍କଠାରୁ ଜୀବନ ଦର୍ଶନର ପୂରା କୋର୍ସ ନ ଶୁଣିବା ଯାଏ ସେଠୁ ଖସିବା ମୁସ୍କିଲ ।

କେତେଜଣ ରାଜନେତା ସର୍ବଜାଣ ଅଛନ୍ତି ଯିଏ କହିଲା ବେଳେ ପାଟିରେ ବାଟୁଳି ବାଜେନି । କ’ଣ କହୁଛନ୍ତି, କାହିଁକି କହୁଛନ୍ତି, କାହାକୁ କହୁଛନ୍ତି ସେଥିପ୍ରତି ସେମନଙ୍କ ନଜର ନ ଥାଏ । ଆକାଶରୁ ଫୁଲ ତୋଳି ସେଥିରେ ମାଳା ଗୁନ୍ଥିପାରିବାର ସୂକ୍ଷ୍ମ କଳା ଏମାନଙ୍କୁ ଜଣା । ଏମାନେ ଭଞ୍ଜ ସାହିତ୍ୟ ଉପରେ ଭାଷଣ ଆରମ୍ଭ କରି ଶେଷରେ ତାଙ୍କ ସରକାରଙ୍କ ବିଶ୍ୱ ସ୍ତରୀୟ ଶୌଚାଳୟ ନିର୍ମାଣ ସହ ଉପେନ୍ଦ୍ର ଭଞ୍ଜଙ୍କ ରୀତି କବିତାର କିପରି ସାମଞ୍ଜସ୍ୟ ଅଛି ତାକୁ ଅତି ଚଟୁଳ ଢଙ୍ଗରେ ବୁଝେଇ ପାରନ୍ତି । ପୃଥିବୀର ଏପରି କୌଣସି ବିଷୟ ନାହିଁ ଯାହା ଉପରେ ଏମାନେ ଅନର୍ଗଳ ଭାଷଣ ଦେଇ ନ ପାରିବେ । ଏ ପର୍ଯ୍ୟନ୍ତ ଜଣେ ବି ରାଜନେତାଙ୍କୁ ଭେଟିନି ଯିଏ ନମ୍ରତାର ସହ କହିବେ ଆପଣ ଯେଉଁ ଆଲୋଚନା ଚକ୍ରକୁ ମୋତେ ମୁଖ୍ୟ ଅତିଥି କରି ଡାକୁଛନ୍ତି ସେ ବିଷୟରେ ମୋର ଜ୍ଞାନ ନାହିଁ । ତଥାପି ମଞ୍ଚରେ ଭାଷଣ ଦେଲାବେଳେ ଏମାନଙ୍କର କେବେ କଣ୍ଠରୁଦ୍ଧ ହୁଏନି । କାରଣ ନେତା ଜାଣିଥାନ୍ତି ଯେ ତାଙ୍କୁ ଓ ତାଙ୍କ ଭାଷଣକୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ ।

ଗଣମାଧ୍ୟମ ଏପରି ଏକ ମାଧ୍ୟମ ଯେଉଁଠି ରାୟ ଦେବାକୁ କିମ୍ବା ଶୁଣିବାକୁ କାହାର ଅଭାବ ନାହିଁ । ଥରେ ଜଣେ ବହୁ ପ୍ରଚାରିତ ସାହିତ୍ୟପ୍ରାଣ ଫେସ୍‌ବୁକରେ ଲେଖିଲେ ମୋତେ ଆଜି ଥଣ୍ଡା ଜ୍ୱର । ବାସ୍‌ ତା’ପରେ ଥଣ୍ଡା ଜ୍ୱରର ଚତୁଃପାର୍ଶ୍ୱର କ୍ରିୟା ପ୍ରତିକ୍ରିୟା, କ’ଣ ଖାଇବା ଉଚିତ ଅନୁଚିତ ଓ ଘରୋଇ ସହ ବିଦେଶୀ ଉପଚାରକୁ ମିଶେଇ ଶହେ ଉପରେ ମତ ଆସିଲା । ଜଣେ ଭଉଣୀ ଲେଖିଲେ ଭାଇ ଆପଣଙ୍କୁ ମୋ ରାଣ ଦେହର ଯତ୍ନ ନେବା ସହ ଉଷୁମ ପାଣି ପିଅନ୍ତୁ । କେହିଜଣେ ଲେଖିଲେ ସାର୍‌ ଏବେ ଔଷଧ ନେଇ ଯାଇଥାନ୍ତି ଯେ ହେଲେ ଗାଁକୁ ଚାଲିଆସିଛି । ସେପଟୁ ସାର୍‌ ଲେଖିଲେ ତୁମ ଗାଁରୁ ଆମ ସହରକୁ ଡାଇରେକ୍ଟ ବସ୍‌ ଅଛି ପଠେଇଦିଅ। ହାୟ ବ୍ୟସ୍ତତା ଯୋଗୁ ବୋଧେ ସର୍ବଜାଣ ଜଣଙ୍କ ସାର୍‌ଙ୍କ ଉତ୍ତର ପଢି ନ ପାରି ନୀରବ ରହିଲେ । ମୁଁ ଭାବିଲି ପ୍ରଭାବୀ ସାହିତ୍ୟପ୍ରାଣଙ୍କୁ ମୋର ସମବେଦନା ଜଣେଇ ଟିକେ ତାଙ୍କ ପାଖେଇ ଯିବାର ଏହାହିଁ ପ୍ରକୃଷ୍ଠ ସମୟ । ସାର୍‌ଙ୍କୁ ଫୋନ କଲି । ସେପଟୁ ସାର୍‌ କହିଲେ, ମୋ ଦେହ ଖରାପ, ତୁମକୁ ଏହି ସମୟ ମିଳିଲା ବ୍ୟଙ୍ଗ କରିବାକୁ । ମୁଁ କହିଲି ନାହଁ ସାର୍‌ ଆପଣଙ୍କ ପ୍ରତି ଏତେ ସଂଖ୍ୟକ ପ୍ରତିଭାବାନ୍‌ ସାହିତି୍ୟକା ସାହିତି୍ୟକମାନଙ୍କ ଭଲ ପାଇବା ଦେଖି ମୁଁ ଅଭିଭୂତ । ଆପଣଙ୍କ ପୋଷ୍ଟରେ ଆସିଥିବା ସବୁ ପ୍ରକାର ଉପଚାରରେ ଆପଣ ସମ୍ପୂର୍ଣ୍ଣ ଭଲ ହୋଇଯିବେନି ନିଶ୍ଚେ । ସେପଟୁ ସାର୍‌ ଗମ୍ଭୀର ହୋଇ ଉତ୍ତର ଦେଲେ ନାହିଁ ଭଲ ହେଇନି । ମୁଁ ଦୁଃଖ ପ୍ରକାଶ କରି କହିଲି , ସାର୍‌ ସବୁ ସର୍ବଜାଣଙ୍କ ମନ୍ତବ୍ୟ ପଢିଲା ପରେ ଦେଖିଲି ସମୁଦାୟ ଚିକିତ୍ସା ଶାସ୍ତ୍ର ଭିତରୁ ଆଉ ମାତ୍ର ଗୋଟେ ଉପଚାର ବାକି ରହିଯାଇଛି । ଆପଣ ପୋଇ ରସରେ ଗୋଲମରୀଚ ଗୁଣ୍ଡ ମିଶେଇ ପିଅନ୍ତୁ ଶୀଘ୍ର ଉପଶମ ମିଳିବ । ସାର୍‌ ସେପଟୁ ରାଗରେ ଫୋନ କାଟିଦେଲେ ।

ମୋ ମନ ଦୁଃଖ ହୋଇଗଲା। ଏତେଲୋକ ଏତେପ୍ରକାର ଉପଚାର ବତେଇ ଧନ୍ୟବାଦ ପାଇଲେ ହେଲେ ମୋ ବେଳକୁ ଫୋନ କାଟିଦେଲେ ! ମୁଁ କ’ଣ କିଛି ଭୁଲ୍‌ କହିଲି କି? ତା’ପର ଦିନ ସାର୍‌ଙ୍କ ଆଉ ଗୋଟେ ପୋଷ୍ଟ ଆସିଲା- ‘ଏବେ ଆଉ ଜ୍ୱର ନାହିଁ କିନ୍ତୁ ମୁଣ୍ଡ ଭୀଷଣ ବିନ୍ଧୁଛି ।’ ମୋ ପାଖରେ ସାହିତି୍ୟକମାନଙ୍କ ମୁଣ୍ଡ ବିନ୍ଧା ପାଇଁ ଏକ ବହୁ ପରୀକ୍ଷିତ ଔଷଧ ଅଛି । ତାହା ଜଣେଇବାକୁ ସାର୍‌ଙ୍କୁ ଫୋନ କଲାପରେ ଜାଣିଲି ସାର୍‌ ମୋ ନମ୍ବରକୁ ବ୍ଲକ୍‌ କରିଦେଇଛନ୍ତି । ହଉ ଛାଡ଼, ତାଙ୍କ ଭାଗ୍ୟରେ ଯଦି ମୋ ଠାରୁ ଉପାଦେୟ ରାୟ ନେବାର ନାହିଁ ତେବେ ମୋ ଭଳି ଜଣେ ନାମ୍‌ କା ବାସ୍ତା ଲେଖକ ଅଧିକ କ’ଣ ବା କରିପାରିବ !

– ବନମାଳୀ ଭବନ, ଖାନ୍‌ନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri