ବାହାହେବା ପୂର୍ବରୁ କେଟ୍‌ଙ୍କର ଗର୍ଭଧାରଣ କ୍ଷମତା ପରୀକ୍ଷା କରାଯାଇଥିଲା

ଲଣ୍ଡନ, ୧୬। ୩: ନିକଟରେ ଉନ୍ମୋଚିତ ହୋଇଥିବା ‘ଗିଲ୍‌ଡେଡ୍‌ ୟୁଥ୍‌: ଆନ୍‌ ଇଣ୍ଟିମେଟ୍‌ ହିଷ୍ଟ୍ରି ଅଫ୍‌ ଗ୍ରୋଇଂ ଅପ୍‌ ଇନ୍‌ ଦ ରୟାଲ ଫ୍ୟାମିଲି’ପୁସ୍ତକରେ ପ୍ରିନ୍ସେସ୍‌ ଅଫ୍‌ ଓ୍ବେଲ୍ସ କେଟ୍‌ ମିଡଲ୍‌ଟନ୍‌ଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି। କିଙ୍ଗ୍‌ ଚାଲର୍‌ସ ତୃତୀୟଙ୍କ ବଡ଼ ବୋହୂ କେଟ୍‌ ପ୍ରିନ୍ସ ଓ୍ବିଲିୟମ୍‌କୁ ବାହାହେବା ପୂର୍ବରୁ ତାଙ୍କର ଗର୍ଭଧାରଣ କ୍ଷମତା ପରୀକ୍ଷା (ଫର୍ଟିଲିଟି ଟେଷ୍ଟ୍‌)କରାଯାଇଥିଲା।

ଟମ୍‌ କିନ୍‌ ନିଜ ପୁସ୍ତକରେ ଏ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ରାଜପରିବାରରେ ବିବାହ ପୂର୍ବରୁ ଗର୍ଭଧାରଣ କ୍ଷମତା ପରୀକ୍ଷା କରାଯିବା ଏକ ପ୍ରଥା ଭଳି। କାରଣ ବିବାହ ପାଇଁ ବଛାଯାଇଥିବା ପାତ୍ରୀ ପ୍ରଜନନ କରିବା ପାଇଁ ସକ୍ଷମ କି ନୁହେଁ ସେ ବିଷୟରେ ଜାଣିବା ପରେ ହିଁ ରାଜପରିବାର ତରଫରୁ ବିବାହ ନିଷ୍ପତ୍ତି ନିଆଯାଏ।

କେଟ୍‌ ନୁହନ୍ତି କିଙ୍ଗ୍‌ ଚାଲର୍‌ସଙ୍କ ପ୍ରଥମ ସ୍ତ୍ରୀ ଡାଏନାଙ୍କର ମଧ୍ୟ ଗର୍ଭଧାରଣ କ୍ଷମତା ପରୀକ୍ଷା କରାଯାଇଥିଲା। ୧୯୮୧ରେ ସେ କିଙ୍ଗ୍‌ ଚାଲର୍‌ସଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ଡାଏନାଙ୍କ ପ୍ରିମାରିଟାଲ ଚେକ୍‌ଅପ୍‌ କରାଯାଇଥିଲା। କିନ୍ତୁ ସେ ସମୟରେ ଡାଏନା ଏହି ଟେଷ୍ଟ୍‌ ସମ୍ପର୍କରେ ଅବଗତ ନ ଥିବା କହିଥିବା ଟମ୍‌ ପୁସ୍ତକରେ ଲେଖିଛନ୍ତିି। କେଟ୍‌ ରାଜପରିବାର ନ ଥିଲେ। ପ୍ରିନ୍ସ୍‌ ଓ୍ବିଲିୟମ୍‌ ଓ କେଟ୍‌ ମିଡଲ୍‌ଟନ୍‌ ୨୦୧୧ ଏପ୍ରିଲ୍‌ ୨୯ରେ ବାହାହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

ପ୍ରଦୂଷଣର ହେଉନି ସ୍ଥାୟୀ ପ୍ରତିକାର: ୭ଦିନରେ ୯ହୋଟେଲକୁ ନୋଟିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଦୂଷଣ ବଢ଼ି ଚାଲିଛି। ସହର ରାସ୍ତାକଡ଼ଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା, କେନାଲ ଯେଉଁଆଡ଼େ ଦେଖିଲେ ପଡ଼ି ରହିଛି କୁଢ଼କୁଢ଼ ମଇଳା ଆବର୍ଜନା।…

