ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ ଗଞ୍ଜାମ ବ୍ଲକ୍‌ ଦେଇ ବଙ୍ଗୋପସାଗରରେ ମିଶିଛି। ଗଞ୍ଜାମ ଜିଲାବାସୀଙ୍କ ପିଇବା ପାଣି, ଜଳସେଚନରେ ଋଷିକୁଲ୍ୟା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏଣୁ ଏହାକୁ ଗଞ୍ଜାମ ଜିଲାର ଜୀବନରେଖା କୁହାଯାଏ।

ହେଲେ ଏହି ପୁରାତନ ଋଷିକୁଲ୍ୟା ନଦୀ ଏବେ ବିପଦରେ ରହିଛି। ଦିନକୁ ଦିନ ନଦୀର ଗର୍ଭ ପୋତି ହୋଇଗଲାଣି। ବର୍ଷା ଦିନେ ନଦୀର ବନ୍ୟାଜଳ ଦୁଇ କୂଳ ଖାଇବା ଯୋଗୁ ଧୀରେ ଧୀରେ ଏହା ଜନବସତି ଆଡ଼କୁ ମାଡି ଯାଉଥିବା ଦେଖାଯାଉଛି।

ଅନୁସନ୍ଧାନ ବେଳେ ଦେଖାଯାଇଛି, ନଦୀର ଗର୍ଭ କାଶତଣ୍ଡୀ ସହ ବିଭିନ୍ନ ଲତା ଜାତୀୟ ଗଛରେ ଭରି ଗଲାଣି। ଅନ୍ୟପକ୍ଷେ ବେଲଗାମ ଭାବେ ବାଲି ଖନନ ଯୋଗୁ ନଦୀ ସ୍ଥାନେ ସ୍ଥାନେ ଗତିପଥ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଲାଣି। ଏହା ମଧ୍ୟରେ ଭଞ୍ଜନଗର ଜଳସେଚନ ବିଭାଗ ପକ୍ଷରୁ ଦୁର୍ବଳ ନଦୀ ହିଡ଼ର ନିର୍ମାଣ ପାଇଁ ପ୍ରକ୍ରିୟା ଜାରି ରହିଛି।

ସେହିପରି ବିଭାଗ ପକ୍ଷରୁ ସୋରଡା ବ୍ଲକ୍‌ର ପିପଳପଙ୍କା, ଧରାକୋଟ ବ୍ଲକ୍‌ର ଜାନବିଲି ଓ ଛତ୍ରପୁର ବ୍ଲକ୍‌ର କଂସାରୀଗଣ୍ଡ ଠାରେ ଜିଲାର ଜଳସେଚନ ଓ ପିଇବାପାଣି ସମସ୍ୟାର ସମାଧାନ ପାଇଁ ନୂତନ ବ୍ୟାରେଜ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନଦୀ ଭିତରେ ମାଇଲ ମାଇଲ ଧରି କାଶତଣ୍ଡୀ ବଂଶ ବିସ୍ତାର କରିବାରେ ଲାଗିଛି। ନିଜର ସୌନ୍ଦର୍ଯ୍ୟରେ ଲୋକଙ୍କୁ ଆକର୍ଷିତ କରିବା ସହ ପାର୍ବଣ ଆଗମନର ସୂଚନା ଦେଉଥିବା କାଶତଣ୍ଡୀ ଋଷିକୁଲ୍ୟା ପାଇଁ ଅଭିଶାପ ପାଲଟିଥିବା ଦେଖା ଦେଇଛି। କାଶତଣ୍ଡୀର ବଂଶ ବିସ୍ତାର ନଦୀର ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନଦୀର ସୁରକ୍ଷା ପାଇଁ କାଶତଣ୍ଡୀ ହଟାଇବା ଜରୁରୀ ହୋଇପଡ଼ିଥିବା ବେଳେ ଏହାର ଶୁଭ୍ରତା ପାର୍ବଣ ଋତୁ ଆଗମନର ସୂଚନା ଦେଉଛି । ଏଣୁ ବନ୍ୟା ନିୟନ୍ତ୍ରଣ ପାଇଁ ଜଳସେଚନ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?