Posted inଜାତୀୟ

କଶ୍ମୀରୀ ପଣ୍ଡିତଙ୍କ ଟ୍ରାନ୍ସଫର ତାଲିକା ସୋସିଆଲ ମିଡ଼ିଆରେ ଲିକ୍‌, ସରକାରଙ୍କ ବିରୋଧରେ ପ୍ରଦର୍ଶନ କଲେ ଲୋକେ…

ଶ୍ରୀନଗର, ୫।୬ : କଶ୍ମୀରରେ ଲଗାତାର ଟାର୍ଗେଟ କିଲିଂ ମଧ୍ୟରେ ସରକାର ଶ୍ରୀନଗରର ସୁରକ୍ଷିତ ବିବେଚନା କରାଯାଉଥିବା ସ୍ଥାନକୁ ୧୭୭ ଶିକ୍ଷକଙ୍କୁ ଟ୍ରାନ୍ସଫର କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେବେ ଏହି ଟ୍ରାନ୍ସଫର ତାଲିକାରେ ଥିବା ନାମ ମେସେଜିଂ ଆପ ଏବଂ ସୋସିଆଲ ମିଡିଆରେ ଲିକ ହୋଇଛି। ଏହା ପରେ କଶ୍ମୀରୀ ପଣ୍ଡିତ ଶିକ୍ଷକମାନେ କ୍ରୋଧରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ତାୱି ବ୍ରିଜକୁ ଜାମ କରିଥିଲେ। କ୍ରୋଧିତ କର୍ମଚାରୀ କହିଛନ୍ତି ଯେ ଆମକୁ କଶ୍ମୀରରୁ ସ୍ଥାନାନ୍ତର କରିବା ପରିବର୍ତ୍ତେ ସରକାର ଏହି ତାଲିକାକୁ ସାର୍ବଜନୀନ କରି ଆତଙ୍କବାଦୀଙ୍କୁ ଆମନ୍ତ୍ରଣ କରିଛନ୍ତି। ହିନ୍ଦୁ କର୍ମଚାରୀମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ ଏନେଇ ପ୍ରଦର୍ଶନ କରିଛନ୍ତି।

କଶ୍ମୀର ଫେରିଥିବା ହିନ୍ଦୁ ସରକାରୀ କର୍ମଚାରୀମାନେ ସେମାନଙ୍କ ସ୍ଥାନାନ୍ତର ଦାବି କରୁଥିଲେ। ମାତ୍ର ସରକାରୀ ତାଲିକା ସୋସିଆଲ ମିଡ଼ିଆରେ ଲିକ୍‌ ହେବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଜମ୍ମୁକୁ କୌଣସି ସରକାରୀ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସରକାରୀ କର୍ମଚାରୀ କହିଛନ୍ତି ଯେ, ସେମାନେ ଗତ ୧୫ ବର୍ଷ ଧରି କଶ୍ମୀରରେ କୌଣସି ସୁରକ୍ଷା ବିନା କାର୍ଯ୍ୟ କରୁଛନ୍ତି। କିନ୍ତୁ ଏବେ ସୃଷ୍ଟି ହୋଇଥିବା ପରିସ୍ଥିତିରେ ସେମାନେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି।

ତାଲିକା ଲିକ୍‌ ହୋଇଥିବା ନେଇ ଭାଜପା ପକ୍ଷରୁ ଆପତ୍ତି କରାଯାଇଛି। ଏହାକୁ ବିରୋଧ କରି ଭାଜପା ସୁରକ୍ଷା ଉଲ୍ଲଂଘନ ବୋଲି କହିଛି। ତାଲିକା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ପୁନର୍ବାସ ପ୍ୟାକେଜ ଅଧୀନରେ ଚାକିରି ପାଇଥିବା ୧୭୭ କଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କୁ ଟ୍ରାନ୍ସଫର କରାଯାଇଛି।

ହ୍ବାଟସ ଆପ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରାନ୍ସଫର ତାଲିକା ଶେୟାର କରାଯାଇଛି। ଭାଜପା ମୁଖପାତ୍ର ଅଲତାଫ ଠାକୁର ଏକ ବିବୃତ୍ତିରେ କହିଛନ୍ତି ଯେ ଟ୍ରାନ୍ସଫର ତାଲିକାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସାର୍ବଜନୀନ କରିବା ଏକ ପ୍ରମୁଖ ସୁରକ୍ଷା ଉଲ୍ଲଂଘନ କାରଣ ପୋଷ୍ଟିଂ କରାଯାଇଛି ତାହା ସହଜରେ ଆତଙ୍କବାଦୀମାନେ ଜାଣି ପାରିବେ। ଏହି ତାଲିକାର ଲିକ ପ୍ରସଙ୍ଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ କଶ୍ମୀର ଉପତ୍ୟକାରେ ଟାର୍ଗେଟ କିଲିଂ ହତ୍ୟାକାଣ୍ଡ ଘଟାଇଥିବା ଲୋକଙ୍କୁ ଚିହ୍ନଟ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri