Posted inଜାତୀୟ

ପୋଲିସ ଉପରକୁ ପଥର ମାଡ଼ କଲେ ୟାସିନଙ୍କ ସମର୍ଥକ

ଶ୍ରୀନଗର,୨୫।୫: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ଏକ କୋର୍ଟ ପକ୍ଷରୁ ତାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜୋରିମନା କରିଛନ୍ତି। ଏହି ରାୟ ଆସିବା ପରେ ଅଶାନ୍ତ ହୋଇପଡିଛି ଜମ୍ମୁ-କଶ୍ମୀର। ୟାସିନଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ରୀନଗରର ମୈସୁମା ଅଞ୍ଚଳରେ ତାଙ୍କ ସମର୍ଥକମାନେ ପୋଡା ଜଳା କରିବା ସହ ପୋଲିସ ଉପରକୁ ଟେକା ପଥର ମାଡ କରିଛନ୍ତି। ପରିସ୍ଥତିର ମୁକାବିଲା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇର ଜିଏସ୍‌ଟି ଭବନରେ ଅଗ୍ନିକାଣ୍ଡ

ମୁମ୍ବାଇ,୧୭।୨: ମୁମ୍ବାଇର ଜିଏସ୍‌ଟି ଭବନରେ ଅଗ୍ନିକାଣ୍ଡ। ବାୟକୁଲାର ମଝଗାଓଁସ୍ଥିତ ଜିଏସ୍‌ଟି ଭବନର ୮ମହଲାରେ ସୋମବାର ଦ୍ୱିପ୍ରହରରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀର ୮ଟି...

ଦୋକାନ ଖୋଲିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୪(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ମାସେରୁ ଊର୍ଦ୍ଧ୍ୱକାଳ ଧରି ଲକ୍‌ଡାଉନ ରହିଛି। ଦୋକାନ ବଜାର, ବେପାର ବାଣିଜ୍ୟ, କାମଧନ୍ଦା ସବୁକିଛି ବନ୍ଦ ହୋଇଯାଇଛି।...

୧୮ହଜାର ପକ୍ଷୀଙ୍କୁ ନୂଆ ଜୀବନ ଦେଲେ ସୀମା ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୧୨।୭: ସୀମାରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନମାନେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାରେ ଚୋରା ଚାଲାଣ ହେଉଥିବା ବିରଳ ପ୍ରଜାତିର କଇଁଛ ଓ...

୪୦,୦୦୦ ବର୍ଷରୁ ଅଧିକ ସମୟ ଧରି ସମସ୍ତ ଭାରତୀୟଙ୍କ ଡିଏନ୍‌ଏ ସମାନ ରହିଛି: ମୋହନ ଭାଗଓ୍ବତ…

ଧର୍ମଶାଳା, ୧୯।୧୨: ହିମାଚଳ ପ୍ରଦେଶର ଧର୍ମଶାଲାରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ମୋହନ ଭାଗଓ୍ବତ ଯୋଗଦେଇ କହିଛନ୍ତି ଯେ ୪୦,୦୦୦ ବର୍ଷରୁ ଅଧିକ...

ବରଙ୍କୁ ବେଦୀରେ ଛାଡ଼ି କାଉନସେଲିଂକୁ ଗଲେ କନ୍ୟା, ଆଉ ତା’ ପରେ…

ଲକ୍ଷ୍ନୌ,୪ା୧୨: ବିବାହ ପାଇଁ ବେଦୀରେ ବସିଥିଲେ ବରକନ୍ୟା। ସକାଳ ୫ଟାରେ ବର କନ୍ୟାଙ୍କ ମୁଣ୍ଡରେ ସିନ୍ଦୁର ଦେବା ପରେ ବେଦୀ ଉପରୁ ଚାକିରି ପାଇଁ କାଉନସେଲିଂକୁ...

ମୋବାଇଲ୍‌ ବ୍ୟବହାର ନ କରିବା ପାଇଁ ଜମ୍ମୁ-କଶ୍ମୀର ଟ୍ରାଫିକ୍‌ ପୋଲିସର ବିଭ୍ରାନ୍ତି ଜନକ ସାଇନ୍‌ ବୋର୍ଡ: ଭିଡ଼ିଓ ଭାଇରାଲ

ଶ୍ରୀନଗର,୨୦।୬: ଜମ୍ମୁ-କଶ୍ମୀର ଟ୍ରାଫିକ୍‌ ପୋଲିସ ଦ୍ୱାରା ଲଗାଯାଇଥିବା ଏକ ସାଇନ୍‌ ବୋର୍ଡ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ଜାତୀୟ ରାଜପଥ ମୋଗଲ ରୋଡ୍‌ଠାରେ...

ପ୍ଲାଷ୍ଟିକ ନୁହେଁ ଏଥର ପାଣି ମିଳିବ ପେପର ବ୍ୟାଗରେ

ହାଇଦ୍ରାବାଦ,୩ ।୭: ସାରା ବିଶ୍ୱରେ ବଢି ଚାଲିଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହାକୁ ନିୟନ୍ତ୍ରଣ କରିବାକୁ ଏବେ ପ୍ରାୟ ସବୁଠି ପ୍ରୟାସ ଜାରି ରହିଛି ।...

କର୍ନାଟକରେ ମାସ୍କ ବାଧ୍ୟତାମୂଳକ

ବେଙ୍ଗାଲୁରୁ, ୨୭।୧୨: ଦେଶରେ ଗୋଟିଏ ପରେ ଗୋଟିଏ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କର୍ନାଟକ ସରକାର ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି। ସୋମବାର...

Advertisement
Archives

Model This Week