ବିପଦପୂର୍ଣ୍ଣ ରାସ୍ତା, ଲୋକେ ହଟହଟା: ବୁର୍ଡ଼ା-ଅର୍ଜୁନପୁର ପିଡବ୍ଲ୍ୟୁଡି ରାସ୍ତା କଲଭର୍ଟ ଭୁଶୁଡ଼ି ଗର୍ତ୍ତ

ଲୋଇସିଂହା,୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବୁର୍ଡା ଛକରୁ ଅର୍ଜୁନପୁର ପିଡବ୍ଲୁଡି ରାସ୍ତାର କୁମୁଣ୍ଡେ ଶୁଳିଆ ଛକ ନିକଟ କଲଭର୍ଟ ଭାଙ୍ଗି ଗର୍ତ୍ତ ସୃଷ୍ଟି ହୋଇଛି। ଏହାର…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୫ ପ୍ରତିଶତ ବୋନସ: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ଏମ୍‌ପି

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ଲକ୍ଷ କେନ୍ଦୁପତ୍ର ଶ୍ରମିକ କେନ୍ଦୁପତ୍ର ତୋଳାଳି, ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯଥାକ୍ରମେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ…

ପୁଣି PM ମୋଦିଙ୍କ ଆଗରେ ବଡ଼ ଦାବି ରଖିଲେ ଅଭିଜିତ ଦୀପକେ: ୧୫ ଅଗଷ୍ଟରେ Gen Z ଙ୍କ ପାଇଁ…

ନୂଆଦିଲ୍ଲୀ, ୭।୮: ଜନ୍ତର ମନ୍ତରରେ ପ୍ରତିବାଦ କରିବା ପରେ ବର୍ତ୍ତମାନ କକରୋଚ ଜନତା ପାର୍ଟି (CJP) ନୂଆ ପ୍ରସଙ୍ଗଗୁଡ଼ିକୁ ନେଇ ଆଲୋଚନା କରୁଛି। ସିଜେପିର କୋର୍‌ ଟିମ୍‌ର…

୧୧ କୋଟି ଟଙ୍କାର ଲଟେରି ଟିକେଟ ଅଳିଆରୁ ଉଦ୍ଧାରକଲେ ସଫେଇ କର୍ମଚାରୀ

ରୋମ୍‌,୭ା୮:ଇଟାଲୀରେ ଜଣେ ମହିଳା ୧୧ କୋଟି ଟଙ୍କା (୧ ମିଲିୟନ/ପ୍ରାୟ ୧୦.୯ କୋଟି ଟଙ୍କା)ର ମେଗା ଲଟେରି ଜିତିବା ପରେ ଭୁଲବଶତଃ ତାହାକୁ ଅଳିଆ ଗଦାରେ ଫିଙ୍ଗି…

କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଜାଣନ୍ତୁ କେଉଁ ପ୍ରସ୍ତାବ ଉପରେ ଲାଗିଲା ମୋହର

ନୂଆଦିଲ୍ଲୀ,୬ା୮: ଦେଶରେ କମ୍ପ୍ରେସଡ୍‌ ବାୟୋଗ୍ୟାସ୍‌ (ସିବିଜି) ଉତ୍ପାଦନକୁ ତ୍ୱରାନ୍ବିତ କରିବା ଏବଂ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରୁ ନିର୍ଭରଶୀଳତା ହ୍ରାସ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ଗୁରୁବାର…

ୟୁପିଆଇ ଉପରେ ଶୁଳ୍କ ଲାଗୁ ନେଇ ଲୋକ ସଭାରେ ବିଲ୍‌ ପାରିତ

ନୂଆଦିଲ୍ଲୀ, ୭ା୮(ପି.ଟି.): ଗୁରୁବାର ଅପରାହ୍ନ ୨ଟାରେ ଗୃହ କାର୍ଯ୍ୟ ପୁନଃ ଆରମ୍ଭ ହେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ‘କର ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri