ନୂଆଦିଲ୍ଲୀ,୨୫।୬(ପି.ଟି.): ଜମ୍ମୁ-କଶ୍ମୀରକୁ ଉପଯୁକ୍ତ ସମୟରେ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ। ବର୍ତ୍ତମାନ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଚାଲିଥିବା କସରତ ଉପତ୍ୟକାରେ ନିର୍ବାଚନ ପ୍ରକ୍ରିୟା ପାଇଁ ବାଟ ଫିଟାଇବ। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ବିକାଶକୁ ଗୁରୁତ୍ୱ ଦେଉଛନ୍ତି। ଭୋଟ ପରେ ନିର୍ବାଚିତ ସରକାର ବିକାଶ କାର୍ଯ୍ୟକୁ ଆଗେଇ ନେବେ। ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବାର ପ୍ରାୟ ଦୁଇବର୍ଷ ପରେ ଗୁରୁବାର ୧୪ କଶ୍ମୀରୀ ନେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆଶ୍ୱାସନା ଦେଇଛନ୍ତି। ସର୍ବଦଳୀୟ ବୈଠକରେ ୮ ପ୍ରମୁଖ ଦଳର ନେତାମାନେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିବା ଓ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଫେରସ୍ତ ଦାବି କରିଥିଲେ।
୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ ୩୫-ଏ’କୁ କେନ୍ଦ୍ର ସରକାର ହଟାଇ ଦେଇଥିଲେ। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପ୍ରତିଷ୍ଠା କରିଥିଲେ। ଏହାର ୨୩ ମାସ ପରେ କଶ୍ମୀରୀ ନେତାଙ୍କ ସହ କେନ୍ଦ୍ର ସରକାର ଗୁରୁବାର ପ୍ରଥମ ବୈଠକ କରିଛନ୍ତି। ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଗୁରୁବାର ଅପରାହ୍ନରେ ଏହି ହାଇପ୍ରୋଫାଇଲ୍ ମିଟିଂ ଅନୁଷ୍ଠିତ ହୋଇଛି। କେନ୍ଦ୍ରର ଉକ୍ତ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ୬ ଦଳକୁ ନେଇ ଗଠିତ ପିପୁଲ୍ସ ଡିକ୍ଲାରେଶନ୍ ଫର୍ ଗୁପ୍କାର ଡିକ୍ଲାରେଶନ (ପିଏଜିଡି) ଅଧ୍ୟକ୍ଷ ଫାରୁକ୍ ଅବ୍ଦୁଲ୍ଲା ସର୍ବଦଳୀୟ ବୈଠକରେ ପ୍ରଥମେ ମତ ରଖିଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଫାରୁକ୍ କହିଥିଲେ, ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଫେରାଇ ଆଣିବା ପାଇଁ ତାଙ୍କ ଦଳ ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଆଇନଗତ ଚ୍ୟାଲେଞ୍ଜ ଜାରି ରଖିବ। କଶ୍ମୀରରେ ସୃଷ୍ଟି ହୋଇଥିବା ଅନାସ୍ଥା ଭାବକୁ ତୁରନ୍ତ ଦୂର କରି ଆସ୍ଥାକୁ ପୁନଃ ଅବସ୍ଥାପିତ କରାଯାଉ। ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରାଜ୍ୟ ପାହ୍ୟା ଫେରାଇବା ଦିଗରେ କାର୍ଯ୍ୟ କରନ୍ତୁ। ଏପରି କି ଜମ୍ମୁ-କଶ୍ମୀର କ୍ୟାଡରର ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କୁ ମଧ୍ୟ ସେମାନଙ୍କ ପୂର୍ବ ସ୍ଥାନକୁ ଫେରିବାକୁ ସୁଯୋଗ ଦିଅନ୍ତୁ। ଆମର ଏହି ଦାବି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛୁ। ଜମ୍ମୁ-କଶ୍ମୀର ହରାଇଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟାକୁ ଫେରାଇଦେଇ ଉପତ୍ୟକାବାସୀଙ୍କ ହୃଦୟରେ ବିଶ୍ୱାସ ଜନ୍ମାଇବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରନ୍ତୁ। ସାଢ଼େ ୩ ଘଣ୍ଟା ଧରି ଚାଲିଥିବା ବୈଠକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏକାଧିକ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏକ ବିକଶିତ ଓ ପ୍ରଗତିଶୀଳ ଜମ୍ମୁ-କଶ୍ମୀର ପ୍ରତିଷ୍ଠା ନେଇ ଆଲୋଚନା ହୋଇଛି। ଏଥିରେ ଉପତ୍ୟକାର ସର୍ବାଙ୍ଗୀନ ଉନ୍ନତିକୁ ଗୁରୁତ୍ୱ ଦିଆଯାଇଛି। ସେଠାରେ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ହେଉଛି ଆମର ପ୍ରାଥମିକତା। ସୀମା ପୁନଃ ନିର୍ଦ୍ଧାରଣ ତ୍ୱରିତ ବେଗରେ କରାଯିବ। ଫଳରେ ଜମ୍ମୁ-କଶ୍ମୀରବାସୀ ଏକ ନିର୍ବାଚିତ ସରକାର ପାଇବେ। ଭିନ୍ନ ଭିନ୍ନ ମତର ଲୋକେ ଗୋଟିଏ ଟେବୁଲରେ ବସି ଭାବ ବିନିମୟ କରିବା ହେଉଛି ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ଶକ୍ତି। ଜମ୍ମୁ-କଶ୍ମୀରକୁ ଯୁବପିଢ଼ି ରାଜନୈତିକ ନେତୃତ୍ୱ ଦେବେ। ସେମାନଙ୍କ ଆଶା ଆକାଂକ୍ଷା ପୂରଣକୁ ସୁନିଶ୍ଚିତ କରାଯିବ ବୋଲି ନେତାମାନଙ୍କୁ କୁହାଯାଇଛି। ସେହିପରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଅନୁରୂପ କଥା କହିଛନ୍ତି। ରାଜ୍ୟ ପାହ୍ୟା ଫେରସ୍ତ ନେଇ ପାର୍ଲାମେଣ୍ଟରେ ଦିଆଯାଇଥିବା ପ୍ରତିଶ୍ରୁତି ପାଇଁ ସୀମା ପୁନଃ ନିର୍ଦ୍ଧାରଣ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ମାଇଲଖୁଣ୍ଟ ହେବ। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ବୈଠକ ଶେଷ ହୋଇଛି। ଗଣତନ୍ତ୍ର ଓ ସମ୍ବିଧାନକୁ ସୁଦୃଢ଼ କରିବା ଉପରେ ସମସ୍ତେ ନିଜ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଥିଲେ ବୋଲି ଶାହା ଟୁଇଟ୍ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲ ଓ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ୮ ପ୍ରମୁଖ ଦଳର ୧୪ ନେତାଙ୍କୁ ସ୍ବାଗତ କରିଥିଲେ। କଶ୍ମୀରର ୪ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲ୍ଲା, ଓମାର ଅବ୍ଦୁଲ୍ଲା, ମେହବୁବା ମୁଫ୍ତି ଓ ଗୁଲାମନବୀ ଆଜାଦଙ୍କ ସମେତ ଅନ୍ୟ ୧୦ ନେତା ସର୍ବଦଳୀୟ ବୈଠକରେ ସାମିଲ ହୋଇଥିଲେ। ସେମାନେ ହେଲେ କଂଗ୍ରେସର ତାରା ଚାନ୍ଦ, ଜି.ଏ. ମୀର, ଜମ୍ମୁ-କଶ୍ମୀର ଅପ୍ନି ପାର୍ଟିର ଅଲ୍ତାଫ୍ ବୁଖାରୀ, ଭାଜପାର ରବୀନ୍ଦ୍ର ରୈନା, ନିର୍ମଳ ସିଂ, କବୀନ୍ଦ୍ର ଗୁପ୍ତା, ସିପିଆଇଏମ୍ର ମହମ୍ମଦ ୟୁସୁଫ ତାରିଗାମୀ, ନ୍ୟାଶନାଲ ପାନ୍ଥର୍ସ ପାର୍ଟି ମୁଖ୍ୟ ପ୍ରଫେସର ଭୀମ ସିଂ ଓ ପିପୁଲ୍ସ କନ୍ଫରେନ୍ସ ଅଧ୍ୟକ୍ଷ ସଜାଦ ଲୋନ। ଏମାନଙ୍କ ମଧ୍ୟରୁ ତାରା ଚାନ୍ଦ, ପିପୁଲ୍ସ କନ୍ଫରେନ୍ସ ନେତା ମୁଜାଫର ହୁସେନ ବଇଗ୍ ଏବଂ ଭାଜପାର ନିର୍ମଳ ସିଂ ଓ କବୀନ୍ଦ୍ର ଗୁପ୍ତା ହେଉଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ। କେନ୍ଦ୍ରଶାସିତ ଅଞ୍ଚଳର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଉଦ୍ଦିଷ୍ଟ ବୈଠକରେ ପିଏମ୍ଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ, ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବୈଠକ ପୂର୍ବରୁ ନିର୍ବାଚନ ଆୟୋଗ ଜମ୍ମୁ-କଶ୍ମୀରର ସମସ୍ତ ୨୦ ଉପାୟୁକ୍ତଙ୍କ ସହ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକର ପୁନର୍ଗଠନ ଏବଂ ନୂଆ ଆସନ ସୃଷ୍ଟି ନେଇ ବିଚାରବିମର୍ଶ କରିଥିଲେ।
Posted inHome, Home Middle, ଜାତୀୟ View All
ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି
ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…
ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…
ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ଯୋଜନାକୁ ନେଇ ମତଭେଦ, ପେନ୍ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…
ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ
ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…
ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ
ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…
ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’
ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…
ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ
ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…
ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…
ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…
‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…
Archives